ଧର୍ମଗଡ଼ ( ଆମ ଓଡ଼ିଶା ଖବର)ଥମୁନି ଦାଦନ ଦୁଖଃ, ହାଇଦ୍ରାବାଦ ରେ ପୁଣି ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ତେଣ୍ଡାପାଲି ଗ୍ରାମର ଅର୍ଜୁନ ଖମାରୀ (୪୨) କିଛିମାସ ତଳେ ପେଟ ପାଟଣା ପାଇଁ ହାଇଦ୍ରାବାଦକୁ ଯାଇ ଜଣେ ଠିକାଦାର ପାଖରେ ଇଟାଭାଟିରେ କାମ କରୁଥିଲେ । ପରିବାର ଙ୍କ ସୂଚନା ମତେ ଅର୍ଜୁନ ସୋମବାର ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ ,କିଛି ସମୟ ପରେ ଛାତିରେ ଯନ୍ତ୍ରଣା ଅନୁଭବ କରି ମୃତ୍ୟୁ ବରଣ କରିଥିଲେ । ତେବେ ଇଟାଭାଟି ମାଲିକ ଏକ ଆମ୍ବୁଲାନ୍ସ ଯୋଗେ ଶବ କୁ ଗାଁ କୁ ପଠାଇବା ବ୍ୟବସ୍ଥା କରିଥିଲେ । ଆଜି ସକାଳୁ ମୃତଦେହ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ଖେଳିଯାଇଛି । ତାଙ୍କର ଦୁଇ ପୁଅ ଓ ସ୍ତ୍ରୀ ଏବେ ନିସହୟ ହୋଇ ପଡିଛନ୍ତି । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହି ପରିବାର କୁ ସହାୟତା ଯୋଗାଇ ଦେବାକୁ ଗ୍ରାମ ବାସି ଙ୍କ ଦାବି ହେଉଛି ।
ହାଇଦ୍ରାବାଦ ରୁ ଫେରିଲା ପୁଣି ଜଣେ ଦାଦନ ଶ୍ରମିକ ଙ୍କ ମୃତ ଦେହ ।


More Stories
ସାରା ରାଜ୍ୟରେ ମଇ ୨୦ ତାରିଖରେ ସମସ୍ତ ମେଡିସିନ ଦୋକାନ ବନ୍ଦ ରହିବ।
ସିମେଣ୍ଟରେ ବାଲି ମିଶିଛି ନା ବାଲି ରେ ସିମେଣ୍ଟ ମିଶି କରାଯାଉଛି ସରକାରୀ କାମ,କବିସୂର୍ଯ୍ୟନଗର ବିଧାୟକ କ୍ଷୁବ୍ଧ l
ନିଆରା ଢଙ୍ଗରେ ସେବା ଜାରୀ ରଖିଛନ୍ତି କବିସୂର୍ଯ୍ୟନଗର ବିଧାୟକ