ଦଣ୍ଡପାଟ ଚାମ୍ପିଅନ ଟ୍ରଫି କ୍ରିକେଟ ପ୍ରତିଯୋଗିତା, ବିଶ୍ୱଜିତ୍ ଙ୍କ ଶତକ ,ରାୟଗଡ଼ା ଚାମ୍ପିଅନ ।

ଧର୍ମଗଡ ( ଆମ ଓଡ଼ିଶା ଖବର) ଧର୍ମଗଡ଼ ବ୍ଲକ୍ ବେହେରା ହାଇସ୍କୁଲ ପଡ଼ିଆରେ ଚାଲିଥିବା ୨୮ ତମ ଦଣ୍ଡପଟ ଚାମ୍ପିଅନ ଟ୍ରଫି କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଛି ।  ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨ ଟି ଦଳ ଭାଗ ନେଇଥିବା ବେଳେ ପୁରା ଟୁର୍ଣ୍ଣାମେଣ୍ଟରେ ଦମଦାର ଖେଳ ପ୍ରଦର୍ଶନ କରି ଟିଟିଲାଗଡ଼ ରାଇଡର୍ସ  ଓ ହନୁମାନ ଏକାଦଶ ରାୟଗଡ଼ା ଫାଇନାଲ ରେ ପ୍ରବେଶ କରିଥିଲା । ଗୁରୁବାର ଦିନ ଅନୁଷ୍ଠିତ ଏକ ରୋମାଞ୍ଚ ଭରା ଫାଇନାଲ ମ୍ୟାଚ ରେ ଟିଟିଲାଗଡ ରାଇଡର୍ସ  ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫  ଓଭର ରେ ୮ୱିକେଟ ହରାଇ ୨୦୧ ରନ ର ବିଶାଳ ସ୍କୋର କରିଥିଲା ।

ଜବାବରେ ହନୁମାନ ଏକାଦଶ ରାୟଗଡା ନିର୍ଦ୍ଧାରିତ ଓଭର ରେ ୬ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଚାମ୍ପିଅନ ହୋଇଥିଲା । ଖୁବ୍ କମ୍ ରନ ଭିତରେ ରାୟଗଡା ଦଳ ୬ଟି ୱିକେଟ ହରାଇ ପରାଜୟ ର ଦ୍ଵାରକୁ ଯାଉଥିବା ବେଳେ  ମଧ୍ୟକ୍ରମ ବ୍ୟାଟସମ୍ୟାନ୍ ବିଶ୍ଵଜିତ୍ ଓ ରାମ ଦାୟିତ୍ଵ ସମ୍ଭାଳି ଏକ ବିସ୍ଫୋରକ ପାଲି ଖେଳି ଦଳକୁ ଚାମ୍ପିଅନ କରାଇଥିଲେ । ବିଶ୍ୱଜିତ୍ ୩୯ ବଲ ରେ ୧୦୨ ରନ ସଂଗ୍ରହ କରିଥିବା ବେଳେ ରାମ ୨୦ବଲ ରେ ୫୦ ରନ ସଂଗ୍ରହ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିଶ୍ୱଜିତ୍ ଓ ମ୍ୟାନ ଅଫ ଦି ସିରିଜ ଓ ବେଷ୍ଟ ବୋଲର ଭାବେ ଉଭୟ ବ୍ୟାଟିଂ ଓ ବୋଲିଂ ରେ ଚାମତ୍କାର ଖେଳ ପ୍ରଦର୍ଶନ କରିଥିବା  ଟିଟିଲାଗଡ ରାଇଡର୍ସ ର ବାବୁ ରାଣା କୁ ପୁରସ୍କୃତ କରାଯାଇଥିଲା ।

ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା  ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ଧର୍ମଗଡ଼ ବିଧାୟକ ମାଉସାଧି ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୁ ଅଗ୍ରୱାଲ, କୋକସରା ଜୋନ ୧ ଜିଲ୍ଲାପରିଷଦ ସଭ୍ୟ ହେମନ୍ତ ମାଝୀ, ଧର୍ମଗଡ଼ ଜିଲ୍ଲା ପରିଷଦ ସଭ୍ୟ ଗୋପୀ ମହାନନ୍ଦ, ଶଙ୍କର ପ୍ରସାଦ ଯୁଏଡ, ବେହେରା ସରପଂଚ କୁମୁଦିନୀ ଗଇନ୍ତା, ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ,ସଞ୍ଜୀବ ପଣ୍ଡା, ଆଇନଜୀବୀ ଥବିର ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅମ୍ପାୟାର ଭାବେ ବବ୍ଲୁ ଅଗ୍ରୱାଲ,ଅଜୟ ପଣ୍ଡା ଖେଳ ପରିଚାଳନା କରିଥିବା ବେଳେ ବିଜୁ ସେଠି, ଚକ୍ରଧର ବାରିକ ଭାସ୍ୟକାର , ସ୍କୋରର ଭାବେ ନିକୁଞ୍ଜ ସାହୁ,ସଚ୍ଚିଦାନନ୍ଦ ଗଉଡ ଦାୟିତ୍ଵ ତୁଲାଇଥିଲେ। କ୍ଷୀର ସିନ୍ଧୁ ବାଣୁଆ ମଞ୍ଚ ପରିଚାଳନା କରିଥିଲେ ।   ଆୟୋଜକ କମିଟି ସଭାପତି ମଣ୍ଟୁ ଅଗ୍ରୱାଲ, ସମ୍ପାଦକ  ଭବେସ ଗାଇନ୍ତା , କୋଷାଧ୍ୟକ୍ଷ ବିନ୍ଦୂଷାର ବିଶି, ଟ୍ରିଲୋକ ନାଥ ସିଂ, ଲଳିତ ବାଣୁଆ, ପିଣ୍ଟୁ ତିୱାରୀ , ପିଚ କ୍ୟୁରେଟର ରଜନୀ ନାଏକ,ଧନୁ ଗୋପାଲ ସମେତ କମିଟି ର ସମସ୍ତ ସଦସ୍ୟ ପ୍ରତିଯୋଗିତା କୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ ।

error: Content is protected !!