ରିପୋର୍ଟ :- ଜଗନ୍ନାଥ ମହାନ୍ତ
କେନ୍ଦୁଝର ଜିଲ୍ଲା (ଆମ ଓଡିଶା ଖବର )ତେଲକୋଇ ବ୍ଲକ ଖୁଣ୍ଟlପଡ଼l ଗ୍ରାମ ପଞ୍ଚାୟତ କନ୍ତଲେଇ ଅଙ୍ଗନୱାଡ଼ି (କ) କେନ୍ଦ୍ରରେଦେଖିବାକୁ ମିଳିଛି ଏକ ନଗ୍ନ୍ ଚିତ୍ର l
ସରକାର ପ୍ରାଥମିକ ଶିକ୍ଷା ପାଇଁ କୋଟିକୋଟି ଟଙ୍କା ଅନୁଦାନ ଯୋଗାଇ ଦେଉଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି
କନ୍ତଲେଇ ଅଙ୍ଗନୱାଡି କେନ୍ଦ୍ର(କ) ରେ । ଅଙ୍ଗନ ୱାଡି କେନ୍ଦ୍ରଟି କାନ୍ଥ ଫାଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।କୁନି କୁନି ପିଲାଙ୍କ ସୁରକ୍ଷା କୁ ଦୃଷ୍ଟୀ ରେ ରଖି ପ୍ରାଥମିକ ସ୍କୁଲ ବାରଣ୍ଡାରେ ଚାଲିଛି ପିଲାଙ୍କ ପାଠପଢା l ସ୍କୁଲର ପାଚେରୀ ନାହିଁ ଫଳରେ ଅବିଭାବକ ମାନେ ପିଲାର ସୁରକ୍ଷା ଉପରେ ପ୍ରଶ୍ନ୍ ଉଠିଛି କେନ୍ଦ୍ର ୧୦୦ ମି ବ୍ୟବଧାନରେ ଗଭୀର ଜଳାଶୟ ପୋଖରୀ ଥିବାବେଳେ ।କେତେବେଳେ ଯେ ଅଘଟଣ ଘଟିପାରେ ତାହା କହିହେବ ନାହିଁ lବାରମ୍ବାର ଅଭିଯୋଗକରିବା ସତ୍ବେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି । ସରକାର ତୁରନ୍ତ ଯୁଦ୍ଧ କାଳୀନ ଭିତିରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଦୃଷ୍ଟି ଦେଇ କୁନି କୁନି ଛୋଟ ପିଲାଙ୍କ ଭବିଷ୍ୟତ ଓ ,ସୁରକ୍ଷା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।


More Stories
ଅଭାବନିୟ ଘଟଣା ଦେଖିବାକୁ ମିଳିଲା କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ।
ବେଆଇନ ଜିଂଜର ଜବତ, ଜଣେ ଗିରଫ
ଗୌଡିୟ ବେଦାନ୍ତ ବିଦ୍ୟାଳୟ ଖେଳ ପଡିଆରେ ଏପିଏଲ ଉଦଘାଟିତ