ଢେଙ୍କାନାଳ(ଆମ ଓଡ଼ିଶା ଖବର )ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ଶ୍ରୀ ଶ୍ରୀ ବଳରାମ ଜିଉ ମନ୍ଦିର ପ୍ରାଙ୍ଗଣ ରେ ଆଜି ମଦନ ମୋହନଙ୍କ ବର ବାହୁଡ଼ା ନୀତି ପାଳିତ ହୋଇଯାଇଅଛି। ସନ୍ଧ୍ୟା ସମୟରେ ଭୋଗ ଲାଗି କରାଯାଇଥିଲା। ଉଖୁଡା, ଚୁଡ଼ା, ପିଠା ସହ କ୍ଷୀରି ଲାଗି କରାଯାଇଥିଲା। ରାତ୍ର ଧୂପ ପରେ ପାଲିଙ୍କିରେ ମଦନ ମୋହନ ଓ ରୁକ୍ମିଣୀ ଙ୍କୁ ବିଜେ କରାଯିବ। ଶୋଭାଯାତ୍ରା କରି ସହର ପରିକ୍ରମା କରାଯାଇଥିଲା। ପୂଜକ ମନ ସୁମନ ମିଶ୍ର, ପୂଜକ ଶିବଶ୍ଚ ମିଶ୍ର, ମଳୟ କୁମାର କର, ପାଳିଆ ସେବକ ବ୍ରଜ ବିହାରି ମହାପାତ୍ର, କହାଲିଆ ଟିକନ୍ ବେହେରା, ସୁଆର ନୀଳମଣି ଆଚାର୍ଯ୍ୟ ଓ ମନ୍ଦିର ଜିମାଦାର ଶ୍ୟାସୁନ୍ଦର ପାଣିଗ୍ରାହୀ ଙ୍କ ଉପସ୍ଥିତି ରେ ଵର ବାହୁଡ଼ା ନୀତି ପାଳନ କରାଯାଇଥିଲା।

More Stories
ଶାନ୍ତି ଶକ୍ତି ଭଵନରେ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ l
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।