ରିପୋର୍ଟ -ଇନ୍ଦ୍ର କୁମାର
ବୈପାରିଗୁଡ଼ା 🙁 ଆମ ଓଡ଼ିଶା ଖବର )ଗୁପ୍ତେଶ୍ୱର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ରାମଗିରି ପାଣ୍ଠି ଅଧିନସ୍ଥ ଗୁପ୍ତେଶ୍ୱର ରାସ୍ତା ସୁକୁନାର୍ ବ୍ରିଜ୍ ତଳେ ରକ୍ତ ଯୁଡୁବୁଡ଼ୁ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଶରୀର ଉଦ୍ଧାର କରିଛି ପୋଲିସ। ମହିଳାଙ୍କୁ ଗଳାକାଟି ହତ୍ୟା କରି ଘଟଣସ୍ଥଳରେ ଛାଡ଼ି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ ଭାଗ୍ୟ ବିଶୋଇ ମାଲକାନଗିରି ଜିଲ୍ଲା ନିବାସୀ ଭାସ୍କର ରାଓଙ୍କୁ ବିବାହ କରିଥିଲେ। ତେବେ ମହିଳା ଜଣକ ବୈପାରିଗୁଡ଼ା ଅଞ୍ଚଳରେ କାହିଁକି ଆସିଥିଲେ କିଏ ଓ କଣ ପାଇଁ ବୈପାରିଗୁଡ଼ା ଗୁପ୍ତେଶ୍ବର ରାସ୍ତାର ଶୁକନାର ପାଖ ପୋଲ ତଳେ ହତ୍ଯା କରିଛି ତାହା ନେଇ ଖଲ୍ ତାଡ଼ ଆରମ୍ଭ କରିଛି ପୋଲିସ। ତେବେ ବୁଧବାର ସଂନ୍ଧ୍ଯା ସମୟରେ ଘଟଣାଟି ଲୋକଲୋଚନକୁ ଆସିଥିବା ବେଳେ ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥି ଓ ରାମଗିରି ଫାଣ୍ଡି ଅଧିକାରୀ ବଳରାମ ହିକକା ଘଟଣାସ୍ଥଳକୁ ପହଞ୍ଚିଥିଲେ।

ରାତ୍ରି ସମୟ ଥିବାରୁ ମହିଳାଙ୍କ ପରିଚୟ ମିଳିପାରିନଥିଲା । ସକାଳେ ସାଇଣ୍ଟିଫିକ ଟିମ , ସନ୍ଧାନୀ କୁକୁର , ଜୟପୁର ଏସଡିପିଓ ଓ ବୈପାରିଗୁଡା
ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ , ରାମଗିରି ଫାଣ୍ଡି ଅଧିକାରୀ ବଳରାମ ହିକକା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି। ଘଟଣା ସ୍ଥଳରେ ପହଞ୍ଚି ଟିମ୍ ର ତଦନ୍ତ ବେଳେ ମହିଳାଙ୍କ ଠାରୁ ଏକ ରାମ,ଲକ୍ଷ୍ମଣ ଓ ସିତା ଥିବା ତମ୍ବା କଏନ୍ ପଇସା ଜବତ କରିଥିବାର ଜଣା ପଡ଼ିଛି । ଶବକୁ ଜବତ୍ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ରହିଛି। ଏହିପରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସକର ଛାୟା ଖେଳି ଯାଇଛି। ତେବେ ମାଲକାନଗିରି ଜିଲ୍ଲାରୁ ମହିଳା ଜଣକ କାହିଁକି ଆସିଥିଲେ ନା ତାଙ୍କୁ କିଏ ଡାକିଥିଲା ତାହା ନେଇ ଏ ପର୍ଯ୍ୟନ୍ତ ଜଣା ପଡ଼ିନଥିବା ବେଳେ ମହିଳାଙ୍କୁ କାହିଁକି ହତ୍ଯା କରାଯାଇଛି ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥି ପ୍ରକାଶ କରିଛନ୍ତି।


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.