ସୁନ୍ଦରଗଡ଼,(ବସନ୍ତ କୁମାର ଜେନା):
ସୁନ୍ଦରଗଡ଼ (ଆମ ଓଡ଼ିଶା ଖବର )୫T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଚତୁର୍ଥ ପର୍ଯ୍ୟାୟରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ୮୨ ଗୋଟି ସ୍କୁଲ୍ ଲୋକାର୍ପିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅଭାସି ମାଧ୍ୟମରେ ଭଦ୍ରକ ଜିଲ୍ଲା ର ୬୦ ଗୋଟି, କଳାହାଣ୍ଡି ର ୭୩ ଗୋଟି, କୋରାପୁଟ ର ୮୨ ଗୋଟି , କନ୍ଧମାଳ ର ୪୭ ଗୋଟି ଏବଂ ସୁନ୍ଦରଗଡ଼ ଜିଲ୍ଲାର ୮୨ ଗୋଟି ୫ଟି ରୂପାନ୍ତରିତ ସ୍କୁଲ୍ ର ଲୋକାର୍ପଣ କରିଥିଲେ।

ଏହି ଅବସର ରେ ସ୍ଥାନୀୟ ସେଣ୍ଟ ମେରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଲୋକାର୍ପଣ ଉତ୍ସବ ରେ ଶ୍ରୀ ସାରଦା ପ୍ରସାଦ ନାୟକ,ମାନ୍ୟବର ମନ୍ତ୍ରୀ,ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ବିନୟ କୁମାର ଟୋପ୍ପୋ, ଆମ ଓଡ଼ିଶା ନବୀନ ଓଡ଼ିଶା ସଂଯୋଜକ ଶ୍ରୀ ଯୋଗେଶ କୁମାର ସିଂ, ଜିଲ୍ଲାପାଳ ଡ଼ା ପରାଗ ଗଭାଲି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ,ଜିଲ୍ଲା ଖଣିଜ ପ୍ରତିଷ୍ଠାନ ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଷମା ବିଲୁଙ୍ଗ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ
ପଧାନ, ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସର ରେ ସେଣ୍ଟ ମେରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ର ଛାତ୍ରୀ ରାଧିକା ସାହୁ ନିଜ ମତାମତ ରଖି ଏହି ରୂପାନ୍ତରିତ ସ୍କୁଲ୍ ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିଛି, ସ୍ମାର୍ଟ କ୍ଲାସ ରୁମ୍, ଇ – ଲାଇବ୍ରେରୀ, ଅତ୍ୟାଧୁନିକ ଲବ୍ରୋଟରୀ,ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ସ୍ୱଚ୍ଛ ପାଇଖାନା, ଉଚ୍ଚତର ମାନ ର ଖେଳ ପଡିଆ ଆଦି ମିଳି ପାରିଛି। ଏହା ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ଆତ୍ମ ବିଶ୍ୱାସ ବୃଦ୍ଧି ପାଇଛି ବୋଲି କହିଥିଲେ। ସେହିପରି ଆମ ଓଡ଼ିଶା ନବୀନ ଓଡ଼ିଶା ସଂଯୋଜୋକ ଶ୍ରୀ ଯୋଗେଶ କୁମାର ସିଂ ନିଜ ମତାମତ ରଖି ଶିକ୍ଷା ସ୍କୁଲ୍ ରୂପାନ୍ତରଣ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥା ରେ ବହୁତ୍ ଅଗ୍ରଗତି ହୋଇଅଛି, ଛାତ୍ରଛାତ୍ରୀ ମାନେ ଏହା ଦ୍ଵାରା ବିଶେଷ ଭାବେ ଉପକୃତ ହେବେ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଚତୁର୍ଥ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ଏହି ୮୨ ଗୋଟି ସ୍କୁଲ୍ ଗୁଡ଼ିକ ମଧ୍ୟରୁ ବଳିଶଙ୍କରା ବ୍ଲକ ରୁ ୩ ଗୋଟି ସ୍କୁଲ୍, ବଡ଼ଗାଁ ରୁ ୨ ଗୋଟି, ବିଶ୍ରା ରୁ ୬ ଗୋଟି, ବଣାଇ ରୁ ୫ ଗୋଟି, ଗୁରୁଣ୍ଡିଆ ରୁ ୫ ଗୋଟି, ହେମଗିରି ରୁ ୫ ଗୋଟି, କୋଇଡା ରୁ ୨ ଗୋଟି, କୁଆଁରମୁଣ୍ଡା ରୁ ୩ ଗୋଟି, କୁତ୍ରା ରୁ ଗୋଟିଏ, ଲହୁଣୀପଡ଼ା ରୁ ୮ ଗୋଟି, ଲାଠିକଟା ରୁ ୫ ଗୋଟି, ଲେଫ୍ରିପଡା ରୁ ୪ ଗୋଟି, ନୂଆଗାଁ ରୁ ୪ ଗୋଟି, ରାଜଗାଙ୍ଗପୁର ବ୍ଲକ ଏବଂ ପୌରପାଳିକା ଅଞ୍ଚଳ ରୁ ୭ ଗୋଟି, ରାଉରକେଲା ମହାନଗର ନିଗମ ଅଞ୍ଚଳ ରୁ ୮ ଗୋଟି, ସବଡେଗା ରୁ ୨ ଗୋଟି, ସୁନ୍ଦରଗଡ଼ ସଦର ଏବଂ ସୁନ୍ଦରଗଡ଼ ପୌରପାଳିକା ଅଞ୍ଚଳ ରୁ ୯ ଗୋଟି ଏବଂ ଟାଙ୍ଗରପାଲି ବ୍ଲକ ରୁ ୩ ଗୋଟି ସ୍କୁଲ୍ ରହିଛି।


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ