ବୌଦ୍ଧ, ( ଚିତ୍ତରଞ୍ଜନ ସିଂହ )
ହରଭଙ୍ଗା ବ୍ଲକ ରେ ବର୍ତମାନ ଏଲଏଣ୍ଡଟି ନାମକ ଠିକା ସଂସ୍ଥା ଜଳ ଯୋଗାଣ କାର୍ଯ୍ୟ ପାଇଁ ପାଇପଲାଇନ ବିଛା କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ସମୟ ରେ ବେପାରୁଆ କାର୍ଯ୍ୟ ପାଇଁ ଚର୍ଚ୍ଚା ରେ ରହି ଆସିଛି l କେତେବେଳେ ପାଇପ କୁ ରାସ୍ତା ରେ ଘୋଷାଡ଼ି ଘୋଷାଡ଼ି ନେଇ ରାସ୍ତା ନଷ୍ଟ କରୁଥିବା ବେଳେ ଆଉ କେତେକ ସମୟ ରେ ପାଇପ ଗାତ ଖୋଳା ସମୟ ମୂଲ୍ୟବାନ ଗଛ ଉପାଡିବା, ଅନ୍ୟପଟେ ଚାଷ ଜମି ହେଉ କି ଗାଁ ରାସ୍ତା ହେଉ ମାଟି କୁ ଠିକ ଭାବରେ ନ ଉଠାଇ ଏଣେ ତେଣେ ପକାଇ ଥିବାରୁ ଯାତାୟାତ ରେ ବାଧା ସୃଷ୍ଟି ଦେଖାଯିବା ଭଳି ସାମ୍ନା କୁ ବାରମ୍ବାର ଆସୁଥିବା ବେଳେ ଅଂଚଳ ର ଜନସାଧାରଣ କମ୍ପାନୀ ର ମନମୁଖୀ କାର୍ଯ୍ୟପ୍ରତି ଅସନ୍ତୋଷ ପ୍ରକାଶ ବୃଦ୍ଧି ପାଉଛି l ଅନ୍ୟପଟେ ଠିକା ସଂସ୍ଥା ର କର୍ମଚାରୀ ହେଉ କି ପ୍ରଶାସନ ଠିକା ସଂସ୍ଥା ପ୍ରତି ସଠିକ ତଦନ୍ତ ହେଉ ନଥିବାରୁ ଏଭଳି ସମସ୍ୟା ବୃଦ୍ଧି ପାଉଛି ବୋଲି ସାଧରଣ ରେ ଅଭିଯୋଗ ଉଠୁଛି l ସେହିପରି ଶନିବାର ଦିନ ବ୍ଲକର ଭାଳିଆଗୋରା ଶନି ମନ୍ଦିର ନିକଟରେ ଉକ୍ତ କମ୍ପାନୀ ପକ୍ଷରୁ ଜେସିବି ସାହାଯ୍ୟ ରେ ପାଇପ ଲାଇନ କାର୍ଯ୍ୟ ଗାତ ଖୋଲୁଥିବା ସମୟ ରେ ଜେସିବି ଅପରେଟର ଙ୍କ ଦାୟିତ୍ୱ ହୀନତା କାର୍ଯ୍ୟ ପାଇଁ ରାସ୍ତା କଡ଼ର ରେ ଥିବା ବିଦ୍ୟୁତ ଖୁଣ୍ଟ କୁ ଧକ୍କା ଦେଇ ଭାଙ୍ଗିଥିଲା l ଫଳ ରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ରାସ୍ତା ଉପରେ ଜୀବନ୍ତ ବିଦ୍ୟୁତ ତାର ଓ ଖୁଣ୍ଟ ମାଡି ବସିଥିଲା l ଘଟଣା ସ୍ଥଳ ରେ ଅଳ୍ପକେ ଜେସିବି ଚାଳକ ଓ ଜନସାଧାରଣ ଵର୍ତ୍ତି ଯାଇଥିବା ଜଣାପଡିଛି ll ଠିକା କମ୍ପାନୀ ର ଏଭଳି ଗୋଟେ ପରେ ଗୋଟେ ଅଭିଯୋଗ ସାମ୍ନା କୁ ଆସୁଥିବା ବେଳେ ସ୍ଥାନୀୟ ପ୍ରଶାସନ କାହିଁକି ଉକ୍ତ କମ୍ପାନୀ ପ୍ରତି ସହାନୁଭୂତି ଦେଖାଉଚି ବୋଲି ସାଧରଣ ରେ ପ୍ରଶ୍ନ ଉଠୁଛି l ପାଇପ ଲାଇନ କାର୍ଯ୍ୟ ହାତକୁ ନେଇଥିବା ସଂସ୍ଥା ଆଗାମୀ ଦିନ ରେ କୌଣସି ମନମୁଖୀ କାର୍ଯ୍ୟ କରିବା ପରିବର୍ତ୍ତେ ସେଥିରୁ ନିବୃତ ରହିବାସହ ସଠିକ କାର୍ଯ୍ୟ କରିବା ଦିଗରେ ପ୍ରଶାସନ ର ଦୃଷ୍ଟି ପଡିବାକୁ ଜନସାଧାରଣ ଙ୍କ ଭିତରେ ଦାବୀ ହେଉଛି l
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”