ରାଉରକେଲା (ଯଯାତି କେଶୋରୀ ବିଶ୍ୱାଳ):
ଆଜି INTERNATIONAL HUMAN RIGHT’S FORCE -ORGANISATION’S ତରଫରୁ ବାସନ୍ତୀ କଲୋନୀ ସ୍ଥିତ IHRF-ଅଫିସ HEAD QUARTER ଠାରେ ଦେଶର-୭୭ତମ ସ୍ୱାଧୀନତା ଦିଵସ ଟିକୁ ଅତି ଧୁମଧାମରେ ପାଳନ କରିଲେ ସଙ୍ଗଠନର ଅଧକ୍ଷ ବା ପ୍ରତିଷ୍ଠାତା ଶ୍ରୀଯୁକ୍ତ-ବିଶ୍ୱଜିତ ମଲ୍ଲିକ ଏବଂ ତାଙ୍କର ସମସ୍ତ ସାଙ୍ଗଠନିକ କର୍ମକର୍ତ୍ତା ସଦସ୍ୟ ବୃନ୍ଦ, ବଖାଣିଲେ ଦେଶର ସ୍ୱାଧୀନତାର ଗାଥା ଓ ଗୌରବ,କହିଲେ ଯେକୌଣସି ପରିସ୍ଥିତିରେ ଭି ହେଉନା କାହିଁକି ଆମ୍ଭେ ସଦାସର୍ବଦା ପ୍ରତ୍ୟକ ନାଗରିକଟିକୁ ଆମ ସ୍ବର୍ଣ୍ଣମୟୀ ଭାରତ ବର୍ଷଭିତରେ ସମ୍ପୂର୍ଣ୍ଣ ସ୍ୱାଧୀନତାର ସହିତ, ସମ୍ପୂର୍ଣ୍ଣ ନିର୍ଭୟର ସହିତ, ପ୍ରତ୍ୟକ ମନୁଷ୍ୟର ମୌଳିକ ଅଧିକାର ଟିଏ ପାଇଁ ସତ୍ୟ ଓ ନ୍ୟାୟ ପଥରେ ଥାଇ ସାହାଯ୍ୟ କରି ଆସିଛୁ ଆସୁଛୁ ଓ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହା କରି କରି ଚାଲୁଥିବୁ ବୋଲି ସତ୍ୟ-ସତ୍ୟ-ସତ୍ୟ ତ୍ରିବାର ସତ୍ୟ କରି ଏହି ତ୍ରିରଙ୍ଗା ତଳେ ଶପଥପାଠ କରୁଅଛୁ ଏବଂ ଆଗାମୀ ଦିନମାନଙ୍କରେ ଆମ ରାଜ୍ୟ ଓଡିଶାର ସମସ୍ତ ମାନବାଧିକାର ସଙ୍ଗଠନକର ବରିଷ୍ଠ ଅଧିକାରୀଗଣ ଗୋଟିଏ “ମହାମେଣ୍ଟ ବୈଠକ” ମାଧ୍ୟମରେ ଏକତ୍ରହୋଇ “
କୋଟିଏ ଲୋକଙ୍କ-ଗୋଟିଏ ଲକ୍ଷ୍ୟ” ନାମରେ ଜାତି ଧର୍ମ ବର୍ଣ ନିର୍ବିଶେଷରେ ଆମ୍ଭେମାନେ ସମସ୍ତେ ଭାରତୀୟ ତେଣୁ ତ୍ରିରଙ୍ଗା ଯେମିତି ଆମକୁ କୌଣସି ପାତରଅନ୍ତର ବା ପକ୍ଷପାତ କରେନାହିଁ ଠିକ ସେହିଭଳି ଆମ ଦେଶର ବିଭିନ୍ନ
“ମାନବାଧିକାର ସଙ୍ଗଠନର ସଦସ୍ୟ,ସେବା ଓ ସେବକ” ଗଣ ମଧ୍ୟ୍ୟ ଆଜିଠାରୁ ମିଶି ଏକତ୍ର ଏକମନହୋଇ ଦେଶବାସୀ ଓ ଜନତାଙ୍କ ହିତପାଇଁ “ଦେଶହିତ କଲ୍ୟାଣକାରି କାର୍ଯ୍ୟକ୍ରମ ମାନ” ଆରମ୍ଭ କରିଦେବା ଉଚିତ,ତାଙ୍କର ଏଭଳି ସ୍ୱାଧୀନତା ଦୀବସର ଅଭିଭାଷଣ ସେଠାରେ ଉପସ୍ଥିତ ସମଗ୍ର ଯୁବପିଢ଼ି ଗଣଙ୍କୁ ଦେଶପ୍ରେମୀ ହେବାପାଇଁ ଉସ୍ରାହିତ କରି ପକାଉଥିଲା,”ଆନ୍ତର୍ଜାତୀୟ ମାନବାଧିକାର ବାହିନୀ”-(IHRF)
ସଙ୍ଗଠନର ଆଜିକାର ଏହି ସ୍ୱାଧୀନତା ଦୀଵସର ଜାତୀୟ ପତାକା ଉତ୍ତଳନ ପ୍ରୋଗ୍ରାମ ଉପଲକ୍ଷେ:-ମୁଖ୍ୟ ଅତିଥିଭାବେ, ରାଉରକେଲା ସହରର EX-INDIAN ARMY ,ରୁ ଶ୍ରୀ-ବଳବନ୍ତ ଚମ୍ପତ୍ତିରାୟ, ତାଙ୍କ ସହିତ ଥିଲେ 196-ଥର ନିଜର ଵୀରଳ ପ୍ରଜାତିର (A-) ରକ୍ତଟିକୁ ଦାନକରି ବିଶ୍ୱରେକର୍ଡ କରିପାରିଥିବା ଆଉ ଜଣେ EX-INDIAN ARMY ଶ୍ରୀ-ନରେନ୍ଦ୍ର କୁମାର ସିଂ, ଏବଂ ତାଙ୍କ ସହିତ ସନମାନୀୟ ଅତିଥି ରୂପରେ ଥିଲେ ସିଭିଲ-ଟାଉନସିପ ସ୍ଥିତ ଅଫିସଥିବା “ଦିଲ୍ଲୀ କ୍ରାଇମ & ହ୍ୟୁମାନରାଇଟ୍ସ ସଙ୍ଗଠନର” ସୁନ୍ଦରଗଡ଼ ଜିଲ୍ଲାର ସଭାପତି ଅଥବା ସେ-ମଧ୍ୟ୍ୟ ଜଣେ EX-INDIAN ARMY ଶ୍ରୀ-ଚକ୍ରଧର ଜେନା ସାର ମହୋଦୟ, ଏବଂ ଶତାଧିକ ଜନଗହଳି ମଧ୍ୟରେ ଅତି ଧୁମଧାମରେ ପାଳନ କରାଗଲା ଆଜିକାର ଏହି ୭୭ତ୍ତମ ଭାରତୀୟ ସ୍ୱାଧୀନତା ଦୀଵସ, ଏହା ପରେ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ଯାଇ ସେଠାକାର ସୁପରିଟେଣ୍ଡାଣ୍ଟ,ମ୍ୟାନେଜର ଏବଂ ଅନ୍ୟାନ୍ୟ RGH ର ବରିଷ୍ଠ ଅଧିକାରୀ ଡାକ୍ତରସାର ମାନଙ୍କର ଉପସ୍ଥିତି ଓ ସହଯୋଗରେ,
ପୂର୍ବରୁ ଚିକିତ୍ସା ଅବସ୍ଥାରେ RGHରେ ପଡ଼ି ରହିଥିବା କିଛି ରୋଗୀ -(ଯାହାର କେହିଭି ନିଜ ଲୋକ ନାହାଁନ୍ତି) ସେମାନଙ୍କୁ ଠାବକରି କିଛି କମ୍ବଳ ବାଣ୍ଟିବା ସାଙ୍ଗକୁ ବିସ୍କୁଟ ଓ ମିଷ୍ଟାନ ବଣ୍ଟନ କରି ସେମାନଙ୍କୁ ମଧ୍ୟ୍ୟ ଆଜିକାର ଭାରତବର୍ଷର ୭୭ତମ ସ୍ୱାଧୀନତା ଦିଵସ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ମନାସି ଥିଲେ IHRF ସଙ୍ଗଠନର ସମସ୍ଥ କର୍ମକର୍ତ୍ତା ଗଣ l
More Stories
ଅଙ୍ଗାରଗାଁ ପଞ୍ଚାୟତରେ ବୁଲିଲା ସୁଭଦ୍ରା ରଥ l
କୋଟିଆ ଆଦିବାସୀ ସମାଜ ବୈଠକ ଅନୁଷ୍ଠିତ,
ବୈପାରିଗୁାଡ଼ା ବ୍ଲକ ଡ୍ରାଇଭର ସଙ୍ଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ l