ବାଣପୁର(ଆମ ଓଡ଼ିଶା ଖବର )ରଙ୍କନାଥ ଶୈଳବାଳା ଟ୍ରଷ୍ଟ ଆନୁକୂଲ୍ୟ ରେ ବାଣପୁର ସ୍ଥିତ ଶୁଭ ମଙ୍ଗଳ କଲ୍ୟାଣ ମଣ୍ଡପ ଠାରେ ବାଣପୁର ଅଂଚଳର 8 ଟି ବିଦ୍ୟାଳୟ ର ଟପ୍ପର ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଛି.
ଏହି ଉପଲକ୍ଷେ ଟ୍ରଷ୍ଟ ର ସଭାପତି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ଶର୍ମା ଙ୍କ ସଭାପତିତ୍ବ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା.ଟ୍ରଷ୍ଟ ର ମୁଖ୍ୟ ପୃଷ୍ଠ ପୋଷିକା ଶ୍ରୀମତୀ ନିଳିମା ଶର୍ମା,ରଙ୍କନାଥ ଶତପଥି ଙ୍କ ତୃତୀୟ ଶ୍ରାଦ୍ଧ ଦିବସ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଭୁ ଜଗନ୍ନାଥ ଓ ମା ଭଗବତୀ ଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରି ଟ୍ରଷ୍ଟ ର ଅଭିମୁଖ୍ୟ ସମ୍ପର୍କ ରେ ଅବଗତ କରାଇ ଥିଲେ
ମୁଖ୍ୟ ଅତିଥି ଭାବେ ବାଣପୁର ତହସିଲଦାର ଟି ପଦ୍ମନାଭ ଦୋରା,ମୁଖ୍ୟ ବକ୍ତା ଭାବେ ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ନୃସିଂହ ଚରଣ ପ୍ରଧାନ, ଆଇନ ଜିବି ଶରତ ପଟ୍ଟନାୟକ, ସାହିତ୍ୟ ସିନ୍ଦୁରା ର ପ୍ରତିଷ୍ଠାତା ଗୋଲଖବିହାରୀ ପରିଡା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ମହାପାତ୍ର ଓ ଆଇନଜିବି ହିମାଳୟ ଶତପଥି ପ୍ରମୁଖ ଯୋଗ ଦେଇ ୨୦୨୪ ମସିହା ଦଶମ ଶ୍ରେଣୀରେ ଟପ୍ପର ହୋଇଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ ଛାତ୍ର ଛାତ୍ରୀ ମାନେ କଠିନ ଅଧବସାୟ କରି ସଫଳ ହେବା ସହ ଭଲ ମଣିଷ ଟିଏ ହେବା ପାଇଁ ଉପଦେଶ ଦେଇଥିଲେ I
More Stories
ଶଙ୍କରରେଶ୍ୱରଙ୍କ ବିଶ୍ଵଶାନ୍ତି ମହାଯଜ୍ଞରେ ସ୍ଵେଚ୍ଛାସେବୀ ରକ୍ତଦାନ ଶିବିର ।
ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଯୋଗଦାନ କରିଛନ୍ତି l
ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ।