କୋଦଳା, (ଆମ ଓଡିଶା ଖବର): ଦେଶରେ ନରେନ୍ଦ୍ର ମୋଦୀ ଙ୍କ ଏଗାର ବର୍ଷ ର ସରକାର ଏଵଂ ଓଡିଶାରେ ମୋହନ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଢ଼ାମ୍ବ ମଣ୍ଡଳର ଏମ.ଚମ୍ପେଇତପୁର ଠାରେ ଏକ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ବୁଢ଼ାମ୍ବ ମଣ୍ଡଳ ସଭାପତି ଶ୍ରୀ ବାବୁରାମ ବିଶୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କର୍ମଶାଳାରେ ମଣ୍ଡଳର ବିଭିନ୍ନ ଗ୍ରାମରୁ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ | ବିକଶିତ ଭାରତର ଅମୃତ କାଳ ସେବା ଏଵଂ ବିଜେପି ଶାସନ ମଧ୍ୟରେ ଗରୀବ କଲ୍ୟାଣ ପାଈଁ ସରକାରର ଅବଦାନ ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିବା ବେଳେ ଏ ସମ୍ପର୍କିତ ସମସ୍ତ ବାର୍ତ୍ତା ଯେଉଁଭଳି ଭାବେ ଜନସାଧାରଣରେ ପହଞ୍ଚି ପାରିବ ସେ ନେଇ ଗୁରୁତ୍ୱାରୋପ କରିଥିଲେ ଉପସ୍ଥିତ ଅତିଥି | ବିଜେପି ବିକାଶ ର ଉତ୍ତର ଦାୟିତ୍ୱ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଈଁ ଶପଥ ନେଇଥିଲେ ଉପସ୍ଥିତ କାର୍ଯ୍ୟକର୍ତ୍ତା | ବିଜେପି ରେ ଡବଲ ଇଞ୍ଜିନ ସରକାରର ବର୍ଷ ପୂର୍ତ୍ତିକୁ ନେଇ କର୍ମୀ ମାନେ ବେଶ ଉଲ୍ଲସିତ ଥିବା ପରିଲିକ୍ଷିତ ହେଉଥିଲା | ଏହି କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀକାନ୍ତ ମହାପାତ୍ର,ନାରାୟଣ ବେହେରା, କୁନି ସ୍ୱାଇଁ,ପବିତ୍ର ବେହେରା, କାନ୍ହୁ ରାଉତ, ଅତିଥି ନାହାକ, ଟି. ସୁଧାକର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |
ରିପୋର୍ଟ :ଦେବାଶିଷ ମହାରଣା
More Stories
ରାଜ୍ୟ ସ୍ତରରେ ପୁରସ୍କୃତ ହେଲେ ଗଞ୍ଜାମ ଆର୍ଟ୍ସ ଟପର ସଂଜୁତା
ରାଜ୍ୟ ସ୍ତରରେ ପୁରସ୍କୃତ ହେଲେ ଗଞ୍ଜାମ ଆର୍ଟ୍ସ ଟପର ସଂଯୁକ୍ତା
ଜରଡା ଗଡ଼ ର ପାର୍ଥ ସାରଥି ମନ୍ଦିର ଠାରୁ ଗୋପିନାଥ ଶ୍ଵାମି ମନ୍ଦିର ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵ ନାଳ ମୁକୁଳା”” ଆଗକୁ ‘ପାର୍ଥ ସାରଥି’ ( ଜଗନ୍ନାଥ ସ୍ଵାମୀ) ଙ୍କ ରଥଯାତ୍ରା “”