ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର)ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ବଡ଼ପୋଖରିଆ ଛକ ନିକଟରୁ ଆଜି ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରକ କୁ ପୋଲିସ ଜବତ କରିଛି। ସୂଚନାଯୋଗ୍ୟ କି ଆଜି ପୋଲିସ ପାଟ୍ରୋଲିଙ୍ଗ କରୁଥିବାବେଳେ ଚାନ୍ଦପୁର ଥାନା ଓସ୍ତପଡ଼ା ଆଡୁ ଏକ ପଥର ବୋଝେଇ ଟ୍ରକ ନଂ ଓ ଆର ୦୨ ବି ବି ୨୦୫୦ ଆସୁଥିବାର କୌଣସି ସୂତ୍ରରୁ ଖବର ପାଇ ପୋଲିସ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ସଦଳବଳେ ଏହାକୁ ଅଟକାଇ ଥିଲେ। ପରେ କାଗଜ ପତ୍ର ଯାଞ୍ଚ କରିବାରେ ପଥର ନେବା ପାଇଁ ଉଦ୍ଦିଷ୍ଟ କାଗଜ ନ ଥିବାରୁ ଗାଡ଼ିକୁ ଜବତ୍ କରିଥିଲେ। ଘଟଣାସ୍ଥଳରୁ ଜଂକିଆ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ଡ୍ରାଇଭର ସରୋଜ ପ୍ରଧାନ (୩୦) ଓ ଅନ୍ୟଜଣେ ଚାନ୍ଦପୁର ଥାନା ଚଂପାଗଡ ଗ୍ରାମର ଜଗନ୍ନାଥ ମହାରଣା (୨୫)ଙ୍କୁ ଗିରଫ କରିଛି ପୋଲିସ। ଜଂକିଆ ଥାନା କେସ ନଂ ୯୦/୨୪ ରେ ମାମଲା ରୁଜୁ ହୋଇଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.