ଗଞ୍ଜାମ: ( ଆମ ଓଡିଶା ଖବର)ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ହିଞ୍ଜିଳି ପଞ୍ଚାୟତ ସମିତି ଏବିଡିଓ ଅରୁଣ କୁମାର ପ୍ରଧାନ ଉଦଘାଟନ କରିଥିଲେ । ବିଧାୟକଙ୍କ ଡିଆରଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର , ବିଧାୟକଙ୍କ ବ୍ଳକ ପ୍ରତିନିଧି ଏ ସୁଦର୍ଶନ, ହିଞ୍ଜିଳି ପୌରାଞ୍ଚଳ କାର୍ଯ୍ଯନିର୍ବାହୀ ଅଧିକାରୀ ଜୁବୁଲି ବେହେରା ହିଞ୍ଜିଳି ବ୍ଳକ ଅଧ୍ୟକ୍ଷା ସ୍ବରସ୍ବତୀ ସେଠି ,ହିଞ୍ଜିଳି ପୌରାଧ୍ଯକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଜିଲ୍ଲା ପରିଷଦ ସଭ୍ୟା ପି ବାଇରୀ ,ବ୍ଳକ ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ ,ଡଃ ଗୟାଧର ପ୍ରଧାନ ମଞ୍ଚାସୀନ ରହି ଶିବିରର ଉଦ୍ଦେଶ୍ୟ ,ସରକାରଙ୍କ ଯୋଜନା ପାଇବାର ନିୟମବଳୀ ଉପରେ ଆଲୋକପାତ କରିଥିଲେ ।

ଏହି ଶିବିରରେ ୩୮୬ ସାର୍ଟିଫିକେଟ ଅନଲାଇନ କରାଯାଇଥିଲା ।ଏହାପରେ ୧୬ ଜଣ ହିତାଧିକାରୀଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା ବେଳେ ଅନ୍ୟାନ୍ୟ ୬୭ ଜଣ ଆବେଦନ କରିଥିଲେ । ଏଥିରେ ମେଡ଼ିକାଲ ଷ୍ଟାପ କନିଷ୍ଠ ଯନ୍ତ୍ରୀ ,ପୋଲିସ କର୍ମଚାରୀ ସ୍ଥାନୀୟ ଜନପ୍ରତିନିଧି ସମାଜସେବୀ ଉପସ୍ଥିତ ଥିଲେ ।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ
More Stories
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ଏନ୍.ସି.ସିର ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ।
ମା ଠାକୁରାଣୀ ବୁଡ଼ ଯାତ୍ରା ଉପଲକ୍ଷେ କନିଆରୀବାଡ଼ି ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ଥ