ରାୟଗଡା ଜିଲ୍ଲା (ଆମ ଓଡିଶା ଖବର ) ତା :-୨୪/o୪/୨୫ ରିଖ ବିଷମକଟକ ପଞ୍ଚାୟତ ସମିତି କାର୍ଯ୍ୟଳୟ ଠାରେ ଆଜି ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ଯୋଶଦା ହୁଇକା ଯୋଗଦେଇ ଏହି କାର୍ଯକ୍ରମ ବିଜିବିଓ ମାଧ୍ୟମରେ ଶୁଭ ଉଦଘାଟନ କରିଥିଲେ l ଏଥିରେ ବ୍ଲକ ବିଡ଼ିଓ ଶ୍ରୀ ଶିବ ପ୍ରସାଦ ପଟନାୟକ ଏବଂ ସିଡ଼ିଓ ମୀନକେତନ ପଣ୍ଡା ଙ୍କ ସମେତ ଅନ୍ୟ ନିମତ୍ରିତ ଅତିଥି ଯୋଗଦେଇ ଆଜିର ଏହି କାଯ୍ୟକ୍ରମ କୁ ରୂପରେଖ ବିଷୟରେ ଆଲୋକପାତ କରିଥିଲେ l ଏହି ଜାତୀୟ ପଞ୍ଚାୟତ ରାଜ ଦିବସ କାର୍ଯ୍ୟକ୍ରମ ରେ ପlଞ୍ଚସହ ରୁ ଉର୍ଦ୍ଧ ଏବଂ ଦୁର୍ଗୀ ଅଞ୍ଚଳ ର ବିଜେପି ନେତା ସଞ୍ଜୟ କରକରିଆ ବହୁ କର୍ମୀ ସହ ନାମୀ ଦାମୀ ନେତା ଉପସ୍ଥିତ ରହି ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କର ଜନହିତ୍ କର ଯୋଜନା ଗୁଡ଼ିକ ଉପରେ ଉପସ୍ଥିତ ଜନସାଧାରଣ ଙ୍କୁ ଅବଗତ କରିଥିଲେ ସେ ରାସନ୍ କାର୍ଡ ହେଉ ଅବା ପ୍ରଧାମନ୍ତ୍ରୀଙ୍କ ଆବାସ ଯୋଜନା ହେଉ ଅବା ଏସ ଏଚସି ମହିଳା ମାନଙ୍କର ଫଣ୍ଡ ଟଙ୍କା ବୃଦ୍ଧି ହେବାସହ ସରକାରଙ୍କର ଲକ୍ଷ ରେ ଆମେ ସମସ୍ତେ ସାମିଲ ହୋଇ ବିକଶିତ ଗାଁ ତଥା ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବା l ସୁଭଦ୍ରା ଯୋଜନା କଥା ବି କହିବା ସହ ପୂର୍ବ ସରକାର ଙ୍କୁ ବିଶୋଦ ଗାର କରିବା ପଞ୍ଚାୟତ ଗୁଡିକରେ ପଲ୍ଲୀ ସଭା ରେ ସାମିଲ ହେବାକୁ ସେ ଆହ୍ଵାନ କରିଥିଲେ l 2047ମସିହା ବେଳ କୁ ବିକଶିତ ଭାରତ ଗଠନ ହେବ ବୋଲି କହିବା ସହ ମୋଦୀ ସରକାରଙ୍କୁ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମ ଶେଷରେ ପ୍ରଶାସନ ତରଫରୁ ଆଜି ନୂତନ ଭାବେ 25 ଜଣ ହିତାଧିକାରୀ ଙ୍କୁ ରେସନ୍ କାର୍ଡ ବଣ୍ଟନ ର ବ୍ୟବସ୍ତା କରାଗଲା।
ରାୟଗଡା ରୁ ଅଜିତ କୁମାର ଭାତ୍ରା ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।