ବେଗୁନିଆପଡା, (ଆମ ଓଡିଶା ଖବର):ଜହ୍ନି ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ କୁମାରପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ । ଏହି ଓଷା କୁମାର ପୂର୍ଣ୍ଣିମା ଦିନ ଉଦ୍ଯାପନ ହୁଏ । ମାସସାରା ପ୍ରତି ଅପରାହ୍ଣରେ ଜହ୍ନିଫୁଲ ଫୁଟିବା ପରେ ଜହ୍ନିଫୁଲକୁ ନେଇ ତୁଳସୀ ଚଉରା ମୂଳେ କୁମାରୀ ମାନେ ବୃନ୍ଦାବତୀଙ୍କୁ ପୂଜା କରନ୍ତି ।ଏଥିରେ ଲିଆ, ଉଖୁଡ଼ା, କଦଳୀ, କାକୁଡ଼ି ଆଦି ଭୋଗ କରନ୍ତି । ଗୀତ ବୋଲି, ହୁଳହୁଳି ଦେଇ ଝିଅମାନେ ସଞ୍ଜ ବେଳେ ଏହି ଓଷା ପାଳନ କରିଥାନ୍ତି । ଅପରାହ୍ଣରେ ଝିଅମାନେ ଚଉରାମୂଳରେ ଜହ୍ନିଫୁଲ ତଥା ଅନ୍ୟାନ୍ୟ ଫୁଲରେ କୋଠି ତିଆରି କରି କଳସ ସ୍ଥାପନା କରନ୍ତି ଏବଂ ଜହ୍ନିଓଷା ବହି ପଢ଼ି ପୂଜା କରନ୍ତି। ଗୀତ ଗାଇ ଗାଇ ବୃନ୍ଦାବତୀଙ୍କୁ ଜହ୍ନି ଫୁଲର ଆଞ୍ଜୁଳି ଦେଇଥାନ୍ତି । କୁଷ୍ଠ ରୋଗରୁ ମୁକ୍ତି, ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଜହ୍ନିଓଷା କରାଯିବାର କଥିତ ଅଛି । ଏହି ପରିପ୍ରେକ୍ଷୀରେ ବେଗୁନିଆପଡା ବ୍ଲକର ସାଙ୍କୁଡ଼ା ମଝି ସାହିରେ କୁମାରୀ ମାନେ ଏହି ଓଷା ପାଳନ କରି ଆସୁଛନ୍ତି । ସାହିର ସୁଜ୍ଞାନୀ ପରିଡା, ଗୀତାଞ୍ଜଳି ମହାରଣା, ବନିତା ସାହୁ, ବର୍ଷାରାଣୀ ସାହୁ ପ୍ରମୁଖ କୁମାରୀ ମାନଙ୍କ ଦ୍ୱାରା ଏହି ଓଷା ନିଷ୍ଠାର ସହିତ ପାଳିତ ହେଉଥିବା ବେଳେ କୁମାରପୁର୍ଣିମା ଦିନ ଏହି ଓଷା ଉଦଯାପିତ ହେବ । ତେବେ ବିଧି ଓ ପରମ୍ପରା ଅନୁଯାଇ ଆଜିକାଲି ଅପରାହ୍ଣରେ ଗୀତ ଗାଇ ପୁଚି ଖେଳିବା ପରମ୍ପରା ଧୀରେ ଧୀରେ ଲିଭି ଯାଇଥିବା ଦେଖିବାକୁ ମିଳିଛି ।
ରିପୋର୍ଟ :ଦେବାଶିଷ ମହାରଣା


More Stories
କାର୍ତିକ ପୁର୍ଣିମା ଉପଲକ୍ଷେ “କହିବି କାହାକୁ ଦୁଃଖ କାହାଣୀ” ନାଟକକୁ ଉଦଘାଟନ କଲେ କୋଦଳା ଅଧ୍ୟକ୍ଷ।
ଶନିଶ୍ଚର ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ
ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଦୁର୍ନୀତି ନିରାକରଣ ସଚେତନତା ଶୋଭାଯାତ୍ରା