ବୌଦ୍ଧ, ( ଚିତ୍ତରଞ୍ଜନ ସିଂହ )
ଶନିବାର ଦିନଠାରୁ ବାବା ଗୁପ୍ତେଶ୍ୱର ଆଞ୍ଚଳିକ ମନ୍ଦିର, ବୁରୁବୁଡାଠାରେ ଏବର୍ଷର “ଭାଗବତ ସପ୍ତାହ” ପାଳନ କରାଯାଉଛି। ଭାଗବତ ପୂଜା କମିଟିର ସଭାପତି ଶ୍ରୀ ଶୁଭ୍ରାଂଶୁ ଗିରି ଓ ସମ୍ପାଦକ ଶ୍ରୀ କଶ୍ୟପ ପ୍ରଧାନ ତଥା କମିଟିର ସଦସ୍ୟ ଶ୍ରୀ କନକ ପ୍ରଧାନ, ଶ୍ରୀ ପୁରୁଷୋତ୍ତମ ପ୍ରଧାନ, ଶ୍ରୀ ନରେନ୍ଦ୍ର କର୍ଣ୍ଣ, ଶ୍ରୀ ବିଜୟ ସାହୁ, ଶ୍ରୀ ସୁକାନ୍ତ ପ୍ରଧାନ, ଶ୍ରୀ ଇଶ୍ଵର ପ୍ରଧାନ, ଶ୍ରୀ ଶୁଶିଲ ଦେହୁରୀ, ଶ୍ରୀ ନିକୁଞ୍ଜ ବେହେରା ତଥା ଅଞ୍ଚଳର ମାନ୍ୟଗଣ୍ୟ ଭାଗବତ ପ୍ରେ
ମୀ ମାନଙ୍କ ତତ୍ତ୍ଵାବଧାନରେ ଆୟୋଜନ କରାଯାଇଅଛି। ପୂଜକ ଭାବେ ଶ୍ରୀ ବିଜ୍ଞାନ ଚରଣ ପଣ୍ଡା ଓ ବ୍ୟାସଭାବେ ଶ୍ରୀ ରଞ୍ଜନ କୁମାର ଦାଶ ଏବଂ କର୍ତ୍ତାକର୍ତ୍ତି ଭାବେ ଶ୍ରୀ ଚନ୍ଦ୍ରଶେଖର ଦେହୁରୀ ଓ ଶ୍ରୀମତୀ କଳ୍ପନା ଦେହୁରୀ ଭାଗବତ ପାରାୟଣ କାର୍ଯ୍ୟକ୍ରମ ସମ୍ପାଦନ କରୁଛନ୍ତି। ଆଜିର ପ୍ରସାଦ ସେବନ ପାଇଁ ତିଲେଶ୍ୱର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ରମେଶ ସାମଲ ବ୍ୟବସ୍ଥା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଭାଗବତ ଶ୍ରବଣ ସହିତ ପ୍ରସାଦ ସେବନ କରି ପ୍ରଭୁକୃପା ଲାଭ କରୁଛନ୍ତି।


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l