ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡ଼ା, (ଆମ ଓଡିଶା ଖବର):
ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ଜୀବନରେ ମାରି ଦେବାକୁ ଧମକ ଦେଇ ଅଡୁଆରେ ଦୁଇ ଯୁବକ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ତିରିଡା ଗ୍ରାମର ପ୍ରମୋଦ କୁମାର ଭୂୟାଁ ଓ ଦୀପକ ସାହୁ ନାମକ ୨ ଯୁବକ ଜନୈକ ସାମ୍ବାଦିକଙ୍କ ନାମରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ତଥା ଧମକ ଦେଇଥିଲେ। ଏନେଇ ସାମ୍ବାଦିକ ସୁଶାନ୍ତ ପଟ୍ଟନାୟକ ବେଗୁନିଆପଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଉଭୟ ଯୁବକଙ୍କୁ ଥାନାକୁ ଡାକି ଘଟଣାର ତଦନ୍ତ କରିଥିଲା । ତେବେ ସାମ୍ବାଦିକ ଜଣଙ୍କ ମନରେଗା ଦୁର୍ନୀତିକୁ ନେଇ ଖବର ପ୍ରକାଶ ପାଇବା ପରେ ଏଭଳି ଧମକ ଦିଆଯାଇଥିବା ସୂଚନା ମିଳିଛି। କେଶ୍ ନଂ – ୪୦୮ /୨୦୨୪ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଧାରା ୨୯୬, ୩୧୫ (୪), ୩(୫) ରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା। ପରେ ଉଭୟଙ୍କୁ ୪୧ ରେ ନୋଟିସ ଦେଇ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ସହ ଆଇନକୁ ହାତକୁ ନେବାକୁ ଚେଷ୍ଟା କଲେ ପୁଣି ଥରେ ଗିରଫ କୋର୍ଟ ଚାଲାଣ କରାଯିବ ବୋଲି ସତର୍କ କରାଇ ଦେଇଛି। ତେବେ ଉଭୟଙ୍କୁ ସୁଧୁରି ଯିବାକୁ ପୋଲିସ ଚେତାବନୀ ଦେଇଥିବା ଜଣାପଡିଛି । ଆଗାମୀ ଦିନରେ ପୁଣି କୌଣସି ଧମକ କିମ୍ବା ବେଆଇନ୍ କାର୍ଯ୍ଯ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବେଗୁନିଆପଡ଼ା ଥାନା ଅଧିକାରୀ ସମୀର କୁମାର ରାଉତ କହିଛନ୍ତି।
More Stories
ଆସିକା ବିଜ୍ଞାନ ମହାବିଦ୍ୟାଳୟ ରେ ସ୍କାଉଟ କାର୍ଯ୍ୟକ୍ରମ l
ଅଙ୍ଗାରଗାଁ ପଞ୍ଚାୟତରେ ସ୍ୱଛତା ଉପରେ ଗୁରୁତ୍ୱ
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତଃର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳନ l