ଗଞ୍ଜାମ:-(ଆମ ଓଡିଶା ଖବର)ଆଜି ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନରେ ବିଶ୍ଵ ପର୍ଯ୍ୟାବରଣ ଦିବସ ପାଳିତ ହୋଇଯାଇଛି l ମିଳିତ ଜାତିସଂଘ ତଥା ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର କୃଷି ଓ ଗ୍ରାମ ବିକାଶ ପ୍ରଭାଗ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଶାନ୍ତି ଶକ୍ତି ଭବନର ସଭାଗୃହରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ଆସିକାର ପ୍ରାକ୍ତନ ଲୋକସଭା ସାଂସଦ ପ୍ରମିଳା ବିଷୋୟୀ ଏବଂ ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୁର୍ଗା ପ୍ରସାଦ ପଣ୍ଡା l ଆମନ୍ତ୍ରିତ ଅତିଥିମାନଙ୍କ ଗହଣରେ ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଶତାଧିକ ଭଉଣୀ ଭାଇଙ୍କୁ ପର୍ଯ୍ୟାବରଣ ସୁରକ୍ଷା ପାଇଁ ବୃକ୍ଷରୋପଣ ର ଆବଶ୍ୟକତା ଏବଂ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ସଂକଳ୍ପ କରାଇଥିଲେ l କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ବନ ବିଭାଗ ତରଫରୁ ବୃକ୍ଷ ରୋପଣ କରିବା ପାଇଁ ଯୋଗାଇ ଦିଆଯାଇଥିବା ଚାରା ବଣ୍ଟନ କରାଯାଇଥିଲା l
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l