ଗାଁ ରେ ପହଁଚିଲା ମୃତ ହାବିଲଦାର ପାର୍ଥିବ ଶରୀର. ଅଂଚଳ ରେ ଶୋକାକୁଳ, ନିଜ ଗାଁ ରେ ଶେଷକୃତ୍ୟ ସମ୍ପନ୍ନ l

ବୌଦ୍ଧ(ଚିତ୍ତ ରଞ୍ଜନ ସିଂ)

ରବିବାର ଅପରାହ୍ନ ସମୟ ରେ କାର ଓ ବାଇକ ମୁହାଁମୁହିଁ ଧକ୍କା ରେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଆଡ଼େନିଗଡ଼ ଫାଣ୍ଡି ରେ କାର୍ଯ୍ୟରତ ଥିବା ହାବିଲଦାର ପ୍ରମୋଦ ପାଣିଗ୍ରାହୀ ଓ ଗୃହ ରକ୍ଷୀ ଟୁକୁନା ବେହେରା ଉଭୟ ବାଇକ ଯୋଗେ ଫାଣ୍ଡି କୁ ଫେରୁଥିବା ସମୟ ରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତ ଗାମୀ କାର ସହ ପୁରୁଣା କଟକ ଥାନା 57ଜାତୀୟ ରାଜପଥ କଖାରୁଫାଳ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଦୁଇ ପୋଲିସ କର୍ମଚାରୀ ରାସ୍ତା ତଳକୁ ଛିଟିକି ପଡ଼ିଥିଲେ l ଫଳରେ ଉଭୟଙ୍କ ଡାହାଣ ଗୋଡ଼ ରେ ଗଭୀର ଆଘାତ ହୋଇଥିଲା l ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତା ରେ ନିକଟସ୍ତ ମେଡିକାଲ ନେଇଥିଲେ l ଅବସ୍ଥା ଗୁରୁତର ଥିବାରୁ 108 ଆମ୍ବୁଲାନ୍ସ କୁ ଯୋଗାଯୋଗ କରାଯାଇଥିଲା l କିନ୍ତୁ ଆମ୍ବୁଲାନ୍ସ ସେବା ମିଳି ପାରିନଥିଲା ଅନ୍ୟପଟେ ପୋଲିଗାଡି ମଧ୍ୟ ପାଖରେ ନଥିବା ବେଳେ ଦୁଇ ଗୁରୁତର ବ୍ୟକ୍ତି ମେଡିକାଲ ବାରଣ୍ଡା ରେ ଯନ୍ତ୍ରଣା ରେ ଛଟପଟହୋଇଥିଲେ ମଧ୍ୟ 2ଘଣ୍ଟା ବିଳମ୍ବ ପରେ ଅନ୍ୟ ଏକ ଭଡା ଗାଡିରେ ବୌଦ୍ଧ ମେଡିକାଲ ନିଆଯାଇଥିଲା l ପରେ ଉଭୟଙ୍କୁ କଟକ ବଡ଼ମେଡିକାଲ ରେଫର କରାଯାଇଥିଲା କିନ୍ତୁ ହାବିଲଦାର ଙ୍କୁ ନେଉଥିବା ସମୟ ରେ ବାଟରେ ମୃତ୍ୟୁ ହୋଇଥିଲା l ତାଙ୍କ ମୃତ୍ୟୁ ଖବର ଶୁଣି ପୋଲିସ ମହଲ ଓ ସାଧରଣ ରେ ଶୋକର ଛାୟା ଖେଳିଗଲା l ସୋମବାର ଦିନ ପୋଷ୍ଟବୋଟମ କରି ହାବିଲଦାର ଙ୍କ ନିଜ ଗ୍ରାମ ଛତ୍ରଙ୍ଗ କୁ ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା l ପାଣିଗ୍ରାହୀ ଙ୍କ ମୃତ୍ୟୁ ଖବର ଶୁଣି ଅଞ୍ଚଳ ର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ସିପିଆଇ ନେତା ଅବକାଶ ସାହୁ, ସରପଞ୍ଚ ପ୍ରତିନିଧି ସୁଶୀଲ ପ୍ରଧାନ, ଙ୍କ ସମେତ ବନ୍ଧୁ ବାନ୍ଧବ, ପ୍ରିୟଜନ ଉପସ୍ଥିତ ଥିଲେ l ଶେଷ ରେ ନିଜ ଗାଁ ସ୍ମଶାନ ରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା l

error: Content is protected !!