ଗଞ୍ଜାମ: ( ଆମ ଓଡିଶା ଖବର)ଆସିକା ସହର ଉପକଣ୍ଠ ଋଷିକୂଲ୍ୟା ତଟରେ ଶ୍ରୀ ଶ୍ରୀ ବଟ ମହାବୀର ଅବସ୍ଥିତ ।ମହା ବିଷୁବ ପଣା ସଂକ୍ରାନ୍ତି ,ମହାବିର ଜୟନ୍ତୀ ସହ ଓଡ଼ିଆ ନୂଆବର୍ଷ ର ଅଭିନନ୍ଦନ ଜଣାଇ ଓଡ଼ିଶାବାସୀ ସମଗ୍ର ବିଶ୍ୱ ର ମଙ୍ଗଳ ଉଦେଶ୍ୟ ରେ ଓଡିଶା ର ପୁର ପଲ୍ଲୀରେ ହନୁମାନ ଚାଳିଶା ପାଠ,ଘୃତ ଯଜ୍ଞ,ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହୁଏ। ତଦନୁସାରେ ଋଷିକୂଲ୍ୟା ତଟରେ ଶ୍ରୀ ଶ୍ରୀ ବଟ ମହାବୀର ଠାରେ ବାବାଜୀ ଓ ଗ୍ରାମ ବାସୀ ଙ୍କ ମିଳିତ ଉଦ୍ୟମରେ ବିଶ୍ବ ର ମଙ୍ଗଳ ଉଦେଶ୍ୟ ରେ ୧୦୮ ହନୁମାନ ଚାଳିଶା ପାଠ, ଘୃତ ଯଜ୍ଞ,ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ପରିଲକ୍ଷିତ ହୋଉଥିଲା। ଏଠି ହଜାର ହଜାର ସଂଖ୍ୟାରେ ଶ୍ରଧେୟ ଭକ୍ତ ମାନେ ଚାଳିଶା ପାଠ କରିଥିଲେ। ଅନ୍ନ ଯଜ୍ଞ ର ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।ସେହି ବାଣିବିହାର,ପାଟଳି ଗୁଡ଼ା,ଖଡଭାଗ,ଆଶୋକା ହଲ ସ୍ଥିତ,ଲଛମନ ପଲ୍ଲୀ, କାଳଷଣ୍ଢପୁର ଓ ପାକଲାପଲୀ ଛକ ସ୍ଥିତ ଏବଂ ଆଖ ପାଖ ଅଂଚଳରେ ମହାବୀର ଜୟନ୍ତି ସାଙ୍ଗକୁ ଓଡ଼ିଆ ନବବର୍ଷ ଧୁମ୍ ଧାମରେ ପାଳନ ହୋଇଯାଇଛି। ପ୍ରତ୍ୟେକ ମହାବୀର ମନ୍ଦିର ସ୍ଥାନ ରେ ଚାଳିଶା ପାଠ, ଘୃତ ଯଜ୍ଞ ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ର ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। କିଭଳି ଭାବେ ବିଶାଳ ଜନସୁମୁଦ୍ର ପ୍ରସାଦ ସେବନ କରି ଫେରିବେ ପ୍ରତ୍ୟେକ ସ୍ଥଳ ବିଶେଷରେ ବ୍ୟବସ୍ଥା ହୋଇଥିଲା।
ମୁକୁନ୍ଦପୁର ସ୍ଥିତ ବଟ ମହାବୀର ଠାରେ ବାବାଜୀ ଶୁଶାନ୍ତ କୁମାର ପ୍ରଧାନ ବ୍ୟାପକ ହୋମ ଯଜ୍ଞ ଓ ଚାଳିଶା ପାଠ କରାଇଥିଲେ।ବଟ ମହାବୀର ଠାରେ ଅନ୍ନ ଯଜ୍ଞ ରେ ହଜାର ହଜାର ସଂଖ୍ୟାରେ ଶ୍ରଧେୟ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଥାଏ। ସୁଚାରୁରୂପେ ପ୍ରସାଦ ସେବନ ନିମନ୍ତେ ଗ୍ରାମବାସୀ ଓ ବିକ୍ରମ କେଶରୀ ମାହାନ୍ତି (ବୁଲୁ), ସୁବାଷ ମାହାନ୍ତି, ବୃନ୍ଦାବନ ପ୍ରଧାନ, ଲଡ଼ୁ କିଶୋର ସେଠୀ,ସୁବାଷ ସାମଲ, ସନ୍ତୋଷ ଜେନା ସହ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି ( ନି.ଉ.ଆ.ଖ.ସ.ର କୂଳାଧିପତି,ମୁନା) ସଂପୂର୍ଣ୍ଣ ସହଯୋଗରେ ତତ୍ ସହିତ ବହୁ ଶ୍ରଧେୟ ମାନଙ୍କ ଉପସ୍ଥିତ ରେ ସୁଚାରୁରୂପେ ସମ୍ପାଦନା ହୋଇଥିଲା।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ।
More Stories
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ଏନ୍.ସି.ସିର ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ।
ମା ଠାକୁରାଣୀ ବୁଡ଼ ଯାତ୍ରା ଉପଲକ୍ଷେ କନିଆରୀବାଡ଼ି ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ଥ