ଜନସନପୁର ଟୋଲ ଗେଟରେ ଦାବିପୂରଣ ପାଇଁ ଆନ୍ଦୋଳନ l

ରିପୋର୍ଟ :- ଜଗନ୍ନାଥ ମହନ୍ତ

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଅନ୍ତର୍ଗତ ୪୯ନମ୍ବର୍ ଜାତୀୟ ରାଜପଥ ଜନସନ୍ ପୁର ଟୋଲ୍ ଗେଟ୍ ରେ ଦାବୀ ପୂରଣ ପାଇଁ ଆନ୍ଦୋଳନ, କର୍ମଚାରୀଙ୍କ ମନରେ ଦେଖିବାକୁ ମିଳିଛି ଅସନ୍ତୋଷ। ସୂଚନା ଅନୁସାରେ ପୁର୍ବରୁ ନିୟୋଜିତ ଥିବା କମ୍ପାନୀ ପିଲାମାନଙ୍କୁ ଚା, ଜଳଖିଆ ଦେଉଥିଲା,କିନ୍ତୁ TSR କମ୍ପାନୀ ଆସିବାଠାରୁ ଏହି ସବୁକୁ ବନ୍ଦ୍ କରିବା ସହ, ପିଲାଙ୍କର ମାସକୁ ଚାରୋଟି ଛୁଟିରୁ ଦୁଇଟି ଛୁଟି ଦେଉଛନ୍ତି, ଏବଂ ଛଅ ମାସ ହେବ EPF ମଧ୍ୟ ଡିପୋଜିଟ୍ ହେଉ ନାହିଁ ଏବଂ ଜୁଲାଇ ମାସ ଠାରୁ୧୫% ଦରମା ବୃଦ୍ଧିର ପ୍ରତିସୃତି ପୁରଣ ନ ହେବାରୁ ଏ ନେଇ ସେମାନେ ଟୋଲ୍ ଗେଟ୍ ମ୍ୟାନେଜରଙ୍କୁ ଦରଖାସ୍ତ ଦେଇଛନ୍ତି । ଯେ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ନ ହେଇଛି, ସେ ପର୍ଯ୍ୟନ୍ତ ଆମ୍ଭେ ଏଠାରେ ଉପସ୍ଥିତ ରହିବୁ କିନ୍ତୁ ଲେନ୍ କୁ ଯାଇ ଡିୟୁଟି କରିବୁ ନାହିଁ ବୋଲି ଖୋଲା ଚେତାବନି ଦେଇଛନ୍ତି ।ଏଠାରେ ସବୁ ଠାରୁ ବଡ ଅଭିଯୋଗ ହେଉଛି,NHAIର ଅଜାଣତରେ TSR କମ୍ପାନୀ ଏକ ବ୍ୟକ୍ତିଗତ ଚାଲାଣ କଟା ମେସିନ୍ ରଖି, ପ୍ରତେକ ବଡ଼ ଓସାରିଆ ଗାଡ଼ି ଠାରୁ ପନ୍ଦର ସହ ଟଙ୍କାର ଚାଲାଣ କାଟୁଛି ବୋଲି ଟୋଲ୍ କର୍ମଚାରି ମାନେ ମତ ପ୍ରକାଶ କରିଛନ୍ତି,ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ TSR କମ୍ପାନୀ କଣ ପଦକ୍ଷେପ ନେଉଛି ।

error: Content is protected !!