ଗୌଡିୟ ବେଦାନ୍ତ ବିଦ୍ୟାଳୟର ମହୋତ୍ସବ ‘ ଉନ୍ମନା’ ଉଦଯାପିତ

ରିପୋର୍ଟ :ଦେବାଶିଷ

ବେଗୁନିଆପଡା:(ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁ ସ୍ଥିତ ଗୌଡିୟ ବେଦାନ୍ତ ବିଦ୍ୟାଳୟର ପ୍ରଥମ ବାର୍ଷିକ ମହୋତ୍ସବ ‘ଉନ୍ମନା’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୌଡିୟ ବିଦ୍ୟାଳୟର ସଭାପତି ଶ୍ରୀପଦ ଭକ୍ତି ବେଦାନ୍ତ ବୋଧୟାନ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଆଗାମୀ ଭବିଷ୍ୟତ ତଥା ଛାତ୍ର ଛାତ୍ରୀ ମାନେ ଏହି ବିଦ୍ୟାଳୟରୁ କିପରି ପରମାର୍ଥିକ ଶିକ୍ଷା ଲାଭ କରିବା ସହିତ ଏକ ବିଶ୍ୱ ସ୍ତରୀୟ ସ୍କୁଲ ଭାବେ ଏହି ବିଦ୍ୟାଳୟ ପରିଗଣନା ହେବ ସେ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ | କାର୍ଯ୍ୟକ୍ରମରେ ସନମାନିତ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ଯୋଗଦେଇ ପିଲାଙ୍କ ଶିକ୍ଷା ଓ ଭବିଷ୍ୟତ ସମ୍ପର୍କରେ ସଂକ୍ଷିପ୍ତ ମତ ରଖିଥିଲେ | ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଗୌଡିୟ ବେଦାନ୍ତ ବିଦ୍ୟାଳୟ ସମ୍ପାଦକ ଡ଼ଃ. ନିରଜ ଶର୍ମା, ସଭାପତି ଶ୍ରୀପଦ ରମଣୀ ମୋହନ, ଶ୍ରୀ ଅନିରୁଦ୍ଧ ସିଂଘାଣିଆ, ଶ୍ରୀମତୀ ରିଆ ସିଂଘାଣିଆ, ଡ଼ଃ. ଶେଷଦେବ ସମର୍ଥ, ଗୌଡିୟ ବେଦାନ୍ତ ବିଦ୍ୟାଳୟର ଉପ ସଭାପତି ପୁର୍ଣ ଚନ୍ଦ୍ର ବେହେରା, ସମ୍ପାଦକ ଚନ୍ଦନ ଜେନା, ସଦସ୍ୟ ବିକାଶ କୁମାର ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ | ଏହି ଅଞ୍ଚଳରେ ଏଭଳି ପରମର୍ଥିକ ଅନୁଷ୍ଠାନ ଯେଭଳି ସାରା ଭାରତ ବର୍ଷରେ ଉନ୍ନତ ମାନର ଶିକ୍ଷା ଦାନ କରିବା ସହିତ ଯୁଗ ସହିତ ତାଳ ଦେଇ ବୈଷୟିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଇ ଅନୁଷ୍ଠାନ ତାର ଶିକ୍ଷା କାର୍ଯ୍ୟ ଜାରୀ ରଖିବ ସେ ନେଇ ବିଭିନ୍ନ ମତ ଦେଇଥିଲେ ଉପସ୍ଥିତ ଅତିଥି | କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା | ପୂର୍ବରୁ ଆୟୋଜିତ ବିଭିନ୍ନ ଖେଳ କୁଦ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ସମାଜସେବୀ ଚିତ୍ରସେନ ପରିଡା, ଅଶୋକ ତାରିଣୀ ଙ୍କ ସମେତ ଛାତ୍ର ଛାତ୍ରୀ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ |

error: Content is protected !!