ଧର୍ମଗଡ :(ପ୍ରଦିପ ସେଠିଆ)
କଲମପୁର ବ୍ଲକ ନୂଆଗାଁ ଗ୍ରାମର ଜଣେ ୪୦ ବର୍ଷୀୟା ବିବାହିତା ମହିଳା #ତପସ୍ଵିନୀ ସାହୁ ଦୀର୍ଘ ୧୫ ବର୍ଷ ହେଲା ମାନସିକ ରୋଗରେ ପୀଡ଼ିତ ହୋଇ ନିଜ ଭାଇ ଘରେ ରହୁଥିଲେ l ତପସ୍ଵିନୀ ଜୟପାଟଣା ଥାନା ଅନ୍ତର୍ଗତ ଉମେର ଗ୍ରାମର ପବିତ୍ର ସାହୁ ଙ୍କୁ ବିବାହ କରିଥିଲେ ତାଙ୍କର ଦୁଇ ପୁଅ ମଧ୍ୟ ଅଛନ୍ତି ହେଲେ ତପସ୍ଵିନୀ ର ମାନସିକ ସନ୍ତୁଳନ ଅସ୍ଥିର ହେବା ପରେ ନିଜ ସ୍ବାମୀ ଓ ଦୁଇ ପୁଅ ତାଙ୍କୁ ଘରୁ ବାହାର କରିଦେଇଥିଲେ ଫଳରେ ତପସ୍ଵିନୀ ନିଜ ବାପା ଘର ନୂଆଗାଁ କୁ ଆସି ରହୁଥିଲେ l
ଭାଇ ବିକ୍ରମ ଅନେକ ଡାକ୍ତରଖାନାରେ ଚିକିତ୍ସା କରି ଥକି ଯାଇଥିଲେ ହେଲେ ଭଉଣୀ ତପସ୍ଵିନୀଙ୍କ ମାନସିକ ସ୍ତରରେ ଆଉ ସ୍ଥିରତା ଫେରି ନଥିଲା ଯାହାରୀ ଫଳରେ ତପସ୍ଵିନୀ ଘରେ ନରହି ଗାଁ ଗାଁ ବୁଲୁଥିଲେ ଓ ଭାଇ ଖୋଜି ଖୋଜି ହଇରାଣ ହେଉଥିଲା ଶେଷରେ ଭାଇ ବିକ୍ରମ ଆମ SOCIAL WELFARE ORGANISATION KALAHANDI ପରିବାର କୁ ଭଉଣୀର ଥଇଥାନ କରିବାକୁ ଅନୁରୋଧ ଜଣାଇଥିଲେ l ସଂଗଠନ ପରିବାର ତରଫରୁ କଳାହାଣ୍ଡି ସମାଜ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ଗତକାଲି କାର୍ଯ୍ୟକାରୀ ସଭାପତି Sangram Kampan ,ଜିଲ୍ଲା ଉପ-ସଭାପତି Bholashankar Patra , ଯୁଗ୍ମ ସମ୍ପାଦକ Naresh Sunani ଙ୍କ ସହ ସମାଜସେବୀକା ତଥା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ର ସୁଖ ଦୁଃଖ ର ସାଥି ଉପାଧ୍ୟକ୍ଷା Monisha Mund Mishra ,ସମାଜସେବୀ ତଥା ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ Bibek Ranjan Mishra , କଲମପୁରର ଯୁବ ସମାଜସେବୀ ରଞ୍ଜନ କୁମାର ସାହୁ, Chinmay Pattnaik Chinu ପ୍ରମୁଖ ତପସ୍ଵିନୀ ଙ୍କ ଘରେ ପହଞ୍ଚି ତପସ୍ଵିନୀ ଙ୍କୁ ଉଦ୍ଧାର କରି କଲମପୁର ଥାନାକୁ ନେଇ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ଵାଳଙ୍କୁ ଲିଖିତ ପତ୍ର ଦେବାସହ ପୋଲିସର ସହଯୋଗ କ୍ରମେ ଧର୍ମଗଡ ମିଶନ ଚାରିଟି ଠାରେ ଭର୍ତ୍ତି କରାଗଲା l ଏହି ଭଳି ମହତ୍ କାର୍ଯ୍ୟ କରିବା ପାଇଁ ଆଗେଇ ଆସିଥିବା ସମସ୍ତ ଙ୍କୁ କୋଟି ପ୍ରଣାମ ଜଣାଇବା ସହିତ ଭଗବାନ ସମସ୍ତ ଙ୍କୁ ଆଶୀର୍ବାଦ କରନ୍ତୁ ଏହା ହିଁ କାମନା କରୁଛ କହିଚନ୍ତି।
More Stories
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l
କାଳିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେଲା ଏକାଦଶ ଶ୍ରେଣୀ l