ବିୟୁରୋ ରିପୋର୍ଟ )
ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ସ୍ଥିତ ମା’ ଉଗ୍ରତାରା ମନ୍ଦିର ରୁ ମା’ ଙ୍କର ସୁନା ଅଳଙ୍କାର ଚୋରି ଘଟଣା , ସମସ୍ତ ଅଳଙ୍କାର ଉଦ୍ଧାର କରିଛି ଟାଙ୍ଗୀ ପୋଲିସ । ଏହି ଚୋରି ଘଟଣାରେ ସଂପୃକ୍ତ ଥିବା 2 ଜଣଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ । ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଅତିରିକ୍ତ ଏସପି କୃଷ୍ଣଚନ୍ଦ୍ର ମୁଣ୍ଡ୍ , ଏସଡିପିଓ ମିନାକ୍ଷୀ ଠାକୁର ଏବଂ ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଙ୍କ ଉପସ୍ଥିତି ରେ ଖୋରଧା ଅତିରିକ୍ତ SP ସୂଚନା ଦେଇଛନ୍ତି । ଗତ ଶନିବାର ବିଳମ୍ବିତ ରାତ୍ରରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶକ୍ତପୀଠ ତଥା ପର୍ଯ୍ୟଟନ ସ୍ଥଳୀ ମା’ ଉଗ୍ରତାରା ଙ୍କ ସୁନା ଅଳଙ୍କାର ସହିତ ସୁନା ଆଖି ତାଡି ନେଇଥିଲେ ଚୋର । CCTV ଫୁଟେଜ୍ କୁ ଆଧାର କରି ଚୋର ଧରିବାରେ ସକ୍ଷମ ହୋଇଛି ଟାଙ୍ଗୀ ପୋଲିସ । ଗିରଫ 2 ଅଭିଯୁକ୍ତ ତଥା ଚୋର ହେଲେ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ପାଣ୍ଡବପାଟଣା ଗ୍ରାମର ବାଇଧର ପ୍ରଧାନ ଓ ଗଙ୍ଗାଧର ପ୍ରଧାନ । ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ 2 ଟିମ୍ ଗଠନ ହୋଇଥିବି ବେଳେ ବାଲୁଗାଁ ଏସଡିପିଓ ଙ୍କ ନେତୃତ୍ୱରେ ଗୋଟିଏ ଟିମ୍ , ଏପରି 3 ଟିମ୍ ଏହି ଚୋରି ଘଟଣାର ଛାନ୍-ବିନ୍ କରିବା ପରେ ଧରାପଡିଛନ୍ତି ଏହି 2 ପେଶାଦାର ଚୋର ।


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.