ଧର୍ମଗଡ଼ ( ଆମ ଓଡ଼ିଶା ଖବର) ଧର୍ମଗଡ଼ ବ୍ଲକ୍ ଛଞ୍ଚାଣବାହାଲି ଖେଳ ପଡିଆ ଠାରେ ଚାଲିଥିବା ମାଁ ଠାକୁରାଣୀ ଚାମ୍ପିଅନ ଟ୍ରଫି କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଛି । ଶୁକ୍ରବାର ଦିନ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ବେହେରା ଦନ୍ତେଶ୍ୱରି କ୍ରିକେଟ କ୍ଳବ୍ ଚିଲଦଙ୍ଗରି ଏକାଦଶ କୁ ହରାଇ ଚାମ୍ପିଅନ ହୋଇଛି । ବେହେରା କ୍ରିକେଟ କ୍ଳବ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୧୫ ଓଭର ରେ ୨ୱିକେଟ ହରାଇ ୧୩୩ରନ ସଂଗ୍ରହ କରିଥିଲା । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିବା ଚିଲ ଦଙ୍ଗରି ଏକାଦଶ ୧୪,୪ ଓଭର ରେ ସମସ୍ତ ୱିକେଟ ହରାଇ ୯୯ରନ କରିବାରେ ସକ୍ଷମ ହୋଇଥିଲା । ମ୍ୟାଚ୍ କୁ ବେହେରା କ୍ରିକେଟ କ୍ଳବ୍ ୩୪ରନ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା ।ଦକ ପକ୍ଷରୁ ଇଶ୍ଵର ବାଣୁଆ ୨୮ ବଲ ରେ ଦୃତ ୫୫ ରନ କରି ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ସଞ୍ଜୀବ ବାଣୁଆ ମ୍ୟାନ ଅଫ ଦି ସିରିଜ୍ ଓ ବେଷ୍ଟ ବୋଲର ଭାବେ ଧର୍ମେଶ ଗୋପାଲ କୁ ପୁରସ୍କୃତ କରାଯାଇଥିଲା । ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ,ସମ୍ମାନିତ ଅତିଥି ଜିଲ୍ଲାପରିଷଦ ସଭ୍ୟ ଶଙ୍କର ପ୍ରସାଦ ଯୁଏଡ, ସମିତି ସଭ୍ୟା ଚର୍ଚ୍ଚିକା ଗୋପାଲ ପ୍ରମୁଖ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦକ କୁ ଉତ୍ସାହିତ ପୂର୍ବକ ଟ୍ରଫି ପ୍ରଦାନ କରିଥିଲେ । ଅମ୍ପାୟାର ଭାବେ ନୀଳାମ୍ବର ସୁନାନି,ନିରଞ୍ଜନ ଦୂର୍ଗା ଖେଲ ପରିଚାଳନା କରିଥିବା ବେଳେ ସ୍କୋରର ବିପିନ ଚନ୍ଦ୍ର ଭାଇଁସାଲ,ଭାଗ୍ୟବାନ ପାଣିଗ୍ରାହୀ ଭସ୍ୟକାର ଭାବେ ରୋମାଞ୍ଚଲ ଗୋପାଲ,କ୍ଷୀର ସିନ୍ଧୁ ବାଗ ଦାୟିତ୍ଵ ତୁଲାଇଥିବା ବେଳେ ପବିତ୍ର ନାଗ,ପଙ୍କଜ ଗୋପାଲ, ହୁକିମ୍ ଚନ୍ଦ୍ର ଭଇସାଳ, ଧରଣୀ ଭଇଁସାଳ, ଦୀଙ୍ଗର ବଛା, ଉଦ୍ଧବ ଜାଲ,ରାଜେଶ୍ ନାଗ,ଜଗଦୀଶ ନାଏକ, ପୂର୍ଣ୍ଣ ହେର୍ନା, ଭିଙ୍ଗରାଜ୍ ଗୋପାଲ,ରୋହିତ ଗୋପାଲ ସମେତ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ମାଁ ଠାକୁରାଣୀ କ୍ରିକେଟ ପ୍ରତିଯୋଗିତା, ଚିଲଡଙ୍ଗରି କୁ ହରାଇ ବେହେରା ଚାମ୍ପିଅନ ।

More Stories
ଅଶୋକ ନୋଡାଲ ହାଇସ୍କୁଲ ରେ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l
ଅଙ୍ଗାରଗାଁ ପ୍ରିମିୟର ଲିଗ ଫାଇନାଲ, କ୍ରେଜି ଇଲେଭେନ ଚମ୍ପିୟାନ l
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଖୋରଧା ଜିଲ୍ଲା ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।