( ବ୍ୟୁରୋ ରିପୋର୍ଟ )
(ଖୋର୍ଦ୍ଧା ) ସମ୍ମିଳିତ କର୍ମଜିବୀ ସାମ୍ବାଦିକ ସଙ୍ଘ (OUWJ )ଖୋର୍ଦ୍ଧା ଜ଼ିଲ୍ଲା ଶାଖା ର ଜ଼ିଲ୍ଲା ସ୍ତରୀୟ ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଖୋର୍ଦ୍ଧା ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଵିଜୁ ମହିଳା ଜନତା ଦଳ ରାଜ୍ୟ ବରିଷ୍ଠ ଉପ -ସଭାନେତ୍ରୀ ଶ୍ରୀମତୀ ବାସନ୍ତୀ ମହାପାତ୍ର, ଆଇ.ଓ.ଡବ୍ଲୁ.ଜେ. କେନ୍ଦ୍ରୀୟ ସଭାପତି ଡ଼ଃ ପୀତବାସ ମିଶ୍ର,OUWJ .

ରାଜ୍ୟ ସଂଗଠନ ସମ୍ପାଦକ ଅର୍ଜୁନ ମୁଦୁଲି,OUWJ.ରାଜ୍ୟ ନିର୍ବାଚନ ଅଧିକାରୀ ମୁରଲୀଧର ମିଶ୍ର, ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସ କ୍ଲବ ସଭାପତି, ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ,OUWJ ଖୋର୍ଦ୍ଧା ଜ଼ିଲ୍ଲା ସଭାପତି ପ୍ରକାଶ କୁମାର ହାତୀ, ସମ୍ପାଦକ, ଦିଲ୍ଲୀପ କୁମାର ପଟ୍ଟନାୟକ, OUWJ. ଖୋର୍ଦ୍ଧା ଜ଼ିଲ୍ଲା ଶାଖା ପ୍ରତିଷ୍ଠାତା ସମ୍ପାଦକ ଲଳିତ ମୋହନ ମହାପାତ୍ର, ପ୍ରବୀଣ ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ l ଆଇ. OUWJ . କେନ୍ଦ୍ରୀୟ ସଭାପତି ଡ଼ଃ ପୀତବାସ ମିଶ୍ର କର୍ତ୍ତବ୍ୟ ରତ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ର ବିଭିନ୍ନ ସମସ୍ୟା ଗୁଡିକ ସମ୍ପର୍କ ରେ ଆଲୋଚନା କରିବା ସହିତ ସେ ସବୁ ସମସ୍ୟା ଗୁଡିକ ସମ୍ପର୍କ ରେ ରାଜ୍ୟ ସରକାର ଙ୍କର ଦୃଷ୍ଟି ଆକର୍ଷଣ କରିବେ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ l ସଂଗଠନ ସମ୍ପାଦକ ଅର୍ଜୁନ ମୁଦୁଲି ଗଣ ମାଧ୍ୟମ ପ୍ରତିନିଧି ମନେ ଆଜି ଯେଉଁ ପ୍ରତିକୂଳ ଅବସ୍ଥା ଦେଇ ଗତି କରୁଛନ୍ତି ସେ ସମ୍ପର୍କ ରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ l

ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ତାଙ୍କ ବକ୍ତବ୍ୟ ରେ କହିଥିଲେ, ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ଦୁଇ ଲକ୍ଷ ଟଙ୍କା ରୁ ପାଞ୍ଚ ଲକ୍ଷ ଟଙ୍କା କୁ ବୃଦ୍ଧି କରିଛନ୍ତି, ଏବଂ ସାମ୍ବାଦିକ ମାନଙ୍କ ର ଅନ୍ୟ ସମସ୍ୟା ଗୁଡିକ ପ୍ରତି ରାଜ୍ୟ ସରକାର ସହୃଦୟତା ର ସହ ବିଚାର କରୁଥିବା ନେଇ ନିଜ ବକ୍ତବ୍ୟ ରେ କହିଥିଲେ l ଶ୍ରୀମତୀ ବାସନ୍ତୀ ମହାପାତ୍ର.OUWJ.ଖୋର୍ଦ୍ଧା ଜ଼ିଲ୍ଲା ଶାଖା ର ଏଭଳି କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିବା ସହିତ ଆଗାମୀ ନିର୍ବାଚନ ରେ ସେ ଯଦି ବିଧାୟକ ଭାବେ ନିର୍ବାଚିତ ହୁଅନ୍ତି ତାହାଲେ ରାଜ୍ୟ ବିଧାନସଭା ରେ ସାମ୍ବାଦିକ ମାନଙ୍କ ର ବିଭିନ୍ନ ସମସ୍ୟା ଗୁଡିକ ପ୍ରତି ରାଜ୍ୟ ସରକାର ଙ୍କର ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ l

ଡ଼ଃ ପୀତବାସ ମିଶ୍ର ଙ୍କ ଦ୍ୱାରା ଲିଖିତ ” ନବୀନ ପଟ୍ଟନାୟକ, ଏକ ଅନନ୍ୟ ବ୍ୟକ୍ତିତ୍ୱ ” ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଲଳିତ ମୋହନ ମହାପାତ୍ର ସଂଯୋଜନା କରିଥିବା ବେଳେ, ଓ. ୟୁ. ଡବ୍ଲୁ. ଜେ. ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ସଙ୍ଘରେ ଚିଲିକା ବାଣପୁର ଓ ବାଲୁଗାଁ ର ନୂତନ ସଦସ୍ୟ. ସେକ ରୋୖସନ. ଦିଲ୍ଲୀପ କୁମାର ସ୍ୱାଇଁ. ରମେଶ ସେଠି. ରାକେଶ ସାହୁ. ମନୋଜ ପଣ୍ଡା. ବିରଞ୍ଚି ପ୍ରଧାନ. ସଞ୍ଜୟ ପ୍ରଧାନ.ରଞ୍ଜିତ ନାୟକ.ନୂତନ ସଦସ୍ୟ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ରଞ୍ଜିତ କେ ଏନ ସାମନ୍ତରାୟ, ପ୍ରବୀଣ ଭଞ୍ଜ, ଆକାଶ ବିଶ୍ୱାଳ, ଲୀୟକତ ଅଲ୍ଲୀ, ମୁତାହାର ୟୁସୁଫ,,,, ହକ ପ୍ରମୋଦ ମହାପାତ୍ର, ଈଶ୍ୱର ମଙ୍ଗରାଜ, କୃଷ୍ଣଚନ୍ଦ୍ର ଦାଶ ମନୋଜ ନିକିତା,ଲିପିକା ପ୍ରମୁଖ ସହଯୋଗ କରିଥିଲେ।

More Stories
ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା।
ଓଡିଶା ଡ୍ରାଇଭର ମହାସଂଘ୍ ବୋଲଗଡ ଶାଖା ପକ୍ଷରୁ ଷ୍ଟିୟରିଙ୍ଗି ଛାଡ଼ ଆନ୍ଦୋଳନ ।
DR. SIBA PRASAD SETHI,MO,CHC,KUJANGJAGATSINGHPUR AND HIS ASSOCIATE SRI SURYA NARAYAN CHOUDHURY NABBED BY ODISHA VIGILANCE WHILE TAKING BRIBE RS 10,000/- FOR ISSUANCE OF FAVOURABLE POST MORTEM REPORT.