ବୈପାରିଗୁଡ଼ା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ
ବୈପାରିଗୁଡ଼(ଆମ ଓଡ଼ିଶା ଖବର )ହୁ ହୁ ହୋଇ ଜଳୁଛି ଜଙ୍ଗଲ। ହନ୍ତ ସନ୍ତ ହେଉଛନ୍ତି ବନ୍ୟ ଜନ୍ତୁ। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବାନାଞ୍ଚଳ ଅଧିନସ୍ଥ ଦଶମନ୍ତପୁର ଗାଡ଼ପୁଟ ବନବେଡ଼ା ଜଙ୍ଗଲରେ ଲାଗିଛି ନିଆଁ। ଦୁଇଦିନ ଧରି ଗାଡ଼ପୁଟ ବନବେଡ଼ା ଅଞ୍ଚଳ ଜଙ୍ଗଲରେ ହୁ ହୁ ହୋଇ ନିଆଁ ଲାଗିଥିଲେ ସୁଦ୍ଧା ଦଶମନ୍ତପୁର ଗାଡ଼ପୁଟ ଜଙ୍ଗଲ ଏରିଆରେ ବାନାଞ୍ଚଲ ଅଧିକାରୀଙ୍କ ଦେଖା ମିଳିନଥିବା ସାଧାରଣରେ ପ୍ରକାଶ ପାଇଛି। ଏତେ ମାତ୍ରାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି ଯେ ପାଖରେ ମେସିନ ଥାଇ ମଧ୍ୟ ମେସିନ ବ୍ୟବହାର ହେଉନଥିବା ଦେଖିବାକୁ ମିଳିଛି। ତେବେ ମେସିନ ଖରାପ ହୋଇଥିବା ହେତୁ ନିଆଁ ଲିଭେଇବାର କଷ୍ଟକର ହେଉଥିବା ନେଇ ଜଣେ ପାରାସ୍କ୍ୱାର୍ଡ ପ୍ରକାଶ କରିଛନ୍ତି। ଦୁଇଦିନ ଧରି ହୁ ହୁ ହୋଇ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ମେସିନ ଖରାପ ହୋଇଥିବା ନେଇ ଜଣେ ପାରାସ୍କ୍ୱାର୍ଡ ଦଶମନ୍ତପୁର ବନପାଳଙ୍କୁ ଜଣେଇଥିଲେ ମଧ୍ୟ ଦଶମନ୍ତପୁର ବନପାଳ କିଛି ଉତ୍ତର ଦେଇନଥିବା ମଧ୍ୟ ପ୍ରକାଶ କରିଛନ୍ତି ଜଣେ ପାରାସ୍କ୍ୱାର୍ଡ। ତେବେ ଏହିପରି ସମସ୍ୟାକୁ ନେଇ ଜଣେ ପାରା ସ୍କ୍ୱାର୍ଡ ହାତରେ ଖଣ୍ଡେ ଡାଳ ଧରି ନିଆଁ ଆୟତ୍ତ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଦୁଇଦିନ ଧରି ଜଙ୍ଗଲରେ ନିଆଁ ଲାଗିବା ଦ୍ଵାରା ଜୀବନ ବଞ୍ଚେବାରେ ବନ୍ୟ ପ୍ରାଣୀ ହନ୍ତ ସନ୍ତ ହେଉଥିବା ଅନୁମାନ କରାଯାଉଛି।ବୈପାରିଗୁଡ଼ା ବନାଞ୍ଚଳ ଜଙ୍ଗଲରେ ଗଛ ଲଗେଇବା ଓ ଜଙ୍ଗଲ ସୁରକ୍ଷା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ବନ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ କେତେବେଳେ ଜଙ୍ଗଲର ଗଛ କଟା ହେଉଛି ତ କେତେବେଳେ ବନ୍ୟ ପ୍ରାଣୀ ଶିକାର ହେଉଛନ୍ତି ଏବଂ ଏବେ ଜଙ୍ଗଲରେ ନିଆଁ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଗାଡ଼ପୁଟ ଅଞ୍ଚଳ ଠାରୁ ମହୁଲପୁଟ ଅଞ୍ଚଳ ଜଙ୍ଗଲରେ ନିଆଁ ଲାଗିଥିବା ଏବେ ଦେଖିବାକୁ ମିଳିଛି। ତେବେ ଏହି ଜଙ୍ଗଲରେ କିଏ ନିଆଁ ଲଗେଇଲେ ତାହା ଜଣା ପଡ଼ିନାହିଁ। ଏପଟେ ବୈପାରିଗୁଡ଼ା ବନାଞ୍ଚଳ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ। ତେବେ ଯଥା ଶୀଘ୍ର ନିଆଁ ଆୟତ୍ତ କରିବା ସହ ଜଙ୍ଗଲ ସୁରକ୍ଷା କରିବା ପାଇଁ ସାଧାରଣରେ ଦାବି ହେଉଛି।


More Stories
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l
ବରୀରେ ଚୋରା ମଦ ବ୍ୟବସାୟକୁ ନେଇ ତେଜୁଛି ଅସନ୍ତୋଷ l