ଧର୍ମଗଡ: ୧/୨ ( ଆମ ଓଡ଼ିଶା ଖବର) ଶାସ୍ତ୍ରୀୟ ଓଡ଼ିଆ ଭାଷା ରୂପୀ ହାରରେ ଓଡ଼ିଆ ଶବ୍ଦ ସମୂହ ଯଦି ମୋତି ଭଳି ଗୁନ୍ଥି ହୋଇଥାଏ, ତେବେ ସେ ଭିତରେ କଳାହାଣ୍ଡିଆ ଶବ୍ଦ ମାଣିକ୍ୟ ଭଳି ଝଟକୁଥାଏ। ଓଡ଼ିଆ ସାହିତ୍ୟରେ କଳାହାଣ୍ଡିଆ ଶବ୍ଦର ପ୍ରୟୋଗ ତାହାକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିଥାଏ ବୋଲି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ଯୁବ କବି ରଜତ ବଂଶଲ ମତପ୍ରକାଶ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଲଖୀରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ବଂଶଲ ଏଭଳି ମତ ରଖିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ପ୍ରେମଲାଲ କାଣ୍ଡ ମୁଖ୍ଯବକ୍ତା, ଅଧ୍ୟାପକ ରଂଜନ କୁମାର ପଣ୍ଡା, ଫକିର ଚଣ୍ଡି, ଭାରତୀୟ ବିଦ୍ୟାଶ୍ରୀ ନିକେତନ ଅଧ୍ୟକ୍ଷ ସୁରେନ୍ଦ୍ର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହି ଭାଷା, ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଏହା ଏକ ଉତ୍ତମ ସୁଯୋଗ ବୋଲି ମତବ୍ୟକ୍ତ କରିଥିଲେ। ଖେଳ ଶିକ୍ଷକ ସୁରେନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ନିକୁଞ୍ଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅଶୋକ ଚଣ୍ଡି, ସାନୁର୍ଯ୍ୟ ଗୋପାଳ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଫେବୃଆରୀ ୫ ତାରିଖ ଯାଏଁ ଚାଲିବ।


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ