ରୟାଗଡା (ଆମ ଓଡ଼ିଶା ଖାବର )ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ସଦର ଡମ୍ବ ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି l ମହିଳା ଜଣକ ୭୫ବର୍ଷୀୟା ଜନ ନାଏଜ ବିଧବା ବୋଲି ଜଣାପଡିଛି । ସ୍ୱାମୀ ହର ନାଏକ ପାକପାଖି ୩୫ ବର୍ଷ ପୂର୍ବେ ଦେହାନ୍ତ ହୋଇଛନ୍ତି। ଜଣେ ପୁଅ ଥିଲେ ଅରୁଣ ନାଏକ ଯୁବ ଅବସ୍ଥାରେ ମୃତ୍ୟୁ ବରଣ ହୋଇଥିବା ବେଳେ ଦୁଇ ନାତି ନାତୁଣୀଙ୍କ ଦାଇତ୍ୱ ନେଇଁ ଜନ ନାଏକ ବହୁତ ଅଭାବନୀୟ ପରିସ୍ଥିତି ରେ କୁନି କୁନି ନାତି ନାତୁଣୀଙ୍କ ଲାଳନ ପାଳନ କରିବାର ବଝ ମୁଣ୍ଡେଇ ନେଇଥିଲେ। ସ୍ୱାମୀ ଓ ପୁଅ ଚାଲି ଯିବା ପରେ ଧାର ଉଦ୍ଧାର କରି ବୃଦ୍ଧା ମହିଳା ଜନ ନାଏକ ରାସ୍ତା କଡରେ କିଛି ପନିପରିବା ର ବ୍ୟବସାୟ କରି ନିଜ ପରିବାର ର ଭକ ମେଣ୍ଟାଉ ଥିଲେ।

ଆଜି ସେ ସଖାଳୁ ପଖାଳ ଖାଇ ସାରି ପରିବା ବିକ୍ରୟ ପାଇଁ ଯାଇଥିବା ବେଳେ ପୂର୍ବାହ୍ନ ୧୨ ଟା ସମୟ ମଧ୍ୟରେ କୌଣସି କାରଣ ବସତି ତାଙ୍କ ଘରେ ନିଆଁ ଲାଗି ଯାଇଥିଲା।ତୀବ୍ର ଗତିରେ ହୁଁ ହୁଁ ହଇ ନିଆଁ କୁହୁଳୁ ଥିବାର ଦୃଶ୍ୟ ସାହି ପଡିଶା ଲୋକେ ଦେଖି ତୁରନ୍ତ ଜନ ନାଏକ କୁ ଖବର ଦେବା ସହ ହାଣ୍ଡି ହାଣ୍ଡି ପାଣି ନେଇଁ ନିଆଁ ଲିଭେଇବାକୁ ଚେଷ୍ଟା କରିଥିଲେ କିନ୍ତୁ ବୃଦ୍ଧା ମହିଳା ଜଣକ ଘରକୁ ପହଞ୍ଚିଲା ବେଳକୁ ଘରର ଆସବାପତ୍ର, ଧାନ,ଚାଉଳ ମାଣ୍ଡିଆ ଭଳି ଖାଦ୍ୟ ଶସ୍ୟ ଓ ବସ୍ତ୍ର ସବୁତକ ଜଳିବା ସହ ସର୍ବସ୍ୱ ଜଳି ପାଉଁଶ ହଇ ଯାଇଥିଲା l ବୃଦ୍ଧା ଜଣକ ଘରକୁ ପହଞ୍ଚି ସବୁ ଯଳି ଯାଇଥିବା ଦେଖି ମର୍ମାହତ ହୋଇ ପଡିଥିଲେ ଏବଂ ଦୁଃଖରେ ବିଭୋର ହୋଇ ଭୋ ଭୋ ହୋଇ କାନ୍ଦିବା ଆରମ୍ଭ କରିଥିଲେ।

ବୃଦ୍ଧାଙ୍କ ଦାରୁଣ କାନ୍ଦଣା ରେ ସମ୍ପୂର୍ଣ ଡମ୍ବ ସାହିର ଲୋକେ ଏକ ପ୍ରକାର ମର୍ମାହତ ହୋଇପଡ଼ିଥିଲେ। ଉକ୍ତ ଘଟଣା ରେ ମର୍ମାହତ ପରିବାର ସହ କାଶୀପୁର ଡମ୍ବ ସାହି ସମାଜ ସଭାପତି ଶ୍ରୀ ଦିଲୀପ ନାଏକ କ୍ଷତି ପୂରଣ ବାବଦରେ ସରକାରଙ୍କ ଦ୍ଵାରା କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରାଗଲେ ବୃଦ୍ଧା ମହିଳା ସହ ଦୁଇ ନାତି ନାତୁଣୀ ଉପକୃତ ହୋଇ ପାରିବେ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି l ପ୍ରକାଶ ଥାଉକି ଘର ପଡ଼ି ଘଟଣାରେ ଏ ପର୍ଯ୍ୟନ୍କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତ କିମ୍ବା କୌଣସି କାରଣ ଜଣା ପଡ଼ିନଥିବା ପରିବାର ପକ୍ଷରୁ ପ୍ରକାଶ କରାଯାଇଛି l ବୃଦ୍ଧା ମହିଳାଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ପ୍ରଶାସନ ତୁରନ୍ତ ଆବାସ ଗୃହ ଯୋଗାଇ ଦେବା ପାଈଁ ଆମ ଓଡିଶା ଖବର ଚେନାଲ୍ ତରଫରୁ ବିନୀତ ଅନୁରୋଧ କରୁଅଛୁ l

ରାୟଗଡା ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ନ୍ୟୁଜ ଆମ ଓଡିଶା ଖବର
More Stories
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।
ବଡ଼ ମଣିଷ ନୁହେଁ ଭଲ ମଣିଷ ହେବା ଆବଶ୍ୟକ ; ବିଧାୟକ