ବୈପାରୀଗୁଡା (ଇନ୍ଦ୍ର ପାଙ୍ଗି)ଭୟର ମାହୋଲ ଭିତରେ ଏବେ ବୈପାରୀଗୁଡା,ସେତେବେଳେ ନକ୍ସଲ ଭୟ ତ ଏବେ ମଦ ବୋତୋଲ ଓ ମାଡୁଆ ର ଭୟ । ରାଜ ରାସ୍ତା କଡରେ ମଦର ପସରା ପାଦେ ପାଦେ ମାଳମାଳ ମଦ ଦୋକାନ ସହିତ ଗଦା ଗଦା ମଦୁଆ ଙ୍କ ଆସରା । ଚିନ୍ତାରେ ସ୍ଥାନୀୟ ବାସିନ୍ଦା ଙ୍କ ସହ ହଜାର ହଜାର ପର୍ଜ୍ୟଟକ ।ସବୁଠୁ ବଡ କଥା ହେଲା ବିଦେଶୀ ମଦ ନିଜ ଦୋକାନ ରୁ ବିକ୍ରି କରିବାକୁ ନିୟମ ରହିଥିବେଳେ, ଏହି ବିଦେଶୀ ମଦ ଦୋକାନ ରୁ ବୈପାରୀଗୁଡା ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଇ ବିକ୍ରି କରାଯାଉଛି କିନ୍ତୁ ସବୁ ଜାଣି ଚୁପ ବସିଛି ଅବକାରୀ ପୋଲିସ !
ଏପରି ଅବିଯୋଗ ଆସିଛି ବୈପାରୀଗୁଡା ବ୍ଲକ ସଦର ମହୁକୁମା ର ତହସିଲ କାର୍ଯ୍ୟାଳୟ ପାଖରେ ଥିବା ବିଦେଶୀ ମଦ ଦୋକାନ ଉପରେ ,ବର୍ତମାନ ସୂର୍ଯ୍ୟ ଉଁଇଲେ ରାଜ ରାସ୍ତା ର ଉଭୟ ପାର୍ଶ୍ଵ ପାଲଟୁଛି ଅସାମାଜିକ ବ୍ୟକ୍ତିଙ୍କ ଆଡା ସ୍ଥଳୀ| ବର୍ତମାନ ଦୀର୍ଘ ଦିନ ର ବ୍ୟବଧାନ ପରେ ଏବେ ପୁଣି ସୀମା ଆର ପାରିରେ ଘଟୁଥିବା ଗୋଟେ ପରେ ଗୋଟେ ମାଓ ଘଟଣା ଲୋକଙ୍କ ମନ ଭିତରେ କୋଊଠି ନା କୋଊଠି ଭୟର ଏକ ମାହୋଲ ତିଆରି କରିଛି,ଆଉ ପୁଣି ଏହି ଭୟର ମାହୋଲ ଭିତରେ ବେଆଇନ ଭାବେ ଆଇନ କୁ ହାତକୁ ନେଇ ଅସାମାଜିକ ବ୍ୟକ୍ତି ମାନେ ରାସ୍ତା କଡରେ ମଦ୍ୟକ ଦ୍ରବ୍ୟ ସେବନ କରି ଊନମ୍ଟ କାଣ୍ଡ ଘଟଉଥିବା ଗୋଟେ ବଡ ଚିନ୍ତାର କାରଣ ପାଲଟିଛି । କେବେଳ ରାସ୍ତା କଡ ନୁହେ ବରଂ ବୈପାରୀଗୁଡା ପ୍ରମୁଖ ସରକାରୀ ସ୍କୁଲ ପଡିଆ, ହନୁମାନ ପାର୍କ, ସହସିଲ ପାଖର ଖେଳ ପଡିଆ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କ ରେ ଏବେ ମଦୁଆ ମାନଙ୍କ ଅଡ୍ଡା ପାଲଟିଛି । ଯୁଆଡେ ଦେଖିବ ସିଆଡେ କେବଳ ମଦ ବୋତଲ ହିଁ ଦେଖାଯାଉଛି । ବୈପାରୀଗୁଡା ସଦର ମହକୁମା ରେ ଥିବା ସରକାରୀ ସ୍ୱୀକୃତି ପ୍ରାପ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନ ରହିଛି କିନ୍ତୁ ଏଠାରେ ଦିନକୁ ହାଜାର ହଜାର ଲୋକ ଦୋକାନ ଭିତରେ ବସି ନିସା ଦ୍ରବ୍ୟ ସେବନ କରୁଥିବା ଦେଖିବାକୁ ମିଳିଛି, ମଦ ଦୋକାନ ପାର୍ଶ୍ଵ ରେ ଥିବା ତହସିଲ ଅଫିସ ଉଭୟ ପାର୍ଶ୍ୱରେ ମଦ ବୋତଲ ର ଏକପ୍ରକାର ଆସ୍ତରଣ ପଡ଼ିଗଲାଣି । କିଛି ଜାଗାରେ ପାଦ ପକାଇବାକୁ ମଧ୍ୟ ଭୟ ଲାଗୁଛି !
ଆଦିବାସୀ ବହୁଳ କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଞ୍ଚଳ , ଏ ଜିଲ୍ଲାର ସଂସ୍କୃତି ଓ ପରମ୍ପରା ସର୍ବଦା ପ୍ରଶଂସନୀୟ । ଆଉ ଏହି ପରମ୍ପରା ଲୋକସଂସ୍କୃତି ପର୍ଯ୍ୟଟନ ସ୍ଥଳୀ ଗୁପ୍ତେଶ୍ୱର ସଇବ ପିଠ ଦର୍ଶନ କରିବା ପାଇଁ ପଡୋଶୀ ଆନ୍ଦ୍ରପ୍ରଦେଶ , ଛତିଶଗଡ଼ ଓ ଆମ ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକ ପ୍ରତିଦିନ ଶହଶହ ପର୍ଯ୍ୟଟକ ବୈପାରୀଗୁଡା ଅଞ୍ଚଳରେ ଛୁଟିଆସନ୍ତି । କିନ୍ତୁ ଏହି ବ୍ଲକକୁ ଏବେ ଅପମାନିତ କରୁଛନ୍ତି ବ୍ଲକର ମଦୁଆ ଗୋଷ୍ଟି । ବୈପାରୀଗୁଡା ବ୍ଲକରେ ଗୋଟିଏ ଠିପିବନ୍ଦ ମଦ ଦୋକାନ ରହିଥିବା ବେଳେ ପ୍ରତିଦିନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି ମଦୁଆ । ଓ ମଦ ଦୋକାନ ପାଖରେ ମଦ ପିହିଁବା ନିଷେଧ ନିୟମ ରହିଥିବାବେଳ ଏଠାରେ ମଦ ଦୋକାନ ଭିତରେ ହିଁ ମଦୁଆ ମାନେ ମଦ ପିହୁଁଥିବା ଅବିଯୋଗ ହୋଇଛି ଓ ମଦ ବତଲରେ ଛପା ଯାଇଥିବା ମୂଲ୍ୟରୁ ଅଧିକ ପଇସା ନେଉଥିବା ଅବିଯଗ କରିଛନ୍ତି ଅଞ୍ଚଳବାସି !କୋଉଠି ରାଜ ରାସ୍ତା କଡରେ ତ କୋଉଠି ପର୍ଯ୍ୟଟନ ସ୍ଥଳୀ ଓ ଶିକ୍ଷାନୁଷ୍ଠାନ ରେ । ମଦ ପିଇ ଉନ୍ମୁକ୍ତ କାଣ୍ଡ ଘଟାଇବା ସହ ରାସ୍ତା ରେ ମଦ ବୋତଲ ଫଟାଇ ଯାତ୍ରୀଙ୍କୁ ଦୁର୍ଘଟଣା ର ଶିକାର କରାଉଛନ୍ତି । ବିଭିନ୍ନ ସମୟରେ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀବାହୀ ଓ ମାଲବାହୀ ଗାଡି ମାନଙ୍କୁ ବୋଟୋଲ ଦ୍ୱାରା ଆକ୍ରମଣ ମଧ୍ୟ କରାଯାଉଛି । ଏପରିକି ବୈପାରୀଗୁଡା ସଦରମହାକୁମା ରେ ଥିବା ତହସିଲ କାର୍ଯ୍ୟଳୟ ଓ ଆଦିବାସୀ ବିକାଶ ଛାତ୍ରାବାସ ର ଅତି ନିକଟରେ ଏକ ମଦ ଦୋକାନ ଥିବାବେଳେ ଅଧିକାଂଶ ସମୟରେ ରାସ୍ତାରେ ଯାଉଥିବା ଛାତ୍ରୀ ମାନଙ୍କୁ କମେଣ୍ଟ ର ଶିକାର ହେବାକୁ ପଡୁଛି । ତଥାପି ସବୁ ଜାଣି ଚୁପ ବସିଛି ବୈପାରୀଗୁଡା ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ।
ମଦୁଆଙ୍କ କବଳରୁ ବୈପାରୀଗୁଡା ସଦର ସମେତ ସମ୍ପୂର୍ଣ୍ଣ ଜିଲ୍ଲାକୁ ମୁକ୍ତି ଦେବା ସହ ସାମାଜିକ ସ୍ଥଳୀ ରୁ ମଦୁଆଙ୍କ ପଦୁର୍ଭାବ ରେ ରୋକ ଲଗାଇବା ପାଇଁ ସାଧାରଣ ରେ ଦାବି ହୋଇଥିବା ବେଳେ ମଦର ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ପଇସା ନେଇ ଲୋକଙ୍କୁ ଠକୁ ଥିବା ବିଦେଶୀ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପ୍ରଶାସନ କୁ ଦାବି କରିଛନ୍ତି ଅଞ୍ଚଳବାସୀ !
ଏଘଟଣାକୁ ନେଇ ଆମ ପ୍ରତିନିଧି ଇନ୍ଦ୍ର ପାଙ୍ଗି କୋରାପୁଟ ଅବକାରୀ ଅଧକ୍ଷ ଅରୁଣ କୁମାର ପାଡିଙ୍କୁ ଜାଗାଯୋଗ କରିବାରୁ ସେ ତଦନ୍ତ କରି ତୁରନ୍ତ ବିଦେଶୀ ମଦ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି
ବୈପାରୀଗୁଡା ବ୍ଲକରେ ବଢୁଛି ମଦୁଆଙ୍କ ପଦୁର୍ଭାବ.ଚୁପ ବସିଛି ଅବକାରୀ ବିଭାଗl

More Stories
ଧର୍ମପରାୟଣ ମହିଳାଙ୍କ ପରଲୋକ
ପୋଲସରା ବିଜ୍ଞାନ ମହାିଦ୍ୟାଳୟ ଠାରେ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ-୨୦୨୫ l
SRI PRAVAT KUMAR PRADHAN, ASI OF POLICE, CHANDANPUR PS, DIST-PURI NABBED BY ODISHA VIGILANCE WHILE TAKING BRIBE RS 15,000/- FROM A COMPLAINANT TO HELP HIM IN A LAND DISPUTE CASE.