ଗଞ୍ଜାମ:- (ଆମ ଓଡିଶା ଖବର)ପାତ୍ରପୁର ବ୍ଳକ ଅନ୍ତର୍ଗତ ଜରଡା ଗ୍ରାମ ପଞ୍ଚାୟତ ଜରଡା ଗଡର କୁମୁଟି ବନ୍ଧର କାର୍ଯ୍ୟ ମହା ଦୁର୍ନୀତି ରେ ଭରପୁର।କୁମୁଟି ବନ୍ଧର ପୁନଃରୁଦ୍ଧାର ନିମନ୍ତେ ଆସିଥିବା ଅର୍ଥ ସମ୍ପୁର୍ଣ୍ଣ ବିନିଯୋଗ ହେଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।କୁମୁଟି ବନ୍ଧରେ କାର୍ଯ୍ୟରତ କିଛି ମହିଳା ଶ୍ରମିକ ଖଟିଖିଆ ଦିନ ମଜୁରିଆ ତିନି ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଅର୍ଥ ପାଇନାହାନ୍ତି। ବନ୍ଧ ପୁନଃରୁଦ୍ଧାର ପାଇଁ ଆସିଥିବା କୁ ହରିଲୁଟ କରିଥିବା ସ୍ଥାନୀୟ ବାସିନ୍ଦା ପରିପ୍ରକାଶ କରିଛନ୍ତି। କିଛି ମହିଳା ଶ୍ରମିକଙ୍କୁ ଦୈନିକ ୧୮୦ ମଜୁରୀ କହି ଅଦ୍ୟାବଧି ଦେଉନାହାନ୍ତି। ଏହାକୁ ଭିତ୍ତି କରି ସ୍ଥାନୀୟ ବାସିନ୍ଦା ଦାମୋଦର ବେହେରା ନାମକ ଏହି ବ୍ୟକ୍ତି ସୂଚନା ଅଧିକାର ନିୟମ ବଳରେ ପାତ୍ରପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ୨୦୨୫ ଆର୍ଥିକ ବର୍ଷରେ କୁମୁଟି ବନ୍ଧକୁ କାର୍ଯ୍ୟ ପାଇଁ ଆସିଥିବା କେତେ ଅର୍ଥ, ତତ୍ ସହିତ ଅଣ କୁଶଳୀ ଶ୍ରମିକ ମାନଙ୍କ ଦୈନିକ କେତେ ଅର୍ଥ ପ୍ରଦାନ,କେତେ ଜଣ ଶ୍ରମିକ ଓ କେତେ ଦିନ ଲାଗିବା ଏବଂ ଆଗରୁ କେତେଥର ଏହି ବନ୍ଧ ପୁନଃରୁଦ୍ଧାର ପାଇଁ ଆସିଥିବା ଅର୍ଥ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମାଗିଛନ୍ତି ସୂଚନା ଅଧିକାର ଆଇନ ବଳରେ ୩୧/୦୫/୨୫ ରିଖ ଦିନ ପାତ୍ରପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରେ ଫର୍ମ ଦାଖଲ କରିଛନ୍ତି।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ
More Stories
ଏମ, ଚମ୍ପେଇତପୁର ରେ ବିଜେପି ର ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ
ରାଜ୍ୟ ସ୍ତରରେ ପୁରସ୍କୃତ ହେଲେ ଗଞ୍ଜାମ ଆର୍ଟ୍ସ ଟପର ସଂଜୁତା
ରାଜ୍ୟ ସ୍ତରରେ ପୁରସ୍କୃତ ହେଲେ ଗଞ୍ଜାମ ଆର୍ଟ୍ସ ଟପର ସଂଯୁକ୍ତା