ବୌଦ୍ଧ 10/10(ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ତୃତୀୟ ମା ଭୈରବୀଙ୍କ ମହୋତ୍ସବ ପାଇଁ ମଙ୍ଗଳବାର ଶୁଭ ଖୁଣ୍ଟି ସ୍ଥାପିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଜଙ୍ଗଳ ପରିବେଶ ତଥା ପାନୀୟଜଳ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମା ଭୈରବୀ ସାଂସ୍କୃତିକ ପରିଷଦ ର ସଭାପତି ଶ୍ରୀ ଅଶୋକ କୁମାର ଅଗ୍ରୱାଲା, ସମ୍ପାଦକ ଅଶୋକ କୁମାର ସେଠୀ ପ୍ରମୂଖ ମଞ୍ଚାସୀନ ଥିଲେ। ଆବାହକ ବିଭୁଦତ୍ତ ବୋଷ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅୟୋଜିତ ସଭାରେ ମା ଭୈରବୀ ସାଂସ୍କୃତିକ ପରିଷଦ ର ସମସ୍ତ୍ ସଦସ୍ୟ ଉପସ୍ଥିତ ଥିଲେ। ସୂଚନା ଥାଉକି ତୃତୀୟ ମା ଭୈରବୀ ମହୋତ୍ସବ ଆସନ୍ତା ନଭେମ୍ବର 16 ତାରିଖ ରୁ ଆରମ୍ଭ ହୋଇ 21 ତାରିଖ ପର୍ଯ୍ୟନ୍ତ ଚାଲିବl ନେଇ ମହୋତ୍ସବ କମିଟି ସଭାପତି ଅଶୋକ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି!ଅନ୍ୟପଟେ ପୁରୁଣା କଟକ କଲ୍ୟାଣମଣ୍ଡପ ନିକଟରେ ହେବାକୁଥିବା ପୁରୁଣାକଟକ ଧର୍ମଶାଳା ମାନ୍ୟବର ମନ୍ତ୍ରୀ ଙ୍କ କରକାମଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି!ଉକ୍ତ କାର୍ଯ୍ୟକ୍ରମ ଆବାହକ ଅଶୋକ କୁମାର ଅଗ୍ରୱାଲ ଓ ମାରୱାଡି ମଞ୍ଚ ସଭାପତି କୈଳାଶ ଚନ୍ଦ୍ର ଅଗ୍ରୱାଲ ଙ୍କ ସମେତ ବହୁ ଅତିଥି ଯୋଗ ଦେଇଥିଲେ!ତତ ପରେ ଭୈରବୀ କ୍ଳବ ପୁରୁଣା କଟକ ର ନୂତନ କୋଠା ମନ୍ତ୍ରୀ ଙ୍କ ଦ୍ୱାରା ଶୁଭ ଉଦ୍ଘାଟନ କରାଯାଇଥିଲା!ଏହା ସହିତ ଆଗକୁ ହେବାକୁଥିବା ଦୁର୍ଗାପୂଜା କୁ ନେଇ ଏକ ସାଧାରଣ ବୈଠକ ଭୈରବୀ କ୍ଳବ ଠାରେ ଅନୁଷ୍ଠିତ ହୋଇଥିଲା!ଉକ୍ତ ବୈଠକ ରେ ମାନ୍ୟବର ମନ୍ତ୍ରୀ ଙ୍କ ସମେତ ହରଭଙ୍ଗା ବ୍ଲକ ଅଧକ୍ଷା ସ୍ନେହଲତା ପ୍ରଧାନ, କ୍ଳବ ର ସଭାପତି ଅକ୍ରୁର ସେଠି ଉପସ୍ଥିତ ରହିଥିଲେ!ଓ ଶାରଦୀୟ ଦୁର୍ଗାପୂଜା କୁ ନେଇ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଚଳିତ ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳା ସହିତ ବହୁ ଧୁମ ଧାମ ରେ ପାଳିତ ହେବ ବୋଲି ପୂଜା କମିଟିର ସଭାପତି ଅକ୍ରୁର ସେଠି ସୂଚନା ଦେଇଛନ୍ତି!
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।