ଖୋର୍ଦ୍ଧା : (ଆମ ଓଡ଼ିଶା ଖବର) ଗତ କିଛିଦିନ ଧରି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଥାନା ଅଞ୍ଚଳରେ ବ୍ୟାପକ ବାଇକି ଚୋରି ହୋଇଥିବାର ଜଣାପଡ଼ୁଥିଲା । ସେଠୀ ମଧ୍ୟରୁ ଗତ ଗଣେଶ ପୂଜା ଦିନ ବୋଲଗଡ଼ ଥାନା ନିକଟସ୍ଥ ଚୁଡ଼ା ବଜାର ଠାରେ ରୋଳସିଂହ ଗ୍ରାମର କୁଳମଣି ପ୍ରଧାନଙ୍କ ନୂଆ ହିରୋ ଗ୍ଲାମର ବାଇକି ଗାଡ଼ିଟି ଚୋରି ହୋଇଯାଇଥିଲା । ସେ ବୋଲଗଡ଼ ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରିଣୀ ସିଗ୍ନିଧାମୟୀ ବରାଡ, ଏସ ଆଇ ଲିଲି ପାଢୀ , ଏ ଏସ ଆଇ ପ୍ରସନ୍ନ କୁମାର ଦଳେଇ ,କନେଷ୍ଟବଳ ଦେବ ପ୍ରସାଦ ରଥ , ରମେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ଏପି ଆର ଫୋର୍ସ ଙ୍କୁ ନେଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଫଳରେ ୧୪ଟି ଦାମୀ ବାଇକି ଜବତ କରିବା ସହିତ ମୁଖ୍ୟ ଅସମି ୨ଜଣଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ନେଳିଗୁଡ଼ା ଗ୍ରାମର ପ୍ରଦିପ ନାୟକ (୨୭) , କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ବାଘ ଡମ୍ବୁରି ଗ୍ରାମର ସଂଜିବନ ନାୟକ(୨୯) ସେମାନଙ୍କୁ ବୁଧବାର ଦିନ ଖୋର୍ଦ୍ଧା କୋର୍ଟ କୁ ଚାଲାଣ କରାଯାଇଛି । ବାଇକ କିଣିଥିବା ୩ଜଣଙ୍କୁ ଗିରଫ କରାଯାଇ ଥାନାରୁ ଯାମିନି କରି ଛଡ଼ା ଯାଇଛି କରାଯାଇଛି ।
ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା
ବୋଲଗଡ଼ ଥାନା ପକ୍ଷରୁ ୧୪ବାଇକି ଜବତ ସହ ୨ଜଣ ଗିରଫ ।

More Stories
ଆସିକା ଅଞ୍ଚଳ ରେ ଥିବା ବେଆଇନ ପୋଡ଼ା ଇଟା ଭାଟି ରୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରୁଛି କିଏ ……?
ଚନ୍ଦ୍ରଗିରି ବେଙ୍ଗଲୀ ମହିଳା ଙ୍କ ଆତ୍ମହତ୍ୟା ର ସୁରାଖ ନାହିଁ ! କାଶୀପୁର ପୋଲିସ ର ତଦନ୍ତ ଜାରି। ପ୍ରାୟଜିତ ନା ଷଡଯନ୍ତ୍ର ?
ରାଇବନ୍ଧ ଗ୍ରାମ ପୋଖରୀ ପାଖରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।