ଖୋରଧା :- ତା – ୦୨/୦୨/୨୦୨୪:- ସାଧାରଣ ନିର୍ବାଚନ ଆସନ୍ନ ଥିବା ବେଳେ ଖୋରଧା ନିର୍ବାଚନମଣ୍ଡଳୀ ରେ ରାଜନୈତିକ ଉଷ୍ମତା ଏବେ ଠାରୁ ବାରି ହୋଇପଡ଼ିଲାଣି l ସେହି ଆଧାର ରେ ଅଳ୍ପ କିଛି ଦିନ ତଳେ ଟାଙ୍ଗୀ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ପ୍ରାକ୍ତନ ଜିଲ୍ଲା ପରିଷଦ ଅଧକ୍ଷା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ଜନ ସମ୍ପର୍କ ଓ ହୃଦୟଯୋଡ଼ ଯାତ୍ରା କାର୍ଯ୍ୟକ୍ରମ ରେ ବିଶାଳ ବାଇକ ରାଲିରେ ଘରକୁ ଘର ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଜନକଲ୍ୟାଣକାରି ଯୋଜନା ଓ ତାର ସଫଳ ରୂପାୟନ ସମ୍ପର୍କ ରେ ଅବଗତ କରାଇଥିଲେ l ୫ଟି ଅଧକ୍ଷ ଭି. କେ. ପାଣ୍ଡିଆନ ଙ୍କ ବଳିଷ୍ଠ ମାର୍ଗ ଦର୍ଶନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଯୋଜନା କୁ ଲୋକ ଙ୍କ ନିକଟରେ ପହଂଚାଇବା ର ନିଷ୍ଠା ଓ ଚେଷ୍ଟା ଯୋଗୁ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ପ୍ରତିଷ୍ଠିତ ହୋଇପାରୁଛି l ଏକ କ୍ରମରେ ଆଜି ପ୍ରାୟ ୧୦୦୦ ବିଶିଷ୍ଟ ମୋଟର ସାଇକେଲ ଶୋଭାଯାତ୍ରା ରେ ଶ୍ରୀମତୀ ମହାପାତ୍ର ଖୋରଧା ବ୍ଲକ ର କୁରାଢମଲ, କାଇପଦର, ବଙ୍ଗିଦା, ପଲ୍ଲାତୋଟାପଡା, ବାଜପୁର ଏବଂ ନନ୍ଦପୁର ଗ୍ରା. ପ. ର ବିଭିନ୍ନ ୱାର୍ଡ କୁ ପରିକ୍ରମା କରି ବିଜୁ ଜନତା ଦଳର ସଂଗଠନ କୁ ତୃଣମୂଳ ସ୍ତରରୁ ମଜଭୁତ କରୁଛନ୍ତି l ପ୍ରତେକ ଗାଁ ରେ ଶ୍ରୀମତୀ ମହାପାତ୍ର ଙ୍କୁ ଫୁଲ ଚନ୍ଦନ ଆଦି ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଏହି ବାଇକ ଶୋଭାଯାତ୍ରା ର ନେତୃତ୍ୱ ନେଇଥିଲେ କୁରାଢମଲା ଗ୍ରା. ପ. ର ସୀତୁ ସାମନ୍ତରାୟ, ନିଲୁ ପରିଡା, ତପନ ସୁବୁଦ୍ଧି ପଲ୍ଲାତୋଟାପଡା ଗ୍ରା. ପ. ର ହାପି ପ୍ରଧାନ,ଚିତ ରଞ୍ଜନ ମହାରଥୀ ନନ୍ଦପୁର ଗ୍ରା. ପ. ର ଅନୁ ସୁନ୍ଦରାୟ, ମାନସ ରଞ୍ଜନ ମହାପାତ୍ର, ରବୀନ୍ଦ୍ର ମିଶ୍ର ବାଜପୁର ଗ୍ରା. ପ. ର ବିକ୍ରମ ସାହୁ, ସୁବ୍ରତ ଜୟସିଂହ, ସଞ୍ଜୟ ଜୟସିଂହ, ଦିଲ୍ଲୀପ କୁମାର କାଣ୍ଡି କାଇପଦର ଗ୍ରା. ପ. ର ବାପି ଚମ୍ପତ୍ତିରାୟା, ବୀରେନ୍ଦ୍ର ମହାପାତ୍ର, ଜିତୁ ଯୁଝିୟାସିଂହ ବଙ୍ଗିଦା ଗ୍ରା. ପ. ର ପପୁ ମାର୍ଥା, ଅବନୀ କାନ୍ତ ପ୍ରଧାନ ଏବଂ ଉପେନ୍ଦ୍ର ପରିଡା l
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ


More Stories
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।
କୁଖ୍ୟାତ ଡକାୟତ ନିରଞ୍ଜନ ସ୍ୱାଇଁକୁ ଧରିଲା ଧଉଳି ପୋଲିସ।
ସର୍ବଭାରତୀୟ ଓପନ କୋରାଟେରେ ମହମ୍ମଦ ଓକିଲଙ୍କ ସର୍ଣ୍ଣ ପଦକ ହାସଲ।