ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା,୨୯।୦୯: ହରଭଙ୍ଗା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଯାନ ହରଭଙ୍ଗା ବ୍ଲକ୍ ର ବୁକେସିଙ୍ଗା ଗ୍ରାମକୁ ଗସ୍ତ କରି ସେଠାରେ ପ୍ରାଣୀ ଚିକିତ୍ସା ସେବା ଆୟୋଜନ କରିଥିଲେ। ଏଠାରେ ଫାଟୁଆ ରୋଗର ନିରାକରଣ ପାଇଁ ଜାତୀୟ ପ୍ରାଣୀରୋଗ ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଗାଈଗୋରୁ ମାନଙ୍କୁ ଫାଟୁଆ ଟୀକା ଦିଆଯାଇଥିଲା ଏବଂ ରୋଗାକ୍ରାନ୍ତ ଗାଈଗୋରୁ,ଛେଳି ମେଣ୍ଢାମାନଙ୍କୁ ଚିକିତ୍ସା କରାଯାଇଥିଲା। ପ୍ରାପ୍ତ ସୂଚନା ମୁତାବକ ଆଜି ପ୍ରାୟ ଶହେଟି ପ୍ରାଣୀ ମାନଙ୍କୁ ଚିକିତ୍ସା କରାଯାଇଛି ଏବଂ ଦୁଇ ଶହ ରୁ ଉର୍ଦ୍ଧ୍ବ ଗାଈଗୋରୁ ମାନଙ୍କୁ ଟୀକାକରଣ କରାଯାଇଥିଲା। ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ନେତୃତ୍ୱରେ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ମାନେ ସେଠାରେ ପହଞ୍ଚି ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରାଣୀ ରୋଗ ସମ୍ପର୍କିତ ସମସ୍ୟା ଉପରେ ବିସତ୍ ଭାବରେ ଆଲୋଚନା କରିଥିଲେ। ଏତଦବ୍ୟତୀତ ପ୍ରାଣୀ ପାଳନ ମାଧ୍ୟମରେ ନିଜର କିପରି ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଶେଷରେ ବର୍ତ୍ତମାନ ପ୍ରାଣୀ ମାନଙ୍କ ଦେହରେ ଦେଖା ଯାଉଥିବା ଚର୍ମ ବିଣ୍ଡି ରୋଗ ସମ୍ପର୍କରେ ସଚେତନତା କରାଯାଇଥିଲା ଏବଂ ଯେ କୌଣସି ପ୍ରାଣୀ ଦେହରେ ଏହି ରୋଗ ଦେଖା ଯାଉଥିଲେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସହିତ ଯୋଗାଯୋଗ କରି ଏହି ରୋଗକୁ ସମ୍ପୂର୍ଣ୍ଣ ଭାବରେ ନିରାକରଣ କରିବା ପାଇଁ ଆଲୋଚନା କରାଯାଇଥିଲା।


More Stories
ପିସିଆର ବେବହାର କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା କଡ଼ା ନିୟମ।
Revenue Inspector arrested by Odisha Vigilance for accepting Rs 5,000 bribe.
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।