ରିପୋର୍ଟର -ଯଯାତି କେଶୋରୀ ବିଶ୍ୱାଳ
ସୁନ୍ଦରଗଡ଼,୧୭/୦୭/୨୩: ଆଜି ସବଡେଗା ବ୍ଲକ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ସାଧାରଣ ଲୋକଙ୍କ ପକ୍ଷରୁ ଆସିଥିବା ବିଭିନ୍ନ ଆପତ୍ତି ଅଭିଯୋଗ ଆଦିର ଶୁଣାଣି କରିଥିଲେ।
ଏହି ଜନ ଶୁଣାଣି ରେ ମୋଟ ୫୪ ଟି ଅଭିଯୋଗ ଆସିଥିଲା I ଏହି ଅଭିଯୋଗ ଗୁଡିକ ମଧ୍ୟରେ ୩୪ ଟି ଅଭିଯୋଗ ବ୍ୟକ୍ତିଗତ ଜନିତ ହୋଇଥିବା ବେଳେ ୨୦ ଗୋଟି ସାମୁହିକ ବା ଗୋଷ୍ଠି ସମସ୍ୟା ସମ୍ପର୍କିତ ଅଭିଯୋଗ ଗୁଡିକ ରହିଥିଲା I ଏହି ସାମୁହିକ ଅଭିଯୋଗ ଗୁଡିକ ମଧ୍ୟରେ ରାସ୍ତା ଘାଟ ମରାମତି, ଡ୍ରେନେଜ ସମସ୍ୟା, ବିଦ୍ୟାଳୟ ର ସମସ୍ୟା, କର୍ମଚାରୀ ନିଯୁକ୍ତି ଆଦି ରହିଥିଲା I ସେହିପରି ବ୍ୟକ୍ତିଗତ ଅଭିଯୋଗ ଗୁଡିକ ମଧ୍ୟରେ, ଇନ୍ଦିରା ଆବାସ, ରାସନ କାର୍ଡ, ବିଦ୍ୟୁତ ଯୋଗାଣ, ବାର୍ଦ୍ଧକ୍ୟ ଭତ୍ତା, କୋର୍ଟ କେଶ ଆଦି ରହିଥିଲା ଇ

ସେହିପରି ୭ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାର କରାଯାଇ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଜନଶୁଣାଣି ରେ ମୁଖ୍ଯ ମନ୍ତ୍ରୀ ରିଲିଫ ପାଣ୍ଠି ରୁ ୨ଜଣ ହିତାଧିକାରୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ମନୋଜ ମହାଜନ,ସୁନ୍ଦର ଗଡ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେ, ଜିଲ୍ଲା ଚିକିତ୍ସାଧିକାରୀ ଡା. ସରୋଜ କୁମାର ମିଶ୍ର, ଡେପୁଟି କଲେକ୍ଟର ( ଅାପାତକାଳିନ) ଶ୍ରୀମତୀ କୁନ୍ତି ରାଣୀ ନାୟକ, ବିଡିଓ ସବଡେଗା ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।