( ବିୟୁରୋ ରିପୋର୍ଟ )
ଚିଲିକା :ଟାଙ୍ଗୀ ଏବଂ ଏହାର ଆଖପାଖ ଅଞ୍ଚଳରେ କିଛି ଦିନ ବ୍ୟବଧାନ ପରେ ପୁଣି ବେଆଇନ ଭାବେ ଚୋରା ଦେଶୀ-ବିଦେଶୀ ମଦ ବ୍ୟବସାୟ ହେଉଥିବା ଅଭିଯୋଗ ପରେ ଟାଙ୍ଗୀ ଅବକାରୀ ବିଭାଗ ଚେଇଁ ଉଠିଥିଲା । ଚୋରା ମଦ ବ୍ୟବସାୟୀ ଙ୍କୁ ଧରପଗଡ କରିବା ପାଇଁ ଟାଙ୍ଗୀ ଅବକାରୀ ଥାନା ଅଧିକାରୀ ଆଲୋକ ପ୍ରଧାନ ଙ୍କ ନେତୃତ୍ୱରେ ୩ ଟି ଟିମ୍ ଗଠନ କରାଯାଇ ଭିନ୍ନ ଭିନ୍ନ ସ୍ଥାନରେ ଅତର୍କିତ ଧରପଗଡ କରାଯିବା ପରେ ୩ ଚୋରା ମଦ ବ୍ୟବସାୟୀ ଙ୍କୁ ବାନ୍ଧିଲା , ଆଉ ସେମାନଙ୍କ ଠାରୁ ବିପୁଳ ପରିମାଣର ଦେଶୀ-ବିଦେଶୀ ମଦ ଜବତ ହୋଇଛି ବୋଲି ଅବକାରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଚରଣ ମହାରଣା , ( ଗ୍ରାମ – ଟାଙ୍ଗି , ଗୋଡିପାଟଣା ସାହି ) , ଦିବାକର ବେହେରା , ( ଗ୍ରାମ – ପଥରବନ୍ଧ ) , ରବୀନ୍ଦ୍ର ପ୍ରଧାନ , ( ଗ୍ରାମ – ମାଲକଡ଼ିଆ ) । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଟାଙ୍ଗୀ ଅବକାରୀ ଥାନା ପକ୍ଷରୁ କୁହାଯାଇଛି ।
More Stories
ଆସିକା ଅଞ୍ଚଳ ରେ ଥିବା ବେଆଇନ ପୋଡ଼ା ଇଟା ଭାଟି ରୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରୁଛି କିଏ ……?
ଚନ୍ଦ୍ରଗିରି ବେଙ୍ଗଲୀ ମହିଳା ଙ୍କ ଆତ୍ମହତ୍ୟା ର ସୁରାଖ ନାହିଁ ! କାଶୀପୁର ପୋଲିସ ର ତଦନ୍ତ ଜାରି। ପ୍ରାୟଜିତ ନା ଷଡଯନ୍ତ୍ର ?
ବୋଲଗଡ଼ ଥାନା ପକ୍ଷରୁ ୧୪ବାଇକି ଜବତ ସହ ୨ଜଣ ଗିରଫ ।