ଆନ୍ତର୍ଜାତୀୟ ବୟସ୍କ ନାଗରିକ ଦିବସ ଉପଲକ୍ଷେ ଟାଙ୍ଗୀ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଟାଙ୍ଗୀ ହାଇସ୍କୁଲ ର ସମ୍ମିଳନୀ କକ୍ଷରେ “ବରିଷ୍ଠ ନାଗରିକ ସମାଜ ର ମାର୍ଗ ଦର୍ଶକ” ଶୀର୍ଷକ ଏକ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଟାଙ୍ଗୀ ଅଞ୍ଚଳର ବରିଷ୍ଠ ସଂଗଠକ ବିଜୟ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଡାକ୍ତର ମଧୁସୂଦନ ସେନାପତି, ଅବସର ପ୍ରାପ୍ତ ବିଚାରପତି ନାରାୟଣ ମହାପାତ୍ର, ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ଚନ୍ଦ୍ର ଶେଖର ଦାଶ, ବରିଷ୍ଠ ସାମ୍ବାଦିକ ରଘୁନାଥ ସାହୁ, ଟାଙ୍ଗୀ ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ବଜିତ ପଲାଇ, ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗ ଦେଇ ବର୍ତମାନ ସମାଜ ରେ ବରିଷ୍ଠ ନାଗରିକ ମାନଙ୍କ ଆବଶ୍ୟକତା ଉପରେ ସଚେତନତା ଅଣାଯିବା ସହ ସମାଜ ପ୍ରତି ସେମାନଙ୍କର ଅବଦାନ କୁ ଏହି ଦିବସରେ ସ୍ମରଣ ରଖିବା ଦରକାର ବୋଲି ମତ ରଖିଥିଲେ। ସେମାନଙ୍କର ଅଭିଜ୍ଞତାକୁ ନେଇ ସୁସ୍ଥ ସମାଜ ଗଠନ କରାଯାଇପାରିବ।ବରିଷ୍ଠ ନାଗରିକ ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା,ରେଳ , ବସ୍ ଯାତ୍ରାରେ ରିହାତି ପ୍ରଦାନ, ସ୍ଥାନୀୟ ପୋଲିସ ର ସ୍ବତନ୍ତ୍ର ସୁରକ୍ଷା ଦିଆଯିବା ପାଇଁ ଦାବି ହୋଇଥିଲା। ଟାଙ୍ଗୀ ବ୍ଲକ , ଚିଲିକା ବ୍ଳକ ଓ ରଣପୁର ବ୍ଲକ୍ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ର ସମାଜ ସେବାରେ ନିୟୋଜିତ ଥିବା ବୟସ୍କ ବ୍ୟକ୍ତିତ୍ବ ଏବଂ ପୂର୍ବତନ ସେନାନୀ ଚିଲିକା ଶାଖା ର ସଦସ୍ୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରବିନ୍ଦ୍ର ସାମନ୍ତରାୟ, ସଚିତ୍ର ସାମନ୍ତରାୟ, ସୁରେନ୍ଦ୍ର କୁମାର ରାଉତ, ବିଶ୍ବଜିତ ରାଉତରାୟ,ପ୍ରଭାକର ବିଶ୍ବାଳ, ଦିଲୀପ କୁମାର ନାଥ, ଗଙ୍ଗାଧର ପ୍ରଧାନ, ଦଣ୍ଡ ପାଣି ବେହେରା, ଶତୃଘ୍ନ ପ୍ରଧାନ ପ୍ରମୁଖ ଙ୍କୁ ନେଇ ଏକ ୧୧ ଜଣିଆ ପରାମର୍ଶ କମିଟି ଗଠନ କରାଯାଇଥିଲା। ଶିକ୍ଷାବିତ୍ ରବିନ୍ଦ୍ର କୁମାର ନାୟକକାର୍ଯ୍ୟ କ୍ରମ କୁ ସଂଯୋଜନା କରିଥିଲେ । ସାଈ ସରନ୍ୟା ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ଅଧ୍ୟାପକ ପଣ୍ଡିତ ସୁଶୀଲ କୁମାର ମହାପାତ୍ର ବେଦପାଠ ଶ୍ଳୋକ ଆବୃତ୍ତି କରିଥିଲେ। ଅଶ୍ବିନୀ କୁମାର ଦାସ, ଶୁଭେନ୍ଦୁ ସାମନ୍ତରାୟ, ବୀରେନ ସାହୁ, ଡାକ୍ତର ବିଶ୍ବଜିତ ମହାପାତ୍ର, ସନ୍ତୋଷ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ।
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”