ରାୟଗଡ଼, ଲୋକସେବା ଭବନରେ ଆୟୋଜିତ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ୨୦୨୩ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସି ରେ ଯୋଗ ଦେଇ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ବ୍ୟବହାର ଠାରୁ ଦୂରେଇ ରହିବା ନିମନ୍ତେ ବାର୍ତା ପ୍ରଦାନ କରିଥିଲେ ସେହିପରି ସମ୍ମାନିତ ଅତିଥି ରୂପେ ମାନ୍ୟବର ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ପରିବେଶ ପ୍ରଦୂଷଣ ରୋକିବା ଏବଂ ନୂଆ ପରିବେଶ ସୃଷ୍ଟି କରି ଉଦାହରଣ ହେବା ବୋଲି ମତବ୍ୟକ୍ତ କରିଥିଲେ ଏବଂ ରାୟଗଡା ଜିଲ୍ଲା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପଲତା ମାଣ୍ଡାଙ୍ଗି ଙ୍କୁ ଆଦର୍ଶ ବୋଲି ମନ୍ତ୍ରୀ କହିଛନ୍ତି । ଏହି ଅବସରରେ ପରିବେଶ ସୁରକ୍ଷା
ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଭିନ୍ନ ଜିଲ୍ଲାର ୧୭୩ ଜଣ ପ୍ରକୃତିମିତ୍ର ଏବଂ ୧୮୭ ଜଣ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା ସେମାନଙ୍କ ମଧ୍ୟରୁ ରାୟଗଡା ଜିଲ୍ଲାର ତିନି ଜଣଙ୍କୁ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ବୁଥିଙ୍ଗ ପଞ୍ଚାୟତ ସ୍ଥିତ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ

ହାଡୁଗୁଡା ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପଲତା ମାଣ୍ଡାଙ୍ଗି ରାୟଗଡା ଜିଲ୍ଲା ର ଉତ୍ତମ ଶିକ୍ଷୟିତ୍ରୀ ଭାବେ ମାନ୍ୟବର ଜଙ୍ଗଲ,ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ ଠାରୁ ପ୍ରକୃତିମିତ୍ର ପୁରସ୍କାର ଗ୍ରହଣ କରିଛନ୍ତି , ପ୍ରକୃତିମିତ୍ର ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମାଣ୍ଡାଙ୍ଗି ତାଙ୍କର ଚାକିରୀ ଜୀବନ ଆରମ୍ଭ ହେବା ଠାରୁ ଆଜି ପର୍ଯ୍ୟନ୍ତ ଯେଉଁ ବିଦ୍ୟାଳୟ କୁ ବଦଳି ହୋଇ ଯାଆନ୍ତି ସେହି ବିଦ୍ୟାଳୟରେ ଭଳିକିଭଳି ଗଛ ଗୁଡ଼ିକ ରୋପଣ କରି ନୂଆ ପରିବେଶ ସୃଷ୍ଟି କରିଥାନ୍ତି ଏବଂ ତାଙ୍କର ବ୍ୟବହାର ଶାନ୍ତ ସ୍ଵଭାବ , ଖୁବ ସରଳ ଓ ନମ୍ର ହୋଇଥାଏ ଶ୍ରୀମତୀ ମାଣ୍ଡାଙ୍ଗି ଶିକ୍ଷା ପ୍ରତି ଯେତିକି ଯତ୍ନବାନ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ସେତିକି ଯତ୍ନବାନ ହୋଇଥାନ୍ତି ,ତାଙ୍କର ଏଭଳି କାର୍ଯ୍ୟ ପାଇଁ ଜିଲ୍ଲା ସ୍ତରରେ ଖୁବ ନାଁ କମେଇବା ସହିତ ବିଶ୍ୱ ପରିବେଶ ଦିବସ ଅବସରରେ ମାନ୍ୟବର ମନ୍ତ୍ରୀଙ୍କ ଠାରୁ ଜଣେ ଉତ୍ତମ ଶିକ୍ଷୟିତ୍ରୀ ଭାବେ ପ୍ରକୃତିମିତ୍ର ପୁରସ୍କାର ଗ୍ରହଣ କରିଥିବା ବେଳେ ତାଙ୍କ ବିଭିନ୍ନ ଦିଗରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି ।


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।