ରିପୋର୍ଟର : ବସନ୍ତ କୁମାର ଜେନା
ରାଉରକେଲା (ଆମ ଓଡ଼ିଶା ଖବର )ସାରନଗରୀ: ଦକ୍ଷିଣ ରାଉରକେଲା ସମସ୍ତ ଶିକ୍ଷା ଅନୁଷ୍ଠାନରେ ଶ୍ରଦ୍ଧା ଓ ଭକ୍ତିର ସହ ବାଗ୍ଦେବୀଙ୍କ ଆରଧାନା କରାଯାଇଛି । ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ମା’ସରସ୍ୱତୀଙ୍କ ପୂଜାର୍ଚ୍ଚନାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଚଳିତ ବର୍ଷର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନେ ପୂଜାରେ ନିଜକୁ ସାମିଲ କରି ପୁଷ୍ପାଜଂଳୀ ଦେଇ ମା’ସରସ୍ୱତୀଙ୍କ ଆଶିଷ ଭିକ୍ଷା କରିଥିଲେ । ର୍ପୂବାହ୍ନ ପ୍ରାୟ ୧୧ଟାରେ ପୂଜାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଛାତ୍ରଛାତ୍ରୀଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ପୂଜକ ଭାବେ ହରିହର ପାଢୀ ଓ କର୍ତା ଭାବେ ଚନ୍ଦ୍ର ଶେଖର ମୁନୀ ଦାୟିତ୍ୱ ତୁଲାଇଥିଲେ । ଏହି ସରସ୍ୱତୀ ପୂଜାରେ ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ ବେହେରା,ସୁନୀଲ ସାମଲ,ପ୍ରଭଂଜନ ମିଶ୍ର,ବସନ୍ତ ଦାସ,ସେକ୍ଟର ୨୨କର୍ମଚାରୀ କଲ୍ୟାଣ ଟ୍ରଷ୍ଟର ସଦସ୍ୟ ଅଂଚଳର ସମାଜସେବୀ, ସାମାଜିକ କର୍ମୀ, ବୁଦ୍ଧିଜିବୀ, ସ୍ୱେଚ୍ଛାସେବୀ ମାନେ ନିଜକୁ ସାମିଲ କରିଥିଲେ ।


More Stories
ଜଟଣୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସାଂସ୍କୃତିକ ପାଠଚକ୍ର ।
ପୁର୍ବତଟ, ଲୋକ ପ୍ରିୟ ରେଳ କର୍ମଚାରୀଙ୍କ ଅକାଳ ବିୟୋଗ।
ଇକ୍ଷ୍ମୀନାରାୟଣ ଉଚ୍ଚ ମାଧମିକ ବିଦ୍ୟାଳୟ ଠାରେ ବୃତ୍ତି ଓ ପ୍ରମାଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ l