ରିପୋର୍ଟ :ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି- ତା 03.09.(ଆମ ଓଡିଶା ଖବର ) ଅବିଭକ୍ତ କୋରାପୁଟ ଜିଲ୍ଲାରେ ସରକାର ରଣା ଓ ମାଳି ସମ୍ପ୍ରଦାୟ କୁ ଆଦିବାସୀ. ମାନ୍ୟତା ଦେବା ଓ ଏହାକୁ ମଞ୍ଜୁର କରିବା ପାଇଁ କେନ୍ଦ୍ରକୁ ସୁପାରିସ କରିବା ଖବର ପ୍ରସାରିତ ପରେ ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଆଦିବାସୀ ମହାସଂଘର ଆନ୍ଦୋଳନ କରି ସରକାରଙ୍କ ଏଭଳି ନିଷ୍ପତ୍ତି କୁ ବିରୋଧ କରାଯିବ ବୋଲି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଆଦିବାସୀ ମହାସଂଘର ସଭାପତି ଲଛମନ ମାଝୀ ସଭାପତିତ୍ବ କରିଥିବା ବେଳେ ଉକ୍ତ ବୈଠକରେ ଆାଦିବାସୀ ଶ୍ରେଣୀ ଅନ୍ତର୍ଗତ ଅଞ୍ଚଳର ଅନେକ ସମ୍ପ୍ରଦାୟର ମୁଖିଆ ମାନେ ଯୋଗଦେଇ ସରକାରଙ୍କ ଆଦିବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଆମେ ଏକତ୍ରିତ ହୋଇ ଲଢ଼ିବା ର ସମୟ ଆସିଛି ବୋଲି ବୈଠକରେ ଆଲୋଚନା ହୋଇଥିଲା l ତେବେ ସରକାର ବର୍ତ୍ତମାନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ମାଳି ଓ ରଣା ଜାତି ଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରିବା ଓ ଏହାର ମଞ୍ଜୁର ପାଇଁ କେନ୍ଦ୍ରକୁ ସୁପାରିସ କରିବା ଘଟଣା ଉପରେ ଆଦିବାସୀ ମହାସଂଘ କ୍ଷୋଭ ପ୍ରକାଶ କରି ମାଳି ଓ ରଣା ଜାତି ଙ୍କୁ କେଉଁ ଆଧାରରେ ଆଦିବାସୀ ମାନ୍ୟତା ପ୍ରଦାନ କରିବାକୁ ଯାଇ ଆମକୁ ଅବହେଳିତ କରିବାକୁ ଯାଉଛନ୍ତି ସରକାର ବୋଲି ବୈଠକରେ ଆଲୋଚନା ହୋଇଥିଲା l ତେବେ ସରକାର ବର୍ତ୍ତମାନର ମୂଳ ଆଦିବାସୀଙ୍କ ଉନ୍ନତି ପାଇଁ କୌଣସି ତତ୍ପରତା ପ୍ରକାଶ କରିନଥିବା ବେଳେ ପୁଣି ଭିନ୍ନ ଦୁଇ ପଛୁଆବର୍ଗ ର ମାଳି ଓ ରଣା ଜାତି କୁ କେଉଁ ଆଧାରରେ ଆଦିବାସୀ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଯାଉଛନ୍ତି, ଏହା ଆମ ମୂଳ ଆଦିବାସୀ ସମାଜ ପ୍ରତି ଘୋର ଅନ୍ୟାୟ କରାଯାଇଛି, ଏହାର ଜବାବ ଆଦିବାସୀ ସମାଜ ନିଶ୍ଚିତ ଦେବ ବୋଲି ବୈଠକରେ ଉପସ୍ଥିତ ଆଦିବାସୀ ସମାଜର ସମସ୍ତ ପ୍ରମୁଖ ମାନେ ନିଜ ନିଜ ମତାମତ ରଖିଥିଲେ l ଏହାର ପ୍ରତିବାଦ ରେ ଆସନ୍ତା ଶୁକ୍ରବାର ସେପ୍ଟେମ୍ବର ଆଠ ତାରିଖ ଦିନ ମହାମହିମ ରାଷ୍ଟ୍ରପତି ଭାରତ, ଓ ରାଜ୍ଯପାଳ ଓଡ଼ିଆ ମାଳି ଓ ରଣା ଜାତି ଙ୍କୁ ଆଦିବାସୀ ମାନ୍ୟତା ନଦେବା ଉପରେ ସମ୍ମିଳିତ ଏକ ଆଠ ଦଫା ଦାବୀ ପ୍ରଦାନ କରିବା ପାଇଁ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି l ଆଜିର ଏହି ବୈଠକରେ ଭତ୍ରା ସମାଜ ରୁ ଶନିନ୍ଦ୍ର ସୋରୀ, କନ୍ଧ ସମ୍ପ୍ରଦାୟ ରୁ ଅଭୟ ଭୋଇ, ରାଜଗଣ୍ଡ ସମ୍ପ୍ରଦାୟ ରୁ ଦଶରଥ ଧୁରୁଆ, ଭୁଂଜିଆ ସମ୍ପ୍ରଦାୟ ରୁ ବୈକୁଣ୍ଠ ଝାଙ୍କର, ଧୃବଗଣ୍ଡ ସମ୍ପ୍ରଦାୟ ରୁ ବସନ୍ତ ମାଝୀ ଓ ଦୀନବନ୍ଧୁ ମାଝୀ, ସମାଜସେବୀ ଶ୍ୟାମ ସୁନ୍ଦର ମାଝୀ, ପରଜା ସମାଜରୁ ଜଗବନ୍ଧୁ ମାଝୀ, ସାନ୍ତା ସମାଜରୁ ନିତିଆ ସାନ୍ତା, ହାଲବା ସମାଜରୁ କମଳଲୋଚନ ହାଲବା , ଗଣ୍ଡ ସମାଜରୁ ଯଦୁନାଥ ମାଝୀ, କେଦାର ମାଝୀ, ସମେତ ସମସ୍ତ ଆଦିବାସୀ ଶ୍ରେଣୀୟ ମୁଖିଆ ମାନେ ଉପସ୍ଥିତ ଥିଲେ |
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”