“ଭିକ ନୁହେଁ, ଜନସଂଖ୍ୟା ଅନୁପାତରେ ଭାଗ ଦିଅ ” ପ୍ରଚାର ପତ୍ର  ବଣ୍ଟନ l

ରିପୋର୍ଟ 🙁 ପ୍ରଦିପ ସେଠିଆ)

ଧର୍ମଗଡ: (ଆମ ଓଡ଼ିଶା ଖବର)ଗତ ଏକ ସପ୍ତାହ ହେଲା OBC-ST-SC ମିଳିତ ମହାସଂଘ ତରଫରୁ କଳାହାଣ୍ଡିର ବିଭିନ୍ନ କଲେଜ ମାନଙ୍କରେ ଛାତ୍ର – ଛାତ୍ରୀ ମାନଙ୍କୁ ଦୁଇ ପ୍ରକାର ପ୍ରଚାର ପତ୍ର ବଣ୍ଟନ କରି ସେମାନଙ୍କ ମଧ୍ୟରେ ସାମ୍ବିଧାନିକ ହକ ଅଧିକାର ଉପରେ ସଚେତନ କରୁଥିବା ଦେଖା ଦେଇଛି। ପ୍ରଥମ ପତ୍ରିକାରେ ରାଜ୍ୟ ସରକାର  ବିଶେଷତଃ OBC-ST-SC ବର୍ଗ ର ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଓ ନିଯୁକ୍ତି ରେ ସେମାନଙ୍କୁ ଜନସଂଖ୍ୟା ଅନୁପାତରେ ଅନ୍ୟ ରାଜ୍ୟ ଭଳି ସ୍ଥାନ ସଂରକ୍ଷଣ ଦେବା, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ରାଜ୍ୟ ବଦଳରେ ଜିଲ୍ଲା ଭିତ୍ତିକ କରିବା, ଶିକ୍ଷା ର ଘରୋଇକରଣ କୁ ସମ୍ପୂର୍ଣ୍ଣ ବନ୍ଦ କରିବା, 

ଆଦି 9 ଦଫା ଦାବୀ ରଖିଥିବା ବେଳେ ଅନ୍ୟ ପତ୍ରିକାଟି ଓଡିଶା ମୁଖ୍ୟମନ୍ତ୍ରୀ ଙ୍କୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଙ୍କ ଖୋଲା ଚିଠି ରହିଛି।  ଯେଉଁଠି ସେ “ସଂଖ୍ୟା ଯାହାର ଯେତେ, ଭାଗ ମିଳୁ ତାକୁ ସେତେ” ବୋଲି ଦାବୀ କରିଛନ୍ତି। ଉକ୍ତ ଖୋଲା ଚିଠି ଅନୁସାରେ 1931 ମସିହା ଜନଗଣନା ଅନୁସାରେ ଓଡିଶା ରେ ପଛୁଆ ବର୍ଗ ଙ୍କ ସଂଖ୍ୟା 54% ଥିବାବେଳେ ବର୍ତମାନ ସେମାନଂକୁ ଚାକିରୀରେ ମାତ୍ର 11% ସ୍ଥାନ ସଂରକ୍ଷଣ  ଦିଆଯାଉଛି। ଏହି ବିଶାଳ ଗୋଷ୍ଠୀ କୁ ଶିକ୍ଷା କ୍ଷେତ୍ର ରେ ଆଦୌ ସଂରକ୍ଷଣ ଦିଆଯାଉନାହିଁ।  ଠିକ ସେହିଭଳି 40% ଜନସଂଖ୍ୟା ଥିବା SC ଓ ST ବର୍ଗକୁ  ଶିକ୍ଷା ରେ ମାତ୍ର 20% ସଂରକ୍ଷଣ ଦିଆଯାଉଛି। ଏଭଳି ହେଲେ ଓଡ଼ିଆ ଲୋକଙ୍କ ଆଦୌ ବିକାଶ ହୋଇପାରିବ ନାହିଁ। ବିଶେଷ କରି ଏହାଦ୍ୱାରା ପଛୁଆ ବର୍ଗର ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ମାନେ ଡାକ୍ତର, ଇଞ୍ଜିନିଅର, ପଶୁ ଡାକ୍ତର, ଓକିଲ, ଫାର୍ମାସିଷ୍ଟ, ନର୍ସ , ଶିକ୍ଷକ ଠାରୁ ଚାର୍ଟଡ଼ ଆକାଉଣ୍ଟାଣ୍ଟ, ପର୍ଯ୍ୟନ୍ତ ହୋଇ ପାରୁନାହାନ୍ତି। ତେଣୁ ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଆବଶ୍ୟକ ହେଲେ ଏହି ପଛୁଆ ବର୍ଗ ର ବିକାଶ ପାଇଁ ସ୍ୱତନ୍ତ୍ର ଆଇନ ତିଆରି କରିବା ପାଇଁ ଦାବୀ କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଜେନା  ରାଜ୍ୟବ୍ୟାପୀ ପ୍ରଚାର ପ୍ରସାର କରିଥିବା ବେଳେ ଜିଲ୍ଲା ସ୍ତରରେ ଏହି ସଂଗଠନ କାମ କରୁଛି. ଆଜି ସଂଗଠନ ତରଫରୁ କଳମପୁର କଲେଜ, ଅରେବେଡା କଲେଜ, ବିଜମରା ଆଦି କଲେଜରେ ସେମାନେ ଏହି ପତ୍ରିକା ବାଣ୍ଟିବା ସହିତ ଛାତ୍ର ଛାତ୍ରୀ ମାନଙ୍କ ସହିତ ଏ ସମ୍ପର୍କ ରେ ବିଭିନ୍ନ ଆଲୋଚନା କରିଥିଲେ.

ସରକାର ଏହି ଦାବୀ ସବୁ ତୁରନ୍ତ ଗ୍ରହଣ ନ କଲେ ଆଗାମୀ ଦିନରେ ଜିଲ୍ଲାରେ ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ସଂଘ ର ବରିଷ୍ଠ କର୍ମକର୍ତ୍ତା ଡମ୍ବରୁଧର ଲହଜଲ, ରତନ ନାଏକ, ଡାକେଶ୍ୱର ଲହଜଲ, ଅଜୟ ପୁଝାରୀ, ସୌମ୍ୟରଂଜନ ନାଏକ, କ୍ଷୀରମୋହନ ପଟେଲ, ଟିକଚନ ମାଝୀ, ସୁଶାନ୍ତ ମାଝୀ,, ଗଣେଶ ନାଗ, ସୁଶାନ୍ତ ବିହାରୀ, ମାଧବ ସୁନାନୀ,ଦିଗାମ୍ବର ଦୁରିଆ ଆଦି ପ୍ରକାଶ କରିଛନ୍ତି।

error: Content is protected !!