ରିପୋର୍ଟର :ମୋହନଲାଲ ସୁନାନୀ
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ଥିତ ଧୋଡ଼ିପାଣି ପଞ୍ଚାୟତ ଅନ୍ତର୍ଗତ ଲୁହାବେହେଲି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ, ଗ୍ରାମ ମଶାଣୀ ଭୂମିକୁ କବ୍ଜା କରି ଗ୍ରାମର ଲାଲୁ ଗଣ୍ଡା ଓ ବିଟୋ ଗଣ୍ଡା ଚାଷ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି , ଯାହା ଫଳରେ ଗ୍ରାମରେ କାହାର ମୃତ୍ୟୁ ହେଲେ ମୁଖାଗଗ୍ନୀ ଦେବାରେ ବହୁ ଅସୁବିଧାର ସାମନ୍ନା କରିବାକୁ ପଡୁଛି ଗ୍ରାମବାସୀଙ୍କୁ,ପୋଲିସ ପ୍ରଶାସନ ଓ ଏ ଆର ଆଇ. ମଶାଣି ଜମି ଚିନ୍ନଟ ପରେବି ଗ୍ରାମ ମଶାଣୀ କୁ ଛାଡିବାକୁ ନାରାଜ ସେଇ ବ୍ୟକ୍ତି ଦୁଇଜଣ
ଏ ହେଉଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଲୁହାବାହିଲି ଗ୍ରାମ ର ଅଭାବନୀୟ ଦୃଶ୍ୟ . କିନ୍ରୁ କାହା ଦମ୍ ରେ ମଶାଣୀ ଜମି ଅଧିଗ୍ରହଣ କରି ଚାଷ କରୁଛନ୍ତି ଏହା ଏକ ପ୍ରଶ୍ନ ବାଚି ସହ ଗ୍ରାମବାସୀ ତୀବ୍ର ନିନ୍ଦା କରୁଥିବା ଜଣାପଡିଛି ମଶାଣୀ ଜମି କବ୍ଜା କରିଥିବା ବ୍ୟକ୍ତିଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେବି ବ୍ୟକ୍ତି ଜଣକ କୌଣସି ପ୍ରତିକ୍ରିୟା ଦେଇନଥିଲେ, ଗ୍ରାମବାସୀଙ୍କ ତାଗିତ ପରେବି ମଶାଣୀ ଭୂମିରେ ଚାଷ କରୁଥିବାରୁ ଗ୍ରାମବାସୀ କ୍ଷେଵ ପ୍ରକାଶ କରିଛନ୍ତି ଦେଖିବାକୁ ବାକିରହିଲା ମଶାଣି ଜମିକୁ କବ୍ଜା କରି ଚାଷ କରିବେ ନା ଗ୍ରାମର ମଶାଣି କହି ଛାଡ଼ିବେ ଯଦି ମଶାଣି ଜମିକୁ ନ ଛାଡ଼ନ୍ତି ତାହେଲେ ଗ୍ରାମବାସୀ ଉପରିସ୍ଥ ପ୍ରଶାସନ ଙ୍କ ଦ୍ୱାରସ୍ଥ ହେବୁ ବୋଲି ଚେତାବନୀ ଦେଇଛନ୍ତି |ତେଣୁ ପ୍ରଶାସନ ଏଥିପ୍ରତି ହସ୍ତକ୍ଷେପ କରି ପୁଣି ଥରେ ଗ୍ରାମର ମସାଣି ଭୂମିକୁ ଚି଼ହ୍ନଟ ସହ ମଶାଣୀ ଜମି ଅଧିଗ୍ରହଣ ବିଚ୍ଛେଦ କରି ଗ୍ରାମବାସୀଙ୍କୁ ଦିଆଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଉଛି |
More Stories
ବ୍ଲକ ରେ ପାଳିତ ହେଲା ସ୍ୱଚ୍ଛତା ହିଁ ସେବା ଦିବସ l
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l