ଶକ୍ତି ବାହିନୀ ପକ୍ଷରୁ ପବିତ୍ର ମାଘ ସପ୍ତମୀ ଓ ସମ୍ବର୍ଦ୍ଧନା ଉତ୍ସବ l

ରିପୋର୍ଟ (ବସନ୍ତ କୁମାର ଜେନା):

ରାଉରକେଲା (ଆମ ଓଡ଼ିଶା ଖବର )ରାଉରକେଲା ଶକ୍ତି ବାହିନୀ ତରଫରୁ ପବିତ୍ର ବେଦବ୍ୟାସ ଠାରେ ମାଘ ସପ୍ତମୀ ସ୍ନାନ, ସୂର୍ଯ୍ୟ ପୂଜା ଓ ଜଳ ଦେବତା ଙ୍କୁ ପୂଜା କରାଯାଇଥିଲା ଲା

ପବିତ୍ର ମାଘ ସପ୍ତମୀ ଅବସରରେ ଶକ୍ତି ବାହିନୀର ରାଜ୍ୟ ସଭାପତି ଶ୍ରଦ୍ଧା ଷଢଙ୍ଗୀଙ୍କ ଅଧକ୍ଷତାରେ ଶଙ୍ଖ, କୋଇଲି ଓ ସରସ୍ବତୀ ଙ୍କ ମିଳନ ସ୍ଥଳରେ ମାନବ ଜାତିର କଲ୍ୟାଣ, ଓଡିଶା ବାସୀଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ନଦୀ ମା’ର ପୂଜା ସହ ସୂର୍ଯ୍ୟଦେବଙ୍କୁ ଆବାହନ କରାଯାଇଥିଲା l ଗନ୍ଧ, ପୁଷ୍ପ, ଧୂପ ଓ ଦୀପ ପ୍ରଦାନ କରାଯାଇଥିଲା l ଏହି ଅବସରରେ ସହରର ଜଣାଶୁଣା ଫଟୋଗ୍ରାଫର ପ୍ରକାଶ କୁମାର ମହାକୁଳ ଓ ସାମ୍ବାଦିକ ବିଶ୍ୱଜିତ ଛୋଟରାୟ ଙ୍କୁ ସେମାନଙ୍କ ନିଷ୍ଠା ଓ କାର୍ଯ୍ୟ ଦକ୍ଷତାକୁ ଭିତ୍ତି କରି ସେବନିଧି ସମ୍ମାନ -2024 ପ୍ରଦାନ କରାଯାଇଥିଲା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବେଦବ୍ୟାସ ପୀଠର ଟ୍ରଷ୍ଟି ସଦସ୍ୟ ତଥା ସମାଜସେବୀ ବଦ୍ରିନାରାୟଣ ପାଢ଼ୀ ଉଭୟଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l ଦିଲୀପ କୁମାର ଦାସ ଅନୁପସ୍ଥିତ ଥିବାରୁ ତାଙ୍କୁ ପରେ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି ସଭାପତି ଘୋଷଣା କରିଥିଲେ l

             ଏହି ଅବସରରେ ଛେଣ୍ଡ ସ୍ଥିତ ପାଢ଼ୀ କଲୋନୀରେ ଆୟୋଜିତ କାର୍ଯ୍ୟକ୍ରମ ରେ ବରିଷ୍ଠ ସଦସ୍ୟ ପ୍ରସନ୍ନ କୁମାର ତ୍ରିପାଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଶକ୍ତିବାହିନୀର ବର୍ଷ ତମାମର କାର୍ଯ୍ୟକ୍ରମ ସମ୍ପର୍କରେ ଉଲେଖ୍ୟ କରିଥିଲେ l ରାଜ୍ୟ ସଭାପତି ଶ୍ରଦ୍ଧା ଷଢଙ୍ଗୀ କାର୍ଯ୍ୟକ୍ରମ ରେ ଅଧକ୍ଷତା କରି ଦିବସର ଗୁରୁତ୍ୱ ସମ୍ପର୍କରେ ଏବଂ ସମସ୍ତଙ୍କ ଏପରି ଭଲ ପାଇବା ଅତୁଟ ରହିଥାଉ ବୋଲି କହିଥିଲେ l ମୁଖ୍ୟ ଅତିଥି ଶ୍ରୀ ପାଢ଼ୀ ନିଜ ବକ୍ତବ୍ୟରେ ବେଦବ୍ୟାସ ପୀଠର ବିଶେଷତା ଉପରେ ଆହୁରି ପ୍ରଚାର ଓ ପ୍ରସାର କରାଯାଉ ଏବଂ ଛେଣ୍ଡ ଦେଇ ଖୁବ ଶୀଘ୍ର ଏକ ଝୁଲା ପୋଲ ର ଆବଶ୍ୟକତା ରହିଛି ବୋଲି କହିଥିଲେ l ଏହା ଦ୍ୱାରା ପ୍ରାୟ ଦଶ କିଲୋମିଟର କମ ପଡୁଥିବା ଝୁଲା ପୋଲ ଦେଇ ଲକ୍ଷାଧିକ ଲୋକ ପବିତ୍ର ବେଦବ୍ୟାସ ପୀଠକୁ ଯାଇ ପାରିବେ l କାର୍ଯ୍ୟକ୍ରମ ରେ ହୃଷିକେଶ ବଳିୟାର ସିଂ, ଲଷ୍ମୀନାରାୟଣ ମିଶ୍ର, ଦେବୀକା ମିଶ୍ର, ବସନ୍ତ କୁମାର ଜେନା ପ୍ରମୁଖ ପୁର୍ଣ ସହଯୋଗ କରିଥିଲେ l ଶେଷରେ ବିଶ୍ୱଜିତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l

error: Content is protected !!