ତୃତୀୟ ରାଜନୀର ତାଳରେ ଆକାଶ ଓ ମାଟିର ମିଳନର ମଞ୍ଚ ପାଲଟିଲା ଚଇତି | 

ରାୟଗଡ଼ା (ଆମ ଓଡ଼ିଶା ଖବର )ଆଜି ଚଇତି ତୃତୀୟ ରଜନୀ ଧୁମ ଧାମରେ ପାଳନ ହୋଇଛି  | ତୃତୀୟ ରାଜନୀରେ ଦର୍ଶକ ଆଂଚଳିକ ଲୋକ କଳା ଓ ସଂସ୍କୃତିର ଭରପୁର ଉପଭୋଗ କରିଥିଲେ | ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲାପାଳ ପାରୁଲ ପଟାବରୀ ଯୋଗଦେଇ ଚଇତି ଆମ ଭିତରେ ଖୁସି ସହ ଉନ୍ମାଦ ସୃଷ୍ଟି କରିଛି | ଚଇତି ଜାତି ବର୍ଣ ନିର୍ବିଶେଷରେ ସମସ୍ତଙ୍କ ଗଣ ପର୍ବ ପାଲଟିଛି | ସମସ୍ତେ ମିଳିତ ଭାବେ ଜିଲ୍ଲାକୁ ଉନ୍ନତ ଶିଖରରେ ପହଂଚାଇବା ବୋଲି ନିଜ ଅଭିଭାଷଣ ରଖିଥିଲେ |  ମହିଳାମାନେ ଚଇତି ପର୍ବରେ ସାମିଲ ହୋଇ ତାହାର ଗୌରବ ବଢ଼ାଇଛନ୍ତି | ମହିଳାମାନେ ସମସ୍ତ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠା କରି ସମାଜର ଆଗ ଧାଡିରେ ରହିବାକୁ କହି ମହିଳାଙ୍କୁ ଉତ୍ସାହିତ କରିଥିଲେ ମୁଖ୍ୟ ବକ୍ତା ଭାବେ ରାୟଗଡା ଏସପି ଏସ ସ୍ଵାତି କୁମାର | ମଞ୍ଚରେ 

ସମ୍ମାନିତ ଅତିଥି ଭାବେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ

ଉପଜିଲାପାଳ ରାୟଗଡା କଲ୍ୟାଣୀ ସଂଘମିତ୍ରା ଦେବୀ ଉପଜିଲାପାଳ ଗୁଣପୁର କିରନ ଦୀପ କୌର ରାୟଗଡା ଡ଼ିଏଫଓ ସଚିନ ଆନା ସାହେବ ଓହଲ ଡିଆରଡିଏ ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ ଉତ୍କଳ ଆଲୁମିନା ପ୍ରୋଜେକ୍ଟ ମୁଖ୍ୟ ରବି ନାରାୟଣ ମିଶ୍ର ଉତ୍କଳ ଆଲୁମିନା ପ୍ରୋଜେକ୍ଟ ହେଡ଼ ସଭାପତି ମଜହର ବେଗ ଜେକେ କାଗଜକଳ ଉପସଭାପତି ବିନୟ ଦ୍ୱିବେଦି ପ୍ରମୁଖ ଉପସ୍ଥିତ ରହି ନିଜ ବକ୍ତବ୍ୟ ଦେଇଥିଲେ | ଡିଆରଡିଏ ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ ସ୍ୱାଗତ ଅଭିଭାଷଣ ରଖିଥିଲେ |

ରାୟଗଡା ଉପଜିଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ | ଜିଲ୍ଲାପାଳ ଓ ଏସପି ଦ୍ୱାରା ଓଡିଶା ସିଭିଲ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ମହେଶ୍ୱର ପାଲାକା ଏବଂ ଦୀପାରାଣୀ ବେହେରା, ଆୟୁର୍ବେଦ ଔଷଧ ସେବାରେ ନିୟୋଜିତ ଏନାଦ ଶବର, ଇମନ ଶବର, ମଙ୍ଗଳ ଶବର, ସୁନିତା ଶବର, କ୍ରୀଡ଼ାବିତ ଦୀଲସନ ଶବର, ଲେପୁଲ୍ୟ ନାୟକ, ଦିଲୀପ ପରିଡା ଓ କଳା ଏବଂ ସଂସ୍କୃତି ପାଇଁ ଚଇତି ସମ୍ମାନରେ ସମ୍ମାନିତ କରାଯାଇଥିଲା |

ରାୟଗଡା ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ନ୍ୟୁଜ ଆମ ଓଡିଶା ଖବର.

error: Content is protected !!