ରିପୋର୍ଟ (ବସନ୍ତ କୁମାର ଜେନା)
ରାଉରକେଲା (ଆମ ଓଡ଼ିଶା ଖବର )ସବିତା ରାୟ ମେମୋରିଆଲ ତରଫରୁ ୧୫ ତାରିଖ ଦିନ ଆଦର୍ଶ ଶିକ୍ଷୟିତ୍ରୀ ସ୍ବର୍ଗତ ସବିତା ରାୟଙ୍କ ୨୮ତମ ବିବାହ ବାର୍ଷିକି ଅବସରରେ ଛେଣ୍ଡରେ ଥିବା ମାନସିକ ଅନଗ୍ରସର
ଶିଶୁଙ୍କ ପାଇଁ ଉଦିଷ୍ଟ ଆବାସିକ ବିଦ୍ୟାଳୟ ଆଶାଦୀପ ଅନୁଷ୍ଠାନରେ ୨୫ ଜଣ ଅନଗ୍ରସର ଓ ଅନାଥ କୋମଳମତି ପିଲାମାନଙ୍କ ଗହଣରେ ଏକ ଭିନ୍ନ ଧରଣର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ, ପ୍ରକାଶ କୁମାର ପଣ୍ଡା ଆଶାଦୀପ ଅନୁଷ୍ଠାନ ମାନସିକ ଅନୁଗ୍ରସର ପିଲାମାନଙ୍କ ଲାଳନପାଳନରେ ତାଙ୍କ ସମେତ ଶାନ୍ତନୁ ପଲେଇ, ସବିତା ମହାନ୍ତି, ହଇବନ୍ତି ନାୟକ, ସୁବାସ ଚନ୍ଦ୍ର ନାୟକ, ସୁକାନ୍ତ କୁମାର ରାଉତରାୟଙ୍କ ପ୍ରମୁଖ ଶିକ୍ଷକ ତଥା କର୍ମଚାରୀମାନେ ଉତ୍ସର୍ଗୀକୃତ ମନୋଭାବ ପୋଷଣ କରି କିପରି ଦୈନନ୍ଦିନ ଅଗଣିତ ଆହ୍ୱାନକୁ ସାମ୍ନା କରୁଥିବା କଥା ଉଲ୍ଲେଖ କରିଥିଲେ, ଏହି ଅନଗ୍ରସର ଓ ଅନାଥ କୋମଳମତି ପିଲାମାନଙ୍କ ପ୍ରତି ଆଶାଦୀପ ଅନୁଷ୍ଠାନର ପ୍ରତିବଦ୍ଧତାରେ ସବିତା ରାୟ ମେମୋରିଆଲ ଅବାହକ ଶ୍ୟାମ ସୁନ୍ଦର ଜେନା, ଅତିଥି ତ୍ରିବେଣୀ ୱେଲଫେୟାର ଟ୍ରଷ୍ଟର ସଭାପତି ହୃଷିକେଶ ବଳିୟାର ସିଂହ, ବେଦବ୍ୟାସ ପୀଠ ବିକାଶ ମଞ୍ଚର ଆବାହକ ବଦ୍ରି ନାରାୟଣ ପାଢ଼ୀ, କ୍ଷେତ୍ରବାସୀ ଧଳ, ମଧୁସୂଦନ ସାହୁ, ସୁଶାନ୍ତ କୁମାର ରାୟ, ପି. ଚଲାପତି ରାଓ, ବୃହସ୍ପତି ଆଚାର୍ଯ୍ୟ, ଦିବାକର ନନ୍ଦ, ସରୋଜିନୀ ନାୟକ, ଅମିତା ଦାସ, ନମିତା ନାୟକ, କାଞ୍ଚନ ମଣ୍ଡଳ, ଶେଫାଳି ମଣ୍ଡଳ, ରଶ୍ମିତା କରଣ, ସୁଜାତା ମଣ୍ଡଳ, ରଜତ ସ୍ୱାଇଁ, ସଂଜୁ ବରୁଆ, ମନୋରଞ୍ଜନ ମଣ୍ଡଳ, ପ୍ରଭାସ କୁମାର ଜେନା ପ୍ରମୁଖ ବ୍ୟକ୍ତିମାନେ ଅଭିଭୂତ ହୋଇଯାଇଥିଲେ, ପ୍ରତ୍ୟେକ ବ୍ୟକ୍ତି ନିଜର ତଥା ପରିବାର ସଦସ୍ୟ ମାନଙ୍କର ଶୁଭଦିନ ମାନଙ୍କରେ ଏହି ଭଳି ପିଲାମାନେ ଏବଂ ସମାଜରେ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ଥିବା ବ୍ୟକ୍ତିମାନଙ୍କ ଉଦିଷ୍ଟରେ ଥିବା ଅନୁଷ୍ଠାନ ମାନଙ୍କରେ ଉପସ୍ଥିତ ହୋଇ ଭାବପ୍ରବଣତାର ସହିତ ସମୟ ଅତିବାହିତ କରିବା ଉଚିତ ବୋଲି ସମସ୍ତ ଅତିଥିବୃନ୍ଦ ଏକମତ ହୋଇଥିଲେ ଏବଂ ଉଭୟ ସବିତା ରାୟ ମେମୋରିଆଲ ଏବଂ ଆଶାଦୀପ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ, ପ୍ରାରମ୍ଭରେ ଆବାହକ ଶ୍ୟାମ ସୁନ୍ଦର ଜେନା ସବିତା ରାୟ ମେମୋରିଆଲର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ଏହି ଅନୁଷ୍ଠାନ ବିଗତ ୩ ବର୍ଷ ହେଲାଣି ଶିକ୍ଷାକ୍ଷେତ୍ରରେ ବିଭିନ୍ନ ବର୍ଗର ପିଲାମାନଙ୍କୁ ପ୍ରୋତ୍ସାହନ ଦେବା କାର୍ଯ୍ୟ କରି ଚାଲିଛି, ବିଭିନ୍ନ ସମୟରେ ପୁସ୍ତକ, ପୋଷାକ, ଏହା ବ୍ୟତୀତ ଆବାହକ ୨ ଜଣ ଶିଶୁ ଆଙ୍କେଶ କୁମାର ବରୁଆ ଏବଂ ଶ୍ରୁତି ବରୁଆଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରି ସେମାନଙ୍କୁ ସୁନାଗରିକ ଭାବରେ ଗଢି ତୋଳିବାକୁ ପ୍ରତିଶ୍ରୁତିବଦ୍ଧ, ବିଭୁତି ଭୂଷଣ ଦାସ ମଞ୍ଚ ପରିଚାଳନା କରିଥିଲେ, ସର୍ବଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ, ପରିଶେଷରେ ପିଲାମାନଙ୍କୁ ପୋଷାକ ତଥା ନିତ୍ୟ ବ୍ୟବହାର୍ଯ୍ୟ ବସ୍ତ୍ର, ମିଷ୍ଟାନ୍ନ ଏବଂ ଖାଦ୍ୟ ବଣ୍ଟନ କରାଯାଇଥିଲା,
More Stories
ବ୍ଲକ ରେ ପାଳିତ ହେଲା ସ୍ୱଚ୍ଛତା ହିଁ ସେବା ଦିବସ l
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l