ଢେଙ୍କାନାଳ(ଆମ ଓଡ଼ିଶା ଖବର )ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ଶ୍ରୀ ଶ୍ରୀ ବଳରାମ ଜିଉ ମନ୍ଦିର ପ୍ରାଙ୍ଗଣ ରେ ଆଜି ମଦନ ମୋହନଙ୍କ ବର ବାହୁଡ଼ା ନୀତି ପାଳିତ ହୋଇଯାଇଅଛି। ସନ୍ଧ୍ୟା ସମୟରେ ଭୋଗ ଲାଗି କରାଯାଇଥିଲା। ଉଖୁଡା, ଚୁଡ଼ା, ପିଠା ସହ କ୍ଷୀରି ଲାଗି କରାଯାଇଥିଲା। ରାତ୍ର ଧୂପ ପରେ ପାଲିଙ୍କିରେ ମଦନ ମୋହନ ଓ ରୁକ୍ମିଣୀ ଙ୍କୁ ବିଜେ କରାଯିବ। ଶୋଭାଯାତ୍ରା କରି ସହର ପରିକ୍ରମା କରାଯାଇଥିଲା। ପୂଜକ ମନ ସୁମନ ମିଶ୍ର, ପୂଜକ ଶିବଶ୍ଚ ମିଶ୍ର, ମଳୟ କୁମାର କର, ପାଳିଆ ସେବକ ବ୍ରଜ ବିହାରି ମହାପାତ୍ର, କହାଲିଆ ଟିକନ୍ ବେହେରା, ସୁଆର ନୀଳମଣି ଆଚାର୍ଯ୍ୟ ଓ ମନ୍ଦିର ଜିମାଦାର ଶ୍ୟାସୁନ୍ଦର ପାଣିଗ୍ରାହୀ ଙ୍କ ଉପସ୍ଥିତି ରେ ଵର ବାହୁଡ଼ା ନୀତି ପାଳନ କରାଯାଇଥିଲା।



More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |