ରିପୋର୍ଟ:- ପ୍ରଦିପ ସେଠିଆ
ଧର୍ମଗଡ (ଆମ ଓଡ଼ିଶା ଖବର)ନିଜ ଜନ୍ମଦିନ ଆସିଲେ ଲୋକମାନେ ସାଧାରଣତଃ କେକ୍ କାଟି ସାଙ୍ଗମାନଙ୍କୁ ପାର୍ଟି ଦିଅନ୍ତି । ଏଥିପାଇଁ ସେମାନଙ୍କୁ ହୋଟେଲ , କ୍ଲବ ଆଗୁଆ ବେକିଙ୍ଗ କରିବାକୁ ପଡ଼ିଥାଏ କିନ୍ତୁ ଜନ୍ମ ଦିନ କୁ ନିଆରା ଢଙ୍ଗରେ ପାଳନ କରାଯାଇପାରେ ତାହା ପ୍ରମାଣ କରି ଦେଖାଇଛନ୍ତି ଧର୍ମଗଡ଼ ବ୍ଲକ କଂଗ୍ରେସ ଯୁବ ସଭାପତି ଶ୍ରୀ ଗୋଲୁ ନାୟକ । ତାଙ୍କର ଏକମାତ୍ର ଭଉଣୀ ନନ୍ଦିନୀ ର ୧୫ ତମ ଜନ୍ମତିଥି ପାଳନ ଅବସରରେ ମହିଳା ମହାବିଦ୍ୟାଳୟ ଧର୍ମଗଡ଼ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରି କଲେଜ ର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନଙ୍କୁ ମିଷ୍ଟାନ୍ନ ଦେଇ ଗୋଡ଼ ଧରି ଆଶିର୍ବାଦ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସମସ୍ତ ଛାତ୍ରୀ, ସହ ସାନ ଭାଇ ଭୋଲୁ ନାଏକ, ଉମାକାନ୍ତ ସୁନାନୀ, ନରେଶ ସୁନାନୀ, ଓ ରିଙ୍କୁ ମଙ୍ଗରାଜ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ଧର୍ମଗଡ଼ ବ୍ଲକ କଂଗ୍ରେସ ଯୁବ ସଭାପତି ଶ୍ରୀ ଗୋଲୁ ନାୟକ ଙ୍କ ଏକମାତ୍ର ଭଉଣୀ ନନ୍ଦିନୀ ଙ୍କ ଜନ୍ମ ଦିନରେ ଏହି ଭଳି କାର୍ଯ୍ୟକ୍ରମ ଯୋଗୁଁ ସେ ସମାଜ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ।
More Stories
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।
ବଡ଼ ମଣିଷ ନୁହେଁ ଭଲ ମଣିଷ ହେବା ଆବଶ୍ୟକ ; ବିଧାୟକ