ମା’ ଉଗ୍ରତାରା ମନ୍ଦିର ରୁ ଚୋରି ଘଟଣା ….
ସମସ୍ତ ସୁନା ଅଳଙ୍କାର ଉଦ୍ଧାର , ଧରାପଡିଲେ 2 ଚୋର l

ବିୟୁରୋ ରିପୋର୍ଟ )

ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ସ୍ଥିତ  ମା’ ଉଗ୍ରତାରା ମନ୍ଦିର ରୁ ମା’ ଙ୍କର ସୁନା ଅଳଙ୍କାର ଚୋରି ଘଟଣା , ସମସ୍ତ ଅଳଙ୍କାର ଉଦ୍ଧାର କରିଛି ଟାଙ୍ଗୀ ପୋଲିସ । ଏହି ଚୋରି ଘଟଣାରେ ସଂପୃକ୍ତ ଥିବା 2 ଜଣଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ । ସାମ୍ବାଦିକ ସମ୍ମିଳନୀରେ  ଖୋର୍ଦ୍ଧା ଅତିରିକ୍ତ ଏସପି କୃଷ୍ଣଚନ୍ଦ୍ର ମୁଣ୍ଡ୍  , ଏସଡିପିଓ ମିନାକ୍ଷୀ ଠାକୁର ଏବଂ ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଙ୍କ ଉପସ୍ଥିତି ରେ ଖୋରଧା ଅତିରିକ୍ତ SP  ସୂଚନା ଦେଇଛନ୍ତି ।  ଗତ ଶନିବାର ବିଳମ୍ବିତ ରାତ୍ରରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶକ୍ତପୀଠ ତଥା ପର୍ଯ୍ୟଟନ ସ୍ଥଳୀ ମା’ ଉଗ୍ରତାରା ଙ୍କ ସୁନା ଅଳଙ୍କାର ସହିତ ସୁନା ଆଖି ତାଡି ନେଇଥିଲେ ଚୋର ।  CCTV ଫୁଟେଜ୍ କୁ ଆଧାର କରି ଚୋର ଧରିବାରେ ସକ୍ଷମ ହୋଇଛି ଟାଙ୍ଗୀ ପୋଲିସ । ଗିରଫ 2 ଅଭିଯୁକ୍ତ ତଥା ଚୋର ହେଲେ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ପାଣ୍ଡବପାଟଣା ଗ୍ରାମର ବାଇଧର ପ୍ରଧାନ ଓ ଗଙ୍ଗାଧର ପ୍ରଧାନ । ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ 2 ଟିମ୍ ଗଠନ ହୋଇଥିବି ବେଳେ ବାଲୁଗାଁ ଏସଡିପିଓ ଙ୍କ ନେତୃତ୍ୱରେ ଗୋଟିଏ ଟିମ୍ , ଏପରି 3 ଟିମ୍ ଏହି ଚୋରି ଘଟଣାର ଛାନ୍-ବିନ୍ କରିବା ପରେ ଧରାପଡିଛନ୍ତି ଏହି 2 ପେଶାଦାର ଚୋର ।

error: Content is protected !!