ଖୋର୍ଦ୍ଧା : (ଆମ ଓଡ଼ିଶା ଖବର) ଗତ କିଛିଦିନ ଧରି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଥାନା ଅଞ୍ଚଳରେ ବ୍ୟାପକ ବାଇକି ଚୋରି ହୋଇଥିବାର ଜଣାପଡ଼ୁଥିଲା । ସେଠୀ ମଧ୍ୟରୁ ଗତ ଗଣେଶ ପୂଜା ଦିନ ବୋଲଗଡ଼ ଥାନା ନିକଟସ୍ଥ ଚୁଡ଼ା ବଜାର ଠାରେ ରୋଳସିଂହ ଗ୍ରାମର କୁଳମଣି ପ୍ରଧାନଙ୍କ ନୂଆ ହିରୋ ଗ୍ଲାମର ବାଇକି ଗାଡ଼ିଟି ଚୋରି ହୋଇଯାଇଥିଲା । ସେ ବୋଲଗଡ଼ ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରିଣୀ ସିଗ୍ନିଧାମୟୀ ବରାଡ, ଏସ ଆଇ ଲିଲି ପାଢୀ , ଏ ଏସ ଆଇ ପ୍ରସନ୍ନ କୁମାର ଦଳେଇ ,କନେଷ୍ଟବଳ ଦେବ ପ୍ରସାଦ ରଥ , ରମେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ଏପି ଆର ଫୋର୍ସ ଙ୍କୁ ନେଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଫଳରେ ୧୪ଟି ଦାମୀ ବାଇକି ଜବତ କରିବା ସହିତ ମୁଖ୍ୟ ଅସମି ୨ଜଣଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ନେଳିଗୁଡ଼ା ଗ୍ରାମର ପ୍ରଦିପ ନାୟକ (୨୭) , କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ବାଘ ଡମ୍ବୁରି ଗ୍ରାମର ସଂଜିବନ ନାୟକ(୨୯) ସେମାନଙ୍କୁ ବୁଧବାର ଦିନ ଖୋର୍ଦ୍ଧା କୋର୍ଟ କୁ ଚାଲାଣ କରାଯାଇଛି । ବାଇକ କିଣିଥିବା ୩ଜଣଙ୍କୁ ଗିରଫ କରାଯାଇ ଥାନାରୁ ଯାମିନି କରି ଛଡ଼ା ଯାଇଛି କରାଯାଇଛି ।
ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା
ବୋଲଗଡ଼ ଥାନା ପକ୍ଷରୁ ୧୪ବାଇକି ଜବତ ସହ ୨ଜଣ ଗିରଫ ।


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.