ଚିଲିକା ( ଆମ ଓଡ଼ିଶା ଖବର )ଟାଙ୍ଗୀ ଥାନା ପୋଲିସ ଜଣେ ଗଞ୍ଜେଇ ବେପାରୀ କୁ ଗିରଫ କରିଛି କୋର୍ଟ ଚାଲାଣ କରିଛି ଏବଂ ତା’ ନିକଟରୁ ୫୦ ହଜାର ଟଙ୍କାର ଗଞ୍ଜେଇ ସହିତ ଏକ ସ୍କୁଟି ଗାଡ଼ି ଜବତ କରିଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଏରିଆରେ ଲୁଚାଛପା ଗଞ୍ଜେଇ କାରବାର ହେଉଥିବା ଏବଂ ଯୁବପିଢ଼ି ଏହାର କବଳିତ ହୋଇଥିବା ଜଣାପଡିବା ପରେ ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଏହି ଗଞ୍ଜେଇ ବେପାରୀଙ୍କୁ ଧରପଗଡ଼ ଅଭିଯାନ ଆରମ୍ଭ କରିଥିଲା । ବିଶେଷ ସୂତ୍ରରୁ ଖବର ପାଇ ଏହି ସ୍ୱତନ୍ତ୍ର ଟିମ୍ ଚଣ୍ଡେଶ୍ୱର ଛକ ନିକଟରେ ବ୍ଲକିଂ-ଚେକିଂ କରି ଗଞାମ ଜିଲ୍ଲା କୋଦଳା ଥାନା ବଡପଲୀ ଗ୍ରାମର ଭଗବାନ ସ୍ୱାଇଁ କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ଠାରୁ ପୋଲିସ ଗଞ୍ଜେଇ ଭର୍ତ୍ତି ଜରି ବ୍ୟାଗ୍ ଜବତ କରିଛି । ଏହିପରି ଭାବରେ ଗଞ୍ଜେଇ ବେପାରୀ ଧରପଗଡ଼ ଅଭିଯାନ ଜାରି ରହିବ ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା କହିଛନ୍ତି ।
ଧରାପଡିଲା ଗଞ୍ଜେଇ ବେପାରୀ l


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.