ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବ ପ୍ରିୟ କମ୍ପ ଙ୍କ ନେତୃତ୍ୱ ରେ ବୌଦ୍ଧ ବନବିଭାଗ ଓ ବୌଦ୍ଧ ର ସ୍ନେକ ହେଲ୍ପ ଲାଇନର ଟିମ ମିଳିତ ଭାବେ ଏକ14ଫୁଟ ଲମ୍ବ ର କିଙ୍ଗ କୋବ୍ରା ସାପ କୁ ବିପଦ ରୁ ରକ୍ଷା କରି ଛନ୍ତି l ଗତ କାଲି ରାତିରେ ବୌଦ୍ଧ ସ୍ନେକ ହେଲ୍ଫ ଲାଇନ ବିଶେଷ ସୂତ୍ରରୁ ଖବର ପାଇ ଥିଲା ଯେ ଛତରଙ୍ଗ ଇଲେକ୍ଟ୍ରିକ ଅଫିସ ରେ ଏକ କିଙ୍ଗ କୋବ୍ରା ସାପ ଅଛି ବୋଲି ବୌଦ୍ଧ ବନ ବିଭାଗ କୁ ଖବର ଜଣାଇ ବା ପରେ ବୌଦ୍ଧ ବନ ଖଣ୍ଡ ଅଧିକାରୀ ସଙ୍ଗେ ସଙ୍ଗେ ତାଙ୍କ ର ସ୍ପେସିଆଲ ଟିମ ସହିତ ସ୍ନେକ ହେଲ୍ଫ ସହିତ ଛତରଙ୍ଗ କୁ ପଠାଇଥିଲେ l
ସ୍ନେକ ହେଲ୍ପ ଲାଇନ ଟିମ ପହଂଚି ସାପ ପିପଦରୁ ରକ୍ଷା କରି ସତକୋଶିଆ ବନ୍ୟ ପ୍ରାଣୀ ଅଭୟାରଣ୍ୟ ରେ ଛଡା ଯାଇ ଥିଲେ l ଏହି ରେସକ୍ଯୁ କାର୍ଯ୍ୟ ରେ ବୌଦ୍ଧ ବନ ବିଭାଗ ର ବନରକ୍ଷୀ ପ୍ରକାଶ କୁମାର ପ୍ରଧାନ ଙ୍କ ସହିତ ସ୍ନେକ ହେଲ୍ପ ଲାଇନ ର ଲିଲୁ ସ୍ୱାଇଁ, ଅରୁଣ ମେଣ୍ଡୁଳି ଙ୍କ ସହ ସ୍ନେକ ହେଲ୍ପ ଲାଇନ ର ଅନ୍ୟ ପିଲାମାନେ ଥିଲେ l


More Stories
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l