ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
ଖୋର୍ଦ୍ଧା :ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କମାଗୁରୁ ରାମଚନ୍ଦ୍ର କଳ୍ପନା ଜୁନିୟର କଲେଜ ପରିସରରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜକ ଡ ବିଶ୍ୱମୋହନ ଜେନା ଆନୁଷ୍ଠାନିକ ଭାବେ ରକ୍ତଦାନ ଶିବିରକୁ ଉଦଘାଟିତ କରିଥିଲେ। ଅଧକ୍ଷ ସୁଧାଂଶୁ ଶେଖର ମହାନ୍ତି ସଭାପତିତ୍ବ କରିଥିବାବେଳେ ଅଧ୍ୟାପିକା ଡ ରେଣୁବାଳା ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶୁଭେଚ୍ଛୁ ମନୋରଞ୍ଜନ ମହାନ୍ତି, ନୀଳକଣ୍ଠ ସିଂହ ଓ ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶେଷରେ କଲେଜ ଜାତୀୟ ସେବା ଶିବିର ସଂଯୋଜକ ତଥା ଅଧ୍ୟାପକ ଜମେଶ୍ୱର ଯୁଝାରସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ରକ୍ତଦାନ ଶିବିରରୁ ୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଡ ସୌରଭ ସୁନ୍ଦର ରାୟ, ଅରୁଣ କୁମାର ସାହୁ, ଲକ୍ଷ୍ମୀପ୍ରିୟା ପ୍ରଧାନ, ଝାନ୍ସି ରାଣୀପାତ୍ର ଓ ଅନିରୁନ୍ଧ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ। କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ମାନେ ସହଯୋଗ କରିଥିଲେ।
More Stories
ଔପନିବେଶୀୟ ଶିକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିବ ଜାତୀୟ ଶିକ୍ଷାନୀତି (ଏନ୍. ଇ. ପି) -୨୦୨୦: ଉଚ୍ଚଶିକ୍ଷା ମନ୍ତ୍ରୀ।
ଗୁଡାରିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।
ଟିଟିଲାଗଡ ପୂର୍ତ୍ତ ବିଭାଗ ଏସଡିଓ ଡିଲେଶ୍ବର ମାଝିଙ୍କ ଘରେ ଭିଜିଲାନ୍ସର ଚଢ଼ାଉ।