ଗଞ୍ଜାମ ଜିଲ୍ଲା:- (ଆମ ଓଡିଶା ଖବର )ଛତ୍ରପୁରର ପୁଟିଗୋପାଳ ଛକ ନିକଟରେ ଘଟିଛି ଅଘଟଣ, ଦୁଇଟି ମୋଟରସାଇକେଲ ସାମ୍ନା ସମ୍ନୀ ଦୁର୍ଘଟଣା । ଗୋଟିଏ ଗ୍ଲାମର ବାଇକ୍ (ନଂ. OR07T 7077), ଯାହା ରମେଶଚନ୍ଦ୍ର ନାୟକ (୫୩) ଚଲାଉଥିଲେ, ଏବଂ ପଛରେ ବସିଥିଲେ ଅଶ୍ୱିନ କୁମାରୀ ନାୟକ(୨୨) ଆଲିଆବାଦ ନିବାସୀ । ବ୍ରହ୍ମପୁର ରୁ ଛତ୍ରପୁର ଆଡ଼କୁ ଯାଉଥିବା ବେଳେ, ପୁଟିଗୋପାଳ ଛକ ନିକଟରେ ମୋଡ଼ ନେଉଥିବା ସମୟରେ ଏକ ପଲସର୍ ବାଇକ୍ (OD 07 AJ 8169) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା, ଯେଉଁଥିରେ କେଦାର ଗୌଡ଼(୨୨) ଓ ତାଙ୍କ ଭଉଣୀ ଅମିତା ଗୌଡ଼ (୨୨), ସାତୁଲିର ନିବାସୀ ସମାନ ଦିଗରେ ଆସୁଥିଲେ। ଧକ୍କା ଯୋଗୁଁ ସମସ୍ତ ବ୍ୟକ୍ତି ଆହାତ ହୋଇଥିଲେ । ଅମିତାଙ୍କ ଶରୀର ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, କେଦାରଙ୍କ ଶରୀରରେ ମଧ୍ୟ ଆଘାତ ଲାଗିଥିଲା, ଯେତେବେଳେ ରମେଶ ଏବଂ ଅଶ୍ୱିନ ମଧ୍ୟ ଆହତ ହୋଇଥିଲେ। ଘଟଣା ସ୍ଥଳରେ ଟ୍ରାଫିକ ପେଟ୍ରୋଲିଂ ଗାଡ଼ିରେ ଏସ୍ ଆଇ ନିଳାଞ୍ଚଳ ସେଠୀ ଓ ସାଥୀ ସମସ୍ତ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ଛତ୍ରପୁର ମେଡିକାଲକୁ ନେଇଯାଇଥିଲେ ଓ ଡକ୍ଟର
ସେମାନଙ୍କୁ ପ୍ରାଥମିକ ଚିକିସ୍ୟା କରିଥିଲେ । ଘଟଣାର ବିବରଣୀ ଛତ୍ରପୁର ପୋଲିସ ଷ୍ଟେସନକୁ ରିପୋର୍ଟ କରାଯାଇଥିଲା । ଏସ୍ ଆଇ ନିଳାଞ୍ଚଳ ସେଠୀ ଏହିପରି ଅନେକଥର ନିରନ୍ତର ପରୋପକାରୀ କାର୍ଯ୍ୟ କରିଆସୁଛନ୍ତି ସେଥି ନିମନ୍ତେ ସେ ସମସ୍ତଙ୍କ ଅତି ପ୍ରିୟ ହୋଇପାରିଛନ୍ତି ।
ଛତ୍ରପୁର ରୁ ଜି ରବି କୁମାର ଙ୍କ ରିପୋର୍ଟ ଆମ ଓଡିଶା ଖବର।
More Stories
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ଏନ୍.ସି.ସିର ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ।
ମା ଠାକୁରାଣୀ ବୁଡ଼ ଯାତ୍ରା ଉପଲକ୍ଷେ କନିଆରୀବାଡ଼ି ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ଥ